ଡିଜିଟାଲ କଙ୍କ୍ରିଟ ବିପ୍ଳବର ଲିଡର ମିଲନ ମିଶ୍ର, ସହ ପ୍ରତିଷ୍ଠାତା ଡ୍ୟୁରାମିକ୍ସ

Milan Mishra, leader of the digital concrete revolution, co-founder of Duramix Concrete India Pvt

0
  • ଡିଜିଟାଲ କଙ୍କ୍ରିଟ ବିପ୍ଳବର ଲିଡର ମିଲନ ମିଶ୍ର, ସହ ପ୍ରତିଷ୍ଠାତା ଡ୍ୟୁରାମିକ୍ସ

୨୦୨୦ରେ ଶିଳ୍ପ କ୍ଷେତ୍ର ସାମ୍ନା କରିଥିଲା ବଡ଼ ଆହ୍ୱାନ । କୋଭିଡ ମହାମାରୀ ଯୋଗୁ ଶିଳ୍ପ ଗୁଡ଼ିକ ସାମ୍ନାରେ ଚିରାଚରିତ ଧାରାରୁ କିଛି ନୂଆ କରିବା ସହ ନିଜକୁ ଦୃଢ଼ କରିବା ଦିଗରେ ଜୋରଦାର ଉଦ୍ୟମ ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ କେବଳ ଏକ ବାଣିଜ୍ୟ ସ୍ଥାପନା ନୁହେଁ ରାଜ୍ୟର ରେଡି ମିକ୍ସ କଙ୍କ୍ରିଟ (ଆର ଏମ ସି) କ୍ଷେତ୍ରକୁ ରୁପାନ୍ତରଣ ଲାଗି ସେ ଅଣ୍ଟାଭିଡିଲେ । ରାଜ୍ୟର ରେଡି ମିକ୍ସ କଙ୍କ୍ରିଟ କ୍ଷେତ୍ରକୁ ନୂଆ ପରିଚୟ ଦେଇଥିବା ବ୍ୟକ୍ତିତ୍ୱ ଭାବେ ମିଲନ ମିଶ୍ରଙ୍କ ବେଶ ଖ୍ୟାତି ରହିଛି ।

ଶ୍ରୀ ମିଶ୍ର ଦୀର୍ଘ ୧୨ ବର୍ଷରୁ ଉର୍ଧ୍ୟ ସମୟ ହେବ ଏ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିବା ପରେ କମ୍ପାନି ସ୍ଥାପନା କରିବାକୁ ଅଗ୍ରସର ହୋଇଥିଲେ । ଲାଫାର୍ଜ, ପ୍ରିଜିମ ସିମେଣ୍ଟ, ଆର୍ଡିିସି କଙ୍କ୍ରିଟ ଭଳି ବଡ଼ ବଡ଼ କମ୍ପାନିରେ ସେ କାର୍ଯ୍ୟ କରିଛନ୍ତି । ତେବେ ଭିନ୍ନ କରିବା ସହ ବଜାରର ପ୍ରକୃତ ସମସ୍ୟା ସମାଧାନ ପାଇଁ ସେ କିଛି ନୂଆ କରିବାକୁ ଚିନ୍ତା କରିଥିଲେ । ରାଜ୍ୟର ରେଡି ମିକ୍ସ କଙ୍କ୍ରିଟ ବଜାର ଏବେ ୧୨% ସ୍ତରରେ ରହିଛି । ଓଡ଼ିଶା ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏ କ୍ଷେତ୍ରରେ ରହିଛି ବ୍ୟାପକ ସମ୍ଭାବନା । ଏଭଳି ସ୍ଥିତିରେ ଏହି କ୍ଷେତ୍ରର କାୟାକଳ୍ପ ପରିବର୍ତ୍ତନ ଦିଗରେ ଶ୍ରୀ ମିଶ୍ର ସଂକଳ୍ପବଦ୍ଧ ହୋଇଥିଲେ ।

ଏହି ଲକ୍ଷ୍ୟ ଦିଗରେ ଜନ୍ମ ନେଇଥିଲା ଡ୍ୟୁରାମିସ୍କ କଙ୍କ୍ରିଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ । ସହ ପ୍ରତିଷ୍ଠାତା ଭାବେ ଶ୍ରୀ ମିଶ୍ର ଆୟୁଷ ସଙ୍ଗାନେରିଆ ଏବଂ ବସନ୍ତ ନାଥଙ୍କ ସହ ମିଳିତ ହୋଇ ଏହି କମ୍ପାନିର ସ୍ଥାପନ କରନ୍ତି । ଶ୍ରୀ ମିଶ୍ରଙ୍କ ଲକ୍ଷ୍ୟକୁ ସମର୍ଥନ କରି ସେମାନେ ଆର୍ଥିକ ଏବଂ କୌଶଳାତ୍ମକ ସହାୟତା ଦ୍ୱାରା ସଫଳତା ଲାଗି ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ ହୁଏ ।

