ଜାଭା ଟେକ୍ନୋକ୍ରାଟ ତୃଣମୂଳ ସ୍ତରରେ ଜାଭା ଶିକ୍ଷାର ପ୍ରସାର ଲକ୍ଷ୍ୟ
Java Technocrat aims to spread Java education at the grassroots level
ଜାଭା ଟେକ୍ନୋକ୍ରାଟ ତୃଣମୂଳ ସ୍ତରରେ ଜାଭା ଶିକ୍ଷାର ପ୍ରସାର ଲକ୍ଷ୍ୟ
ଜାଭା ଶିକ୍ଷାଦାନ କ୍ଷେତ୍ରରେ ପ୍ରାୟ ୧୫ ବର୍ଷର ଅଭିଜ୍ଞତା ପରେ ଇଣ୍ଟରଫେସ ଛାଡିବା ପରେ ଜାଭା ଟେକ୍ନୋକ୍ରାଟ ନାମକ ଏକ ତାଲିମ ଅନୁଷ୍ଠାନ ସ୍ଥାପନ କଲେ । ଅଦ୍ୟାବଧି ସେ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଜାଭା ତାଲିମ ପ୍ରଦାନ କଲେଣି । ତୃଣ ମୂଳ ସ୍ତରରେ ଜାଭା ତାଲିମକୁ ଦୃଢ଼ୀକରଣ କରିବା ତାଙ୍କ ଲକ୍ଷ୍ୟ । ସେ ହେଉଛନ୍ତି ଜାଭା ଟେକ୍ନୋକ୍ରାଟ୍ ପ୍ରତିଷ୍ଠାତା ରଶ୍ମିକାନ୍ତ ଦାସ ।
୨୦୦୧ରେ ଏସ୍ଏସ୍ଆଇ ଲିମିଟେଡରେ ଜାଭା ଟ୍ରେନର ଭାବେ ତାଙ୍କ କ୍ୟାରିୟର ଆରମ୍ଭ । ୨୦୦୪ରେ ଦିଲ୍ଲୀର ଲାଜପତ ନଗର ଶାଖାକୁ ତାଙ୍କ ବଦଳି ହୁଏ । ଏହା ପରେ ଇଣ୍ଟଫେସ ସଫ୍ଟୱେରରେ ମଧ୍ୟ ଶିକ୍ଷା କ୍ଷେତ୍ରରେ କାମ କଲେ । ଓଡ଼ିଶାରେ ହାଇଦ୍ରାବାଦ ଭଳି ଅତ୍ୟାଧୁନିକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ଦିଗରେ ସେ ପ୍ରସ୍ତୁତ ହେଲେ । ତାହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ସେବେଠାରୁ ସେ ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କଲେ ।
ଜାଭାରେ ଛାତ୍ରଛାତ୍ରୀଙ୍କୁ ଭଲ ପୁସ୍ତକ ଭେଟି ଦେବାକୁ ବାପାଙ୍କଠାରୁ ପ୍ରେରଣା ଲାଭ କରି ୨୦୦୮ରେ ପ୍ରଥମ ପୁସ୍ତକ କୋର ଜାଭା ଫର୍ ବିଗିନର୍ସ ଲେଖିଲେ । ସେହିଭଳି ଜାଭାର ସାକ୍ଷାତକାର ପ୍ରସ୍ତୁତି ନେଇ ତାଙ୍କ ୨ୟ ପୁସ୍ତକ ଆସିଲା । ଏହା ପରେ ଜାଭାର ଆଡଭାନ୍ସ ବୁକ ଜାଭା ଟୁ ଏଣ୍ଟରପ୍ରାଇଜ ସଲ୍ୟୁଶନ ପୁସ୍ତକ ମଧ୍ୟ ସେ ପ୍ରକାଶ କଲେ ।
