ବଡ଼ ଦୁର୍ଘଟଣା : 5 ମୃତ, ଏକାଧିକ ଆହତ, ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
Five killed, six injured in road accident in Berhampur
ବ୍ରହ୍ମପୁର: ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ବସ ଏକାଧିକ ବାଇକ ଉପରେ ଚଢ଼ିଯିବା ଫଳରେ ବଡ଼ ଧରଣର ସଡ଼କ ଦୂର୍ଘଟଣା। ଦୂର୍ଘଟଣାରେ ପାଞ୍ଚ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି. ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ. ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ହଳଦିଆପଦର ଓଭର ବ୍ରିଜ୍ ନିକଟରେ ଗୋଟିଏ ଦ୍ରୁତଗାମୀ ଟ୍ରକ ତିନୋଟି ବାଇକକୁ ଧକ୍କା ଦେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହେବା ସହ ଛଅ ଜଣ ଆହତ ହୋଇଛନ୍ତି. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସମ୍ପର୍କରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଁଏ କ୍ଷତି ପୂରଣ ରାଶି ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।