କୋଭିଡ-୧୯ ସମୟରେ ସାରା ବିଶ୍ୱ ସମସ୍ୟାରେ ଥିବା ବେଳେ ଏହି ସମୟରେ ଜନ୍ମ ନିଏ ଡ୍ୟୁରାମିକ୍ସ । ଏହି ସମୟରେ ଏକ ବ୍ରାଣ୍ଡ ଲଞ୍ଚ କରିବା ନିଶ୍ଚିତ ପକ୍ଷେ ବଡ ଆହ୍ୱାନ ଥିଲା । ମାତ୍ର କିଛି ନୂଆ କରିବାର ଝୁଙ୍କ୍ ଯୋଗୁ ଶ୍ରୀ ମିଶ୍ରଙ୍କ ଏହି ପଦକ୍ଷେପ ବିପ୍ଳବାତ୍ମକ ହୋଇଥିଲା । ୬ ଜାତୀୟ ସ୍ତରର ବ୍ରାଣ୍ଡ୍ ସମେତ ମୋଟ ୧୪ରୁ ୧୫ ବ୍ରାଣ୍ଡ୍ ଗୁଡିକରଉପସ୍ଥିତି ସତ୍ୱେ ଡ୍ୟୁରାମିକ୍ସ ପ୍ରତିଯୋଗିତାକୁ ଉହ୍ଲାଏ । କେବଳ କଙ୍କ୍ରିଟ୍ ଯୋଗାଣକାରୀ ଭାବେ କମ୍ପାନି ନିଜକୁ ସମୀତ ରଖି ନ ଥିଲା । ଭାରତ ବାୟୋଟେକ, ଏଲ୍ ଆଣ୍ଡ ଟି ସହ କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ଭଳି ପ୍ରମୁଖ ପ୍ରକଳ୍ପ ହାତକୁ ନେଇ ଏଥିଲାଗି ସଫଳ ଡେଲିଭରି ଦ୍ୱାରା ନୂଆ ସଫଳତା ଗାଥା ଲେଖିଲା କମ୍ପାନି । ଯାହା କମ୍ପାନିର ପରିଚାଳନା ଦକ୍ଷତା, ଠିକ୍ ସମୟରେ ଡେଲିଭରି ପ୍ରତିବଦ୍ଧତା ଏବଂ ଭରଷାଯୋଗ୍ୟତାକୁ ପ୍ରମାଣିତ କରିଥିଲା ।

ଏହି ସଫଳତା ପଛରେ ଡ୍ୟୁରାମିକ୍ସର ଜଟଣୀରେ ଥିବା ଫ୍ଲାଗଶିପ ୧୨୦ ଘନ ମିଟର ରେଡି ମିକ୍ସ କଙ୍କ୍ରିଟ୍ ପ୍ଲାଣ୍ଟ, ଯାହା ଏ କ୍ଷେତ୍ରରେ ପ୍ରଥମ । ଏହି ପ୍ଳାଣ୍ଟଟି ଫାଇବର ଡୋଜିଂ ଅଟୋମେଶନ, ତାପମାତ୍ରା ନିୟନ୍ତ୍ରଣ ଏବଂ ଗୁଣବତ୍ତା ଟ୍ରାକିଂ ଭଳି ଅତ୍ୟାଧୁନିକ ସୁବିଧା ସହ ସ୍ଥାପିତ । ଯାହା ଉଚ୍ଚ ଜ୍ଞାନକୌଶଳ ଏବଂ ମାବବ କୈନ୍ଦ୍ରିକ କଙ୍କ୍ରିଟ ଡେଲିଭରି କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ପ୍ରତିବଦ୍ଧତାର ପ୍ରମାଣ ।

ଚାହିଦା ଭିତ୍ତିରେ ମୋବାଇଲ ଆପ୍ ଜରିଆରେ କୌଣସି ସମୟରେ ଖାଦ୍ୟ ଏବଂ କାର୍ ସେବା ଯୋଗାଣ ଭଳି ରେଡି ମିକ୍ସ ସିମେଣ୍ଟ ଡେଲିଭରି କରିବାରରେ ଶ୍ରୀ ମିଶ୍ର ନୂଆ ଚିନ୍ତାଧାରାକୁ ବାସ୍ତବ ରୁପ ପ୍ରଦାନ ଦିଗରେ ଅଗ୍ରସର । ଏଥିଲାଗି ଏକ ଡିଜିଟାଲ ପ୍ଲାଟଫର୍ମ ଆଣିବା ଦ୍ୱାରା ଗ୍ରାହକ ଯେଭଳି ଏଥିରେ କଙ୍କ୍ରିଟ ଅର୍ଡର କରିବା, ଇଟିଏ ଟ୍ରାକିଂ, ଡେଲିଭରି ରୁଟ୍ ଦେଖିବା, ସ୍ୱଚ୍ଛତା ଏବଂ ସୁବିଧାରେ ଅର୍ଡର ଗ୍ରହଣ କରିବା ଭଳି ଏକ ବ୍ୟବସ୍ଥା କରିବା ତାଙ୍କ ଲକ୍ଷ୍ୟ ।

ଶ୍ରୀ ମିଶ୍ର କୁହନ୍ତି, କାର୍ଯ୍ୟାନ୍ୱୟନ ହେଉଛି ସବୁ କିଛି । ରେଡି ମିକ୍ସ କଙ୍କ୍ରିଟରେ ସମୟ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରଡକ୍ଟର ଜୀବନ କାଳ ୩ରୁ ୪ ଘଣ୍ଟା ରହିଥାଏ । ଏଭଳି ଏକ ସିଷ୍ଟମର ଆବଶ୍ୟକତା ପଡିଥାଏ ଯାହା ବାସ୍ତବ ସମୟରେ କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏଥିରେ କର୍ପୋରେଟ ନାଲିଫିତାବାଦ ରହିବା ଉଚିତ ନୁହେଁ । ଶ୍ରୀମିଶ୍ରଙ୍କ ଲକ୍ଷ୍ୟ ହେଉଛି ପରିଚାଳନାରେ ଦକ୍ଷତା ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ଯାହା ଡ୍ୟୁରାମିକ୍ସକୁ ଅନ୍ୟ ପାରମ୍ପରିକ କମ୍ପାନିଠାରୁ ଭିନ୍ନ କରିଛି ।

ଶ୍ରୀ ମିଶ୍ରଙ୍କ ମହତ୍ୱାକାଂକ୍ଷା ବାଣିିଜ୍ୟରୁ ଉଦ୍ଧ୍ୱର୍ରେ ରହିଛି । ପୁରୁଷ ପ୍ରାଧାନ୍ୟ ଏହି ଶିଳ୍ପରେ ୪୦ରୁ ୫୦% ମହିଳା ଶ୍ରମଶକ୍ତିଙ୍କ ଯୋଗଦାନ ତାଙ୍କ ଲକ୍ଷ୍ୟ । ମହିଳାଙ୍କ ଅଂଶଗ୍ରହଣ ଏ କ୍ଷେତ୍ରରେ ସ୍ଥିତାବସ୍ଥା ଦୃଢୀକରଣ, ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଉପରେ ତୀକ୍ଷଣ ନଜର, ନେତୃତ୍ୱ କଳା କଙ୍କ୍ରିଟ କ୍ଷେତ୍ର ସଂସ୍କୃତିକୁ ପୁନଃ ପରିଭାଷିତ କରିବ । ଶ୍ରୀ ମିଶ୍ର ପୁଣି କୁହନ୍ତି, ମହିଳା ସେମାନଙ୍କୁ ପ୍ରମାଣିତ କରିବା ଲାଗି ସର୍ବଦା ଚେଷ୍ଟା କରିଥାନ୍ତି । ମାତ୍ର ପ୍ରକୃତ ପକ୍ଷେ ସେମାନେ ସକ୍ଷମ । ସ୍ଥଳ ବିଶେଷରେ ସେମାନେ ବହୁତ କିଛି କରିପାରିବେ । ଡ୍ୟୁରାମିକ୍ସ ସେମାନଙ୍କ ଲାଗି ଏକ ଆଦର୍ଶସ୍ଥାନ ହେବ ବୋଲି ବିଶ୍ୱାସ ।

