“ଓଡ଼ିଶା ସ୍କାଉଟ ଆଣ୍ଡ ଗାଇଡ୍ ଆନୁକୁଲ୍ୟରେ ଆରମ୍ଭ ସେବା କ୍ୟାମ୍ପ “
Seba camp organized by scout boys at khandagiri mela
ଭୁବନେଶ୍ୱର : ଖଣ୍ଡଗିରି ଠାରେ ଅନୁଷ୍ଠିତ ମଘମେଳାରେ ଓଡ଼ିଶା ରାଜ୍ୟ ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମ୍ୟୁନିସିପାଲିଟି କମିଶିନୋର ଶ୍ରୀଯୁକ୍ତ ‘ଚଞ୍ଚଳ ରଣା ‘ ଆନୁଷ୍ଠାନିକ ଭାବେ ସ୍କାଉଟ ପତାକା ଉତୋଳନ କରି ସେବା କ୍ୟାମ୍ପର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ଡେଫୁଟି କମିଶନର ରାକେଶ ‘କୁମାର ପାତ୍ର ‘, ଆଡିସ୍ନାଲ କମିଶନର ରତ୍ନାକର ସାହୁ, କର୍ପୋରେଟର ସଂଯୁକ୍ତଆ ସୁନ୍ଦରାୟ,କୈଳାଶ ଦାସ ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟର ୧୦୦ ଜଣ ସ୍କାଉଟ ଓ ରୋଭର୍ ଯୋଗ ଦେଇଥିଲେ । ପିଲା ମାନେ ପରିବେଶକୁ ସଫା କରିବା ସହ ମାନବ ଚେନ୍ ମାଧ୍ୟମରେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ,ଦହି ପଣା ବଣ୍ଟନ ଓ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିନ ମାନଙ୍କରେ ପ୍ରତାପ ଶାସନ ଗାର୍ଲ୍ସ୍ ହାଇସ୍କୁଲର ଗାଇଡ୍, ଟାଇମସ ଗୁରୁକୁଳ ର ସ୍କାଉଟ ଓ ଗାଇଡ୍,ଘାଟିକିଆ ଶିଶୁ ମନ୍ଦିର ସ୍କାଉଟ୍ ଓ ଗାଇଡ ,ଧର୍ମବିହର ଶିଶୁ ମନ୍ଦିର ସ୍କାଉଟ ଓ ଗାଇଡ ଓ ୮ନମ୍ବର ଶିଶୁ ମନ୍ଦିରର ସ୍କାଉଟ ଓ ଗାଇଡ ଯୋଗ ଦେବାର କା୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମ ୨୯.୧.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କାର୍ଯ୍ୟକ୍ରମର ସଂଚାଳକ ତଥା ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସୂଚନା ଦେଇଛନ୍ତି।