କାନ୍ଦ ମାଷ୍ଟ୍ରେ ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଏବଂ ଟ୍ରେଲର ରିଲିଜ୍

Audio and trailer release of movie Kandamastre held in Bhubaneswar

0

ଭୁବନେଶ୍ୱର : କିଛି ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଶୈଳୀ ବଦଳିବା ସହିତ ମାନରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି l ଓଡ଼ିଶା ମାଟିର ବିଭିନ୍ନ ମୌଳିକ କାହାଣୀକୁ ନେଇ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଏବେ ବେଶ ଦର୍ଶକାଦୃତ ହେବାରେ ଲାଗିଛି l ସେହି ଧାରାରେ ସମ୍ପୂର୍ଣ୍ଣ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର “କାନ୍ଦ ମାଷ୍ଟ୍ରେ” ନିର୍ମାଣ ହୋଇଛି, ଯାହାର ଅଡିଓ ଏବଂ ଟ୍ରେଲର ମହାଆଡମ୍ବରରେ ରିଲିଜ୍ ହୋଇଛି l

 

ସାରା ବିଶ୍ଵରେ ଓଡିଶାର ସଂସ୍କୃତି ଓ ପରମ୍ପରାର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଓଡ଼ିଶାରେ ଝିଅମାନେ ବିବାହ ବିଦାୟୀ ବେଳେ ବାପା, ମାଆ, ବନ୍ଧୁବାନ୍ଧବଙ୍କୁ ଧରି ବିଭିନ୍ନ କଥାକୁ ପଦ୍ୟରେ ଗାଇ କାନ୍ଦିଥା’ନ୍ତି । ଏ ପରମ୍ପରା ଧିରେ ଧିରେ ନବେ ଦର୍ଶକଠୁ ଏକ ପ୍ରକାର ଲୋପ ପାଇ ବସିଲାଣି । ଏବେ ପ୍ରାୟତଃ ଆଉ କାନ୍ଦଣା ଦେଖିବାକୁ ମିଳୁ ନାହିଁ । ଏପରି ଏକ କହାଣୀକୁ ନେଇ କାନ୍ଦ “ମାଷ୍ଟ୍ରେ” ଚଳଚ୍ଚିତ୍ର ଚିତ୍ରଣ କରାଯାଇଛି । ଓଡ଼ିଶାର ଆଗ ଧାଡ଼ିର ନାଟ୍ୟକାର ତଥା ସାହିତିକ ଜାକିର ଖାନ୍ ଙ୍କ ସଫଳ ନାଟକକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି  । ପ୍ରଯୋଜନା କରିଥିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ବଜିତ ପଣ୍ଡା, କହାଣୀ ଓ ସଂଳାପ ଜାକିର ଖାନ ଲେଖିଥିବାବେଳେ ଚିତ୍ରନାଟ୍ୟରେ ଜାକିର ଖାନ ଓ ବିଶ୍ବଜିତ ପଣ୍ଡା ଅଛନ୍ତି । ମୁଖ୍ୟ କଳାକାର ମଧ୍ୟରେ ଅଭିନେତ୍ରୀ ଲିପ୍ସା ମିଶ୍ର , ବିଭୁ ପ୍ରସାଦ , ପୃଥ୍ଵୀରାଜ ନାୟକ, ଧରିତ୍ରୀ ଖଣ୍ଡୁଆଳ, ଶ୍ଵେତାଶ୍ରୀ ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି l ଚିତ୍ରତ୍ତୋଲନ ସ୍ଵର୍ଣ୍ଣପ୍ରସାଦ, ସମ୍ପାଦନା କୃତାର୍ଥ ଚିତରଞ୍ଜନ ନାଟେକର ଓ ମଣ୍ଟୁ , ସାଉଣ୍ଡରେ ଅଜେଶ ମିଶ୍ର , ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ ଓ ଶାନ୍ତନୁ ନାୟକ l ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ଏବଂ ସନ୍ତୋଷ ନାୟକ l କ୍ରିଏଟିଭ ପ୍ରଡ୍ୟୁସର ଇତିଶ୍ରୀ ପାଣିଗ୍ରାହୀ ଅଛନ୍ତି । ଚଳଚ୍ଚିତ୍ରଟି ଫେବୃଆରୀ ମାସ  ଶେଷରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.