ଖଣ୍ଡଗିରି ମେଳାରୁ ଚୋରି ଘଟଣା: ବଞ୍ଜାରାଙ୍କ ହେବ ଟିଆଇ ପରେଡ଼

TI parade for khandagiri accused

0

ଭୁବନେଶ୍ୱର : ଖଣ୍ଡଗିରି ମେଳାରୁ ସୁନା ଓ ମୋବାଇଲ ଚୋରି କେସ । ବଞ୍ଜାରାଙ୍କ ହେବ ଟିଆଇ ପରେଡ଼ । ଝାରପଡା ଜେଲରେ ଅନୁଷ୍ଠିତ ହେବ ଟିଆଇ ପରେଡ଼। ଆସନ୍ତା ୧୨ ତାରିଖରେ ଟିଆଇ ପରେଡ଼ କରିବ ଖଣ୍ଡଗିରି ଥାନା ପୋଲିସ। କିଛିଦିନ ତଳେ ପାଖାପାଖି ୧୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନା ପୋଲିସ ଏମାନଙ୍କୁ କୋର୍ଟଚାଲାଣ କରିଥିଲା । ଭିଡ଼ ଭିତରେ ଗ୍ରୁପ ହୋଇ ଏମାନେ ଟଙ୍କା, ସୁନା, ମୋବାଇଲ ଲୁଟ ନେଇ ଅଭିଯୋଗ ହୋଇଥିଲା। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା, ୨୦ ଟି ମୋବାଇଲ ଲୁଟ ନେଇ ଅଭିଯୋଗ ହୋଇଥିଲା । ଟିଆଇ ପରେଡ଼ ପରେ ଅଭିଯୁକ୍ତ ବିରୋଧରେ ଦଣ୍ଡବିଧାନ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଗିରଫ ଘଟଣା ଆସିବା ପରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଦେଖା ଦେଇଛି ତତ୍ପରତା। କମିଶନରେଟ ପୋଲିସ ଏବଂ ବିଏମସି ପକ୍ଷରୁ ପ୍ରଦାନ କରାଯାଉଛି ଏହି ସଚେତନତା।

Leave A Reply

Your email address will not be published.