ବାଙ୍ଗଲାଦେଶକୁ ଆଇସିସି ଛାଟ: ବିଶ୍ୱକପ ଭଳି ମେଗା ଇଭେଣ୍ଟରୁ ଆଉଟ

Bangladesh will not participate T20 world cup 2026

0

ନୂଆଦିଲ୍ଲୀ : ଟି-20 ବିଶ୍ୱକପ ପୂର୍ବରୁ ବଡ଼ ଅପଡେଟ।ଆଇସିସିର ନିୟମ ନମାନିବାରୁ ବିଶ୍ୱକପରୁ ବାଦ ପଡିