ଅଜିତ ପାୱାରଙ୍କ ମୃତ୍ୟୁ ଘଟଣା: ତିନି ଦିନିଆ ଶୋକ ପାଳିବ ମହାରାଷ୍ଟ୍ର

3 day state mourning after Ajit Pawar’s death

0

ମୁମ୍ବାଇ: ନିକଟରେ ବାରମତି ଠାରେ ଘଟିଥିବା ପ୍ଲେନ କ୍ରାସ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ମୁମ୍ବାଇରୁ ପ୍ଲେନରେ ଯାତ୍ରା କରିଥିବା ବେଳେ ପ୍ଲେନ ଅବତରଣ ବେଳେ ଘଟିଛି ଏହି ଅଘଟଣ। ଏଥିରେ ଅଜିତ ପାୱାରଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଅଜିତଙ୍କ ଏହି ଅକାଳ ବିୟୋଗରେ ମହାରାଷ୍ଟ୍ର ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ପରେ ତିନି ଦିନିଆ ସାରା ମହାରାଷ୍ଟ୍ର ଶୋକ ପାଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାଭିସ। ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ ଏହି ତିନିଦିନ।

 

Leave A Reply

Your email address will not be published.