ଭୁବନେଶ୍ୱର : ଆଜି ବସିବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏହା। ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ବସିବ ବୈଠକ । ବୈଠକରେ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ହେବ ମାନସ ମନ୍ଥନ । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ହେବ ଆଲୋଚନା । ଏହା ସହ କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଏସ ଆଇ ଆର ଏବଂ ବିଭି ଜି ରାମ ଜି କାର୍ଯ୍ୟକ୍ରମ ନେଇ ମଧ୍ୟ ହେବ ଆଲୋଚନା । ବିଶେଷ କରି ପଞ୍ଚାୟତ ନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବା ସହ ତୃଣମୂଳ ସ୍ତରରୁ ଦଳକୁ କିପରି ଅଧିକ ଶକ୍ତିଶାଳୀ କରିହେବ ସେ ନେଇ ପ୍ରସ୍ତୁତ ହେବ ଖସଡ଼ା।