କ୍ୟାନ୍ସର ହଟ ସ୍ପଟ ଓଡିଶା: ପ୍ରତିବର୍ଷ ବାହାରୁଛନ୍ତି 55000 ରୋଗୀ

Odisha became hotspot for cancer patient

0

ଭୁବନେଶ୍ୱର : ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ କ୍ୟାନ୍ସର ରୋଗୀ ଚିହ୍ନଟ. ବର୍ଷକୁ ଚିହ୍ନଟ ହେଉଛନ୍ତି ୫୫ ହଜାର ନୂଆ ରୋଗୀ. ଏହା ସହିତ ଚି଼ହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି. କ୍ୟାନ୍ସର ଭଳି ରୋଗକୁ କିଭଳି ଭାବରେ ଜଲଦି ଚି଼ହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ. ୨୦୨୫-୨୬ ବର୍ଷରେ ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି… 2025 -26 ରେ ଜାନୁୟାରୀ ସୁଦ୍ଧା 23131 କ୍ୟାନ୍ସର ରୋଗୀ ଚିନ୍ହଟ ହୋଇଛନ୍ତି.. ସବୁଠୁ ଅଧିକ କଟକରେ କ୍ୟାନ୍ସର ରୋଗୀ ଚି଼ହ୍ନଟ.. 4779 ରୋଗୀ..କେନ୍ଦ୍ରାପଡ଼ା ଜିଲ୍ଲା ରେ 1878, ଯାଜପୁର ରେ 1153, ଜଗତସିଂହପୁର ରେ 1822, ବାଲେଶ୍ୱର ରେ 1546 ଓ ଭଦ୍ରକ ରେ 1432 ରୋଗୀ ଚିନ୍ହଟ ହୋଇଛନ୍ତି.. ରାଜ୍ୟରେ ଡ଼ାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି… ଟେଷ୍ଟିଙ୍ଗ କୁ ନେଇ ରାଜ୍ୟ ରେ ଉପଯୁକ୍ତ ସାଧନ ନ ଥିବାରୁ ଏଭଳି ଚିତ୍ର ସାମ୍ନା କୁ ଆସିଛି…

Leave A Reply

Your email address will not be published.