ଅନ୍ତର୍ଜାତୀୟ ଓପନ ପ୍ରତିଯୋଗିତା : ସାଓଲିନ ମାର୍ଶାଲାଟ ଏକାଡେମୀ ଇଣ୍ଡିଆର ସଫଳତା

Odisha players got highly medals in open international event

0

ଭୁବନେଶ୍ୱର : ଫେବୃଆରୀ 4 ରୁ 9 ତାରିଖ ଯାଏ ନୂଆଦିଲ୍ଲୀର ଆଇଜି ସ୍ପୋର୍ଟସ କମ୍ପ୍ଲେକ୍ସର କେ.ଡି. ଯାଦବ ଇନଡୋର ଷ୍ଟାଡିୟମରେ ପଞ୍ଚମ ଇଣ୍ଡିଆ ଓପନ୍ ଅନ୍ତର୍ଜାତୀୟ କିକ୍ ବକ୍ସିଂ କପ୍ ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ମୋଟ ୩୧ ଜଣ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରି ଆମ ରାଜ୍ୟ ପାଇଁ ମୋଟ 96ଟି ପଦକ ଜିତିଥିଲେ । ଓଡ଼ିଶା ଗର୍ବର ସହିତ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସ୍ଥାନ ଅର୍ଜନ କରିଥିଲା। ଖୋର୍ଦ୍ଧା ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା କିକ୍ ବକ୍ସିଂ ପକ୍ଷରୁ ସାଓ ଲିନ୍ ମାର୍ଶାଲାଟ ଏକାଡେମୀ ଇଣ୍ଡିଆ ପକ୍ଷରୁ 10 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସର୍ବାଧିକ ୪୩ଟି ପଦକ (୧୫ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ ଓ ୧୫ଟି ବ୍ରୋଞ୍ଜ) ଜିତି ଓଡ଼ିଶା ତଥା ଆମ ଦେଶ ପାଇଁ ଗୌରବ ଆଣିଛନ୍ତି ଏମାନଙ୍କ ମଧ୍ୟରେ ଆକାଂକ୍ଷା ମିଶ୍ର ବିଷ୍ଣୁ ପ୍ରିୟା ଛୋଟରାୟ, ସୂଚୀ ସ୍ମିତା ସାହୁ, ସମ୍ପୂର୍ଣ। ଛୋଟରାୟ, ଆୟୁଷ୍ମାନ ଡାକୁଆ, ଶାସ୍ୱୋତ ତ୍ରିପାଠୀ, ଇଶାନ୍ ପଣ୍ଡା, ଆଦିତ୍ୟ ରାଜ ମନ୍ତ୍ରୀ, ଶକ୍ତି ସୁନ୍ଦର ରାୟ, ରଜବିର ସିଂ,ଏହି ଅବସରରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ ଓ ଖଣ୍ଡଗିରି ମଣ୍ଡଳ ସଭାପତି ଶ୍ରୀମତୀ ଆରତୀ ଭୂୟାଁ ପ୍ରଭାସିନୀ ସାହୁ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ୱାକୋ ଓଡ଼ିଶାର ମୁଖ୍ୟ ପରାମର୍ଶଦାତା ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ଉପସଭାପତି ହେମନ୍ତ କୁମାର ଦାସ ଏବଂ ସଚିବ ବିଚିତ୍ରା ନାରାୟଣ ଜେନା, ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ଏବଂ ଜିଲ୍ଲା ସାଧାରଣ ସଚିବ ହିମାଂଶୁ ଭୁଷଣ ଦାସ ଓଡିଶା ଦଳର ପ୍ରଶିକ୍ଷକ ଭାବେ ଦିଲ୍ଲୀ ଯାତ୍ରା କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସ୍ପୋର୍ଟସ କିକ୍ ବକ୍ସିଂ ଆସୋସିଏସନର ସଭାପତି ବିକ୍ରମ କେଶରୀ ଜେନା, ଉପାଧ୍ୟକ୍ଷ ସଦାଶିବ ପାତ୍ର, ଡ଼ଃ ରାଜଶ୍ରୀ ଦାସ, ଅଭିମନ୍ୟୁ ପାତ୍ର, ଅଜୟ ବେହେରା, ଲିପିକା ମିଶ୍ର, ସୁଦୀପ୍ତା ସାହୁ, ଦିଲୀପ କୁମାର ମାର୍ଥା, ବିନୟ କୁମାର ନାୟକ, ପ୍ରଦୀପ୍ତ ଦାସ, ଜୟ ପ୍ରକାଶ ଦାସ ପ୍ରମୁଖ୍ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି!

 

Leave A Reply

Your email address will not be published.