ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା

0

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଆଜିଠୁ ଆରମ୍ଭ ଖଣ୍ଡଗିରି କୁମ୍ଭ ମେଳା. ଏହା 9 ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁ ମାନଙ୍କ ଧୀରେ ଧୀରେ ସମାଗମ ହେବାକୁ ଲାଗିଛି । ଘଣ୍ଟ ଘଣ୍ଟା ଧ୍ୱନୀରେ ଖଣ୍ଡଗିରି ପାଦ ଦେଶ ପ୍ରକମ୍ପିତ ହେବା ସହ ସାଧୁ ମାନେ ନିଜ ନିଜ ଆସ୍ଥାନ ଜମାଇଛନ୍ତି। ପାଖାପାଖି 200 ରୁ ଉର୍ଦ୍ଧ ସାଧୁ ସନ୍ଥ ଚଳିତ ବର୍ଷ ଏହି ମେଳା ପାଇଁ ସମାଗମ ହୋଇଛନ୍ତି। ପ୍ରାଚୀନ କାଳରେ ସାଧୁ ସନ୍ଥ ମାନେ ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇ ଏଠାରେ ଅବସ୍ଥାନ କରିଥାନ୍ତି। ଏହି ସାଧୁ ସନ୍ଥଙ୍କ ଦର୍ଶନ କଲେ ପୁଣ୍ୟ ମିଳେ ଏବଂ ତାଙ୍କ ସେବା ଏକ ପ୍ରକାର ତପ ବୋଲି ରହିଛି ବିଶ୍ୱାସ. ସାଧୁସନ୍ଥଙ୍କ ସମାଗମ ସହ ପାହାଡ଼ ପାଦ ଦେଶରେ ଜମିବ ହାଟ ବଜାର ଏବଂ ଯାତ୍ରା ପେଣ୍ଡାଲ। ଏଥର ମୁଖ୍ୟ ଆକର୍ଷଣ ଭାବେ ବିଶ୍ୱ ରୂପରେ ଦର୍ଶନ ଦେବେ ନାରାୟଣ। ମେଳାରେ ବଡ଼ ଦୋଳିକୁ ବାରଣ କରାଯାଇଛି ଏବଂ ଗୁମ୍ପାରେ ରହିବାକୁ ବାରଣ କରାଯିବାରୁ ସାଧୁସନ୍ଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.