ଭୁବନେଶ୍ୱର: କମ ଦିନରେ ଅଧିକ ଟଙ୍କା ଲାଭର ପ୍ରଲୋଭନ ଦେଖାଇ ଦୁଇ କୋଟି ଟଙ୍କା ଠକେଇ ଘଟଣା। ତିନି ଜଣକୁ ବାନ୍ଧିଲା ଇଓଡବ୍ଲ୍ୟୁ। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ପଟିଆ ଅଞ୍ଚଳର ବିକ୍ରମ କେଶରୀ ସାହୁ, ସୌଭାଗ୍ୟ ନଗରର ଦିନେଶ ମହାରଣା, ସହିଦ ନଗର ର ସରବନମ ସାବତ। ଅନଲାଇନ ଟ୍ରେଡିଂ ରେ ଟଙ୍କା ନିବେଶ କରିବାକୁ କହି ଲୋକଙ୍କୁ ଠକେଇ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କାହାକୁ ଟଙ୍କା ଫେରାଇ ନଥିଲେ ତିନି ଅଭିଯୁକ୍ତ। EOW ରେ ଅଭିଯୋଗ ହେବା ପରେ ତଦନ୍ତ ହୋଇଥିଲା ଏବଂ ସେମାନେ 2023 ମସିହାରୁ ଲୋକଙ୍କୁ ଠକେଇ କରିଥିବା ତଦନ୍ତ ସମୟରେ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ସହରରେ ଅନଲାଇନ ମିଟିଙ୍ଗ କରି ଲୋକଙ୍କୁ ଠକିବା ଥିଲା ଏମାନଙ୍କ ତରିକା। କେବଳ ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ହିମାଞ୍ଚଳ ପ୍ରଦେଶ, ୱେଷ୍ଟ ବେଙ୍ଗଲ ଏବଂ ଆନ୍ଧ୍ର ପ୍ରଦେଶରେ ବି ଲୋକ ମାନଙ୍କୁ ଠକେଇ କରିଥିବା ଏବଂ ନିଜ ଆକାଉଣ୍ଟରେ ଟଙ୍କା ନେବା ସହ କମ୍ପାନୀ ଆକାଉଣ୍ଟରେ ମଧ୍ୟ ଟଙ୍କା ନେଇଥିବା ତଦନ୍ତରୁ ଜଣାପଡିଛି।