ଶ୍ରୀ ଦାସ କୁହନ୍ତି, କ୍ୟାରିୟର ଆରମ୍ଭ ବେଳେ ଏ କ୍ଷେତ୍ରରେ ରାଜ୍ୟରେ ଶିକ୍ଷାଦାନକୁ ଲୋକେ ଏତେଟ ଭଲ ପାଉ ନ ଥିଲେ । ଓଡ଼ିଶାରେ ଆଇଟି ଶିକ୍ଷାର ଏତେ ମଧ୍ୟ ଚାହିଦା ନ ଥିଲା । ଆଇଟି କଲେଜ ଧ୍ୟ ଏତେଟା ନ ଥିଲା । ସେ ସମୟରେ କେବଳ ଗ୍ରୀଷ୍ମ ସମୟରେ ପିଲା ପଢ଼ିବାକୁ ଆସୁଥିଲେ । ଶିଖିବା କିମ୍ବା ନିଜକୁ ଅପଗ୍ରେଡ କରିବା ଲାଗ ସେତେବେଳେ ଏତେଟା ସୁବିଧା ନ ଥିଲା । ଦିନ ରାତି କେବଳ କଷ୍ଟ କରିବାକୁ ପଡୁଥିଲା । ବାହାରକୁ ଯାଇ ତାଲିମ ନେବାକୁ ପଡୁଥିଲା । ଟ୍ରେନିଂ ଦେଉଥିବା ଲୋକ ମଧ୍ୟ ସମାନ ସ୍ତରରେ ଥିଲେ । ଏଭଳି ସମସ୍ୟାକୁ ଉପଲବ୍ଧି କରି ଭଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦକ୍ଷ ରିସର୍ଚ୍ଚ ଟିମ୍ ଗଠନ କରିଥିଲୁ । ଜାଭା ଶିକ୍ଷାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ଏହି ଟିମ୍ ନିଷ୍ଠାର ସହ କାମ କଲା ।
୨୦୧୦ ବେଳକୁ ହାଇଦ୍ରାବାଦ ଯାଇ ପିଲା ଏ କ୍ଷେତ୍ରରେ ଶିକ୍ଷା ଲାଭ କରିବାକୁ ଚାହୁଁଥିଲେ । ମାତ୍ର ଶ୍ରୀ ଦାସଙ୍କ ଉଦ୍ୟମ ଯୋଗୁ ଓଡ଼ିିଶାରେ ବିଶ୍ୱ ସ୍ତରୀୟ ଜାଭା ତାଲିମ ଆରମ୍ଭ ହେଲା । ଓଡ଼ିଶାର ଯେଉଁ ଅର୍ଥ ରାଜ୍ୟ ବାହାରକୁ ଯାଉଥିଲା ତାହା ରାଜ୍ୟରେ ରହିଲା । ଶ୍ରୀ ଦାସଙ୍କ ପ୍ରାଥମିକ ଶିକ୍ଷା କଟକର ଓଏମପି ସ୍କୁଲରୁ ହୋଇଥିଲା । ଜେକେବିକେ କଲେଜ, ରେଭେନ୍ସା କଲେଜ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟର ଏମ୍ବିଏ ଏବଂ ଏମ୍ସିଏ ଡିଗ୍ରୀ ସେ ହାସଲ କରିଛନ୍ତି । ଏହା ସହ ମାଇକ୍ରୋସଫ୍ଟର ଜଣେ ଅନୁମୋଦନ ପ୍ରାପ୍ତ ଟ୍ରେନର ।
ଶ୍ରୀ ଦାସ କୁହନ୍ତି, ପ୍ରୋଗ୍ରାମିିଂ ଲାଙ୍ଗୁଏଜ କ୍ଷେତ୍ରରେ ଜାଭାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି । ଏବେ ନୂଆ ନୂଆ ଟେକ୍ନୋଲୋଜି ଯଥା ଏଆଇଏମ୍ଏଲ୍,ସାଇବର ନିରାପତ୍ତା, କ୍ଲାଉଡ କମ୍ପୁ୍ୟଟିଂ, ବିଗ୍ ଡାଟା ଆସିଛି । ଏସବୁ ଟେକ୍ନୋଲୋଜିକୁ ଲାଙ୍ଗୁଏଜ ଦ୍ୱାରା କାର୍ଯ୍ୟକାରୀ କରିବାକୁ ହେଲେ ଜାଭା ବର୍ତ୍ତମାନ ସମୟରେ ମଧ୍ୟ ୧ ନମ୍ବର । ଏଆଇଏମ୍ଏଲ୍ କ୍ଷେତ୍ରରେ ମଧ୍ୟ ଜାଭାରେ ପ୍ରୋଜେକ୍ଟ ହେଉଛି । ପାଇଥନ ସହଜ ହୋଇଥିଲେ ମଧ୍ୟ ନିରାପତ୍ତା ଦୃଷ୍ଟିରୁ ଜାଭା ସର୍ବୋତ୍ତମ । ଏହାର ଗ୍ରହଣୀୟତା ସବୁଠାରେ ରହିଛି ।
ପ୍ରାୟ ଆଇଟି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରାୟ ୩୦% ପାଠ୍ୟକ୍ରମରେ ଥିବାରୁ ଜାଭା ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ୬୦ ପ୍ରତିଶତ ପିଲା ନିଯୁକ୍ତି ଲାଗି ଏହି ଶିକ୍ଷା ଲାଭ କରୁଛନ୍ତି । ଆଉ କିଛି ପିଲା ଭାବନ୍ତି କଲେଜରେ ଯାହା ପଢ଼ା ହେଉଛି ସେତିକି ଯଥେଷ୍ଟ । ମାତ୍ର ପ୍ରକୃତ କଥା ହେଉଛି ପ୍ରତିଯୋଗିତା ମୂଳକ ବଜାରରେ ନିଯୁକ୍ତି ପାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜାଭାର ମୂଳତଲତତ୍ତ୍ୱକୁ ବୁଝିବାକୁ ହେବ । ଯେଉଁମାନେ ଭଲ ଭାବେ ଏହାକୁ ପଢ଼ନ୍ତି ତାର ମୂଲ୍ୟ ବୁଝିପାରୁଛନ୍ତି । ଏବେ ପିଲାଙ୍କ ମଧ୍ୟରେ ପଢ଼ିବା ସ୍ତର କମିଛି । କିଛି ପିଲା ୟୁଟୁ୍ବ ଉପରେ ନିର୍ଭର କରୁଛନ୍ତି । ଯାହା ପର୍ଯ୍ୟାପ୍ତ ନୁହେଁ ।
ଏଭଳି ସ୍ଥିତିରେ ଜାଭା ଟେକ୍ନୋକ୍ରାଟ ଏଭଳି ଏକ ପ୍ଲାଟଫର୍ମ ଯାହା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଲାଗି ଦକ୍ଷ ଶ୍ରମଶକ୍ତି ସୃଷ୍ଟି ଉପରେ ନିରନ୍ତର କାମ କରୁଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଳ୍ପ ଉପଯୋଗୀ ସ୍କିଲ୍ ଗଠନ ସହ ଶିକ୍ଷାର ମୂଲ୍ୟକୁ ଛାତ୍ରଛାତ୍ରୀ ବୁଝିଥାନ୍ତି । ବିଶେଷ କରି ଜାଭା ସମ୍ପର୍କିତ ବିଷୟ ଗୁଡ଼ିକ ଉପରେ ଅନୁଷ୍ଠାନ ଫୋକସ କରିଥାଏ । ଏହା ମଧ୍ୟରେ ଜାଭା, ଆଡଭାନ୍ସ ଜାଭା, ସ୍ପ୍ରିଙ୍ଗବୁଟ ହାଇବର ନେଟ୍, ରିଆକ୍ଟ, ଆଙ୍ଗୁଲାର, ରିଆକ୍ଟ ଜେଏସ୍, ଆଙ୍ଗୁଲାର ଜେଏସ୍, ଜାଭା ସ୍କ୍ରିପ୍ଟ, ପ୍ରୋଜେକ୍ଟ, ଇଣ୍ଟନଶିପ ଉପରେ ଧ୍ୟାନ ରଖିଛି ଅନୁଷ୍ଠାନ । ଏହା ଜାଭା ଟେକ୍ନୋକ୍ରାଟର ମୂଳଦୂଆକୁ ଦୃଢ଼ କରିବା ସହ ସମୟ ଉପଯେଗୀ ହୋଇ ପାରିଛି । ଏକାଧିକ ଲାଙ୍ଗୁଏଜକୁ ଗୁରୁତ୍ୱ ନ ଦେଇ କେବଳ ଏକକ ଲାଙ୍ଗୁଏଜକୁ ସର୍ବାଧିକ ଗୁରୁତ୍ୱ ଦେଇଛି ଅନୁଷ୍ଠାନ ।
ଜାଭା ଟେକ୍ନୋକ୍ରାଟ ଦ୍ୱାରା ପ୍ରତିଭାଶାଳୀ ବ୍ୟକ୍ତି ବିଶେଷଙ୍କ ଏକ ଗ୍ରୁୁପ ଗଠନ ତାଙ୍କ ଲକ୍ଷ୍ୟ । କଟକ ଏବଂ ଭୁବନେଶ୍ୱରରେ ୨ଟି ସେଣ୍ଟର ଦ୍ୱାରା ୨୦ ଟିମ୍ ସଦସ୍ୟଙ୍କ ଦ୍ୱାରା ଅନୁଷ୍ଠାନ ସେବା ଯୋଗାଉଛି । ଛାତ୍ରଛାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଜାଭା ତାଲିମ ଲାଗି ଉଭୟ ଆଭାସୀ ଏବଂ କ୍ଲାସରୁମରେ ଶିକ୍ଷା ପ୍ରଦାନ କରାଯାଉଛି । ଜାଭା ଟେକ୍ନୋକ୍ରାଟ ଏବେ ୩ ପ୍ରକାର କୋର୍ସ ପଦାନ କରୁଛି । ମୋବାଇଲ ଆପ୍ ଜେଟି କୋଡିଂ ବାବା ଦ୍ୱାରା ରାଜ୍ୟର କୋଣ ଅନୁକୋଣରେ ଜାଭା ଶିକ୍ଷାକୁ ଲୋକପ୍ରିୟ କରାଇବା ଶ୍ରୀ ଦାସଙ୍କ ଲକ୍ଷ୍ୟ । ଏଥିରେ ଜାଭାର ରେକର୍ଡ କ୍ଲାସ ଗୁଡ଼ିକ ଉପଲବ୍ଧ । ୧୨୯୯ ଟଙ୍କାରେ ପିଲା ଏହାର ସୁବିଧା ନେଉଛନ୍ତି । ଶିଖିବାରେ କିଛି ସମସ୍ୟା ରହିଲେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଶେଷଜ୍ଞଙ୍କ ଦ୍ୱାରା ସହାୟତା କରାଯାଉଛି ।
ଏ ନେଇ କ୍ୱାଲିଟି ସେଣ୍ଟର ରହିଛି ଯାହା ମାଗଣାରେ ଛାତ୍ରଛାତ୍ରୀଙ୍କୁ ସମସ୍ୟା ସମାଧାନରେ ସହାୟତା କରୁଛି । ଲାଇଭ କ୍ଲାସରେ ଜାଭାର କୋର୍ସ ୫ରୁ ୮ ହଜାର ଟଙ୍କା ରହିଛି । ଇନଷ୍ଟିଚ୍ୟୁଟ ଆସି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫିସ୍ ରହିଛି କୋର ଜାଭା ୭ ହଜାର ଟଙ୍କାରୁ ଆରମ୍ଭ ହୋଇ ଅନ୍ୟ କୋର୍ସ ଗୁଡ଼ିକ ୮ ହଜାର ଓ ୧୦ ହଜାର ଟଙ୍କା ରହିଛି । ଏହି କୋର୍ସ ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବେଶ ଆଦୃତି ମିଳିଛି ।
ଶ୍ରୀ ଅଦ୍ୟାବଧି ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଜାଭା ଶିକ୍ଷା ପ୍ରଦାନ କରିଛନ୍ତି । ଜାଭା ଟେକ୍ନେକ୍ରାଟ୍ ୩୦ ହଜାରରୁ ଉର୍ଧ୍ୟ ଛାତ୍ରଛାତ୍ରୀଙ୍କୁ ଜାଭାର ଦକ୍ଷତା ତାଲିମ ଦେଇଛି । ଅନୁଷ୍ଠାନ ଶିକ୍ଷାଦାନ ବ୍ୟତୀତ ସରକାରୀ ପ୍ରୋଜେକ୍ଟ ଉପରେ କାମ କରିଛି । ପଞ୍ଚାୟତି ରାଜ ବିଭାଗର ହାଉସିଂ ସ୍କିମ, ବିଭିନ୍ନ ଶିକ୍ଷାନୁଷ୍ଠାନର ଲାଇବ୍ରେରୀ ମ୍ୟାନେଜମେଣ୍ଟ, ପରିକ୍ଷା ପରିଚାଳନା ପ୍ରୋଜେକ୍ଟ କାମ ମଧ୍ୟ ଏହା ସମ୍ପାଦନ କରୁଛି । ଅନୁଷ୍ଠାନରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପଢ଼ା ସମୟରେ ପ୍ରଦାନ କରାଯାଉଛି । ଏ ନେଇ ନିୟୋଜିତ ହୋଇଛନ୍ତି ଦକ୍ଷ ମେଣ୍ଟର । ଲାଇଭ ପ୍ରୋଜେକ୍ଟର ଏକ୍ସପୋଜର ଛାତ୍ରଛାତ୍ରୀ ପାଉଛନ୍ତି ।
ଜୀବନରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅଗ୍ରସର ହେଉଛନ୍ତି ଶ୍ରୀ ଦାସ । ଛାତ୍ରଛାତ୍ରୀଙ୍କୁ ଦକ୍ଷ କରି ଗଢ଼ି ତୋଳିବାରେ ରିସର୍ଚ୍ଚ ଏବଂ ଫାଙ୍କା ସମୟରେ ପରିବାର ସହ ସମୟ ବିତାଇବା ତାଙ୍କୁ ଭଲ ଲାଗେ । କ୍ରିକେଟ ପ୍ରତି ରୁଚି ରଖନ୍ତି । ସମୟ ମିଳିଲେ ପୁଅ ସହ ମିଶି କ୍ରିକେଟ ଖେଳନ୍ତି ।
ଶ୍ରୀ ଦାସ କୁହନ୍ତି, ବର୍ତ୍ତମାନ ଏଆଇ ଯୁଗରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରି ଗଢ଼ିବା ଦିଗରେ ମଧ୍ୟ ଅନୁଷ୍ଠାନ କାମ କରୁଛି । ଏଆଇ ମଣିଷ ମସ୍ତିସ୍କକୁ କେବେ ବିଜୟ କରିପାରିବନି । ଦିନ ଆସିବ ଏଆଇ ଠାରୁ ମଧ୍ୟ ଆହୁରି ଶକ୍ତିଶାଳୀ ଟେକ୍ନୋଲୋଜି ଆସିବ ।
ଏଆଇକୁ ଚଳାଇବା ଲାଗି ଆମକୁ ଦକ୍ଷ ମାନବ ସମ୍ବଳ ଦରକାର । ସେହି ଅନୁସାରେ ପିଲାଙ୍କୁ ଗଢ଼ିବା ଆମ ଲକ୍ଷ୍ୟ । ବର୍ତ୍ତମାନ ସମୟକୁ ନଜରରେ ରଖି ଅପଡେଟ ତାଲିମ ସର୍ବଦା ପ୍ରଦାନ କରୁଛି । ସମୟ ଉପଯୋଗୀ ତାଲିମକୁ ଗୁରୁତ୍ୱ ମିଳିଛି । ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲାଗି ଅନଲାଇନ ଟେକ୍ନୋଲୋଜି ଏବଂ ସୋସିଆଲ୍ ମିଡିଆ ଦ୍ୱାରା ପ୍ରମୋସନ କରାଯାଉଛି । ସୁଭଲ ମୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ତାଙ୍କ ମୂଳ ଲକ୍ଷ୍ୟ ।
ପରିବର୍ତ୍ତିତ ସ୍ଥିତିରେ ଛାତ୍ରଛାତ୍ରୀ କୌଣସି ଏକ ଟେକ୍ ଲାଙ୍ଗୁଏଜରେ ମୂଳଭିତ୍ତିକୁ ଦୃଢ଼ କରନ୍ତୁ । ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରନ୍ତୁ । ପ୍ରୋଗ୍ରାମିଂ, ଆଲ୍ଗୋରିଦିମ, ଡାଟା ଷ୍ଟ୍ରକଚର ଶିଖିଲେ ଯେକୌଣସି ଟେକ୍ନୋଲୋଜିରେ କାମ କରିବା ସହଜ ହେବ । ଓଡ଼ିଶା ବଜାରରେ ଆଇଟି କ୍ଷେତ୍ରର ଭଲ ଭବିଷ୍ୟତ ରହିଛି । ଓଡ଼ିଶାରେ ବିମାନ ସଂଯୋଗ ଏବଂ ସଡକ ଭିତ୍ତିଭୂମି, ମେଟ୍ରୋ ସୁବିଧା ରହିଲେ ବହୁତ ବଡ ସମ୍ଭାବନାକୁ ବାସ୍ତବ ରୂପ ଦେଇ ପାରିବ ରାଜ୍ୟ।