ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିବେ 11 ଓଡ଼ିଆ
11 players from Odisha will practicepate International kick boxing open championship
ଭୁବନେଶ୍ୱର : ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିବେ 11 ଓଡ଼ିଆ କ୍ରୀଡ଼ାବିତ। ଫେବୃଆରୀ 4 ତାରିଖରୁ 9 ତାରିଖ ଯାଏ ନୂଆଦିଲ୍ଲୀରେ ଖେଳିଯିବାକୁ ଥିବା ୱାକୋ ଓପନ ଇଣ୍ଟରନେସନାଲ ପ୍ରତିଯୋଗିତାରେ ଭାଗ ନେବେ ଖୋର୍ଦ୍ଧା ଜିଲ୍ଲା କିକ ବକ୍ସିଙ୍ଗ ଆସୋସିଏସନର 11 ଜଣ କ୍ରୀଡ଼ାବିତ। ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଏହି କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିବାକୁ ଥିବା ବେଳେ ଭୁବନେଶ୍ୱର ସାଓଲିନ ମାର୍ଶାଲ ଏକାଡେମୀରେ ଜାରି ରଖିଛନ୍ତି ଅଭ୍ୟାସ। 11 ଜଣ କ୍ରୀଡ଼ାବିତଙ୍କ ମଧ୍ୟରୁ ଏକାଧିକ ପ୍ରତିଯୋଗୀ ପୂର୍ବରୁ ଅନେକ ଜାତୀୟ ଏବଂ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆଦିରେ ପ୍ରଦର୍ଶନ କରି ମେଡାଲ ଜିତିଥିବା ବେଳେ ଏହି ପ୍ରତିଯୋଗିତାରେ ମଧ୍ୟ ମେଡାଲ ଜିତିବାକୁ ଆଶା କରିଛନ୍ତି.।ବିଶ୍ୱର ପାଖାପାଖି ଦେଶ ଏଥିରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଆ ପିଲାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିବ ବୋଲି ଆସୋସିଏସନ ପକ୍ଷରୁ ଆଶା କରାଯାଇଛି। ଏଠାରେ ଭଲ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ ଆଗକୁ ଖେଳାଯିବାକୁ ଥିବା ଏସିଆନ ଗେମରେ ସୁଯୋଗ ପାଇବେ। 11 ଜଣ କ୍ରୀଡ଼ାବିତଙ୍କ ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାରୁ ଆସୋସିଏସନ ଏବଂ କ୍ରୀଡ଼ାବିତମାନେ କୃତଜ୍ଞତା ଜଣାଇଛନ୍ତି। 11 ଜଣ କ୍ରୀଡ଼ାବିତଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କ ଏଥିରେ ମେଡାଲ ଜିତିବାର ସମ୍ଭାବନା ରହିଛି।