ଓଡ଼ିଶାର ସମ୍ଭାବନାକୁ ନେଇ ଶ୍ରୀ ମିଶ୍ର କୁୁହନ୍ତି, ରାଜ୍ୟର ଭିତ୍ତିଭୂମି ବିକାଶ ଗାଥା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ୮୮% ରେଡିମିକ୍ସ ସିମେଣ୍ଟ ବଜାର ସମ୍ଭାବନା ଖୋଲିବାକୁ ବାକି ରହିଛି । ଏ କ୍ଷେତ୍ରରେ ଉଜ୍ଜ୍ୱଳ ସମ୍ଭାବନା । ନିର୍ମାଣ କ୍ଷେତ୍ର ବିକାଶରେ ଆମେ ନିର୍ଦ୍ଧିଷ୍ଟ ଧାରରେ ରହିଛୁ । ଏହି ଧାରାକୁ ଜାରି ରଖିବା ଲାଗି ନିର୍ଦ୍ଧିଷ୍ଟ ସ୍ଥରୀକୃତ ଇକୋସିଷ୍ଟମର ଆବଶ୍ୟକତା ରହିଛି । କଙ୍କ୍ରିଟ ନିର୍ମାଣ ଲାଗି ସରକାର ସ୍ତିରୀକୃତ ଏବଂ ଡିଜାଇନ ଜୋନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଏ ଦିଗକୁ ସରକାର ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ।

କଞ୍ଚାମାଲ ଏବଂ ଜମି ସରକାରଙ୍କ ନିୟନ୍ତ୍ରଣରେ ରହୁଥିବାରୁ ନିର୍ଦ୍ଧାରିତ ଶିଳ୍ପାଞ୍ଚଳ ଗୁଡ଼ିକରେ ନୂଆ କମ୍ପାନି ଗୁଡ଼ିକ ୟୁନିଟ ବସାଇବାକୁ ଅନୁମତି ମିଳୁ । ଫଳରେ ଅନୁପାଳନ ନାମରେ କମ୍ପାନି ଗୁଡ଼ିକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାକୁ ପଡିବ ନାହିଁ । ଶ୍ରୀ ମିଶ୍ରଙ୍କ ବିଶ୍ୱାସ କଙ୍କ୍ରିଟ ଯୋଗାଣ ଏକ ଉତ୍ତରଦାୟିତ୍ୱ । କାରଣ ପ୍ରକଳ୍ପ ଶେଷ ହେବା ପରେ ଏହା ବେଶ ଗୁରୁତ୍ୱ ବହନ କରେ । କାରଣ ଏବେ ଯେଭଳି ସାମଗ୍ରୀ ଡେଲିଭରି କରିବେ ତାହା ଆଗାମୀ କିଛି ଦଶନ୍ଧିର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଗୁଣବତ୍ତାରେ ସାଲିସ କଲେ ହୁଏତ ନାମ ସାମ୍ନାକୁ ଆସି ନ ପାରେ ମାତ୍ର ଭଲ କାମ କରିବା ଏକ ବଡ ଦାୟିତ୍ୱ ବୋଲି ସେ କୁହନ୍ତି ।

ଏ କ୍ଷେତ୍ରକୁ ଆସୁଥିବା ଯୁବବର୍ଗ ସଚ୍ଚୋଟତା ଦେଖାନ୍ତୁ । ଶିଳ୍ପର ମାନକୁ ସର୍ବୋଚ୍ଚ ରଖିବା ଉପରେ କାମ କରନ୍ତୁ । ପ୍ରକୃତ ଉତ୍ପାଦ ସହ ଉଭୟ କ୍ଲାଏଣ୍ଟ ଏବଂ ନିଜ ପ୍ରତି ସଚ୍ଚୋଟ ରୁହନ୍ତୁ । କାରଣ ଆପଣ ଯାହା ଗଢ଼ିବେ ତାହା ଅନେକ ଜୀବନ ସହ ଜଡିତ ।

ଏଭଳି ଚିନ୍ତାଧାରା ଡ୍ୟୁରାମିକ୍ସକୁ ଏକ ଭରସା ଆଧାରିତ ବ୍ରାଣ୍ଡ୍ ଭାବେ ରୁପାନ୍ତରିତ କରିଛି ।ଗୁଣବତ୍ତା ଏବଂ ଉତ୍ତରଦାୟିତ୍ୱକୁ କମ୍ପାନି କେବେ ସାଲିସ କରେନି । ଏ କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ପରାମର୍ଶରେ ଶ୍ରୀ ମିଶ୍ର କହିଛନ୍ତି, ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଉତ୍ତରଦାୟିତ୍ୱ ସହ ଆରମ୍ଭ କରନ୍ତୁ । ଆପଣ କେବଳ କଙ୍କ୍ରିଟ ବିକ୍ରି କରୁ ନାହାନ୍ତି, ସହର ଏବଂ ଗୋଷ୍ଠୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । କାମର ଓଜନ ରହିଲେ ଶିଳ୍ପ ନିଶ୍ଚିତ ସ୍ୱାଗତ କରିବ । ସଚ୍ଚୋଟତା ଶେଷ ଯାଏ ରହିବ । ଏହାର କୌଣସି ବିକଳ୍ପ ନାହିଁ ।

Leave A Reply

Your email address will not be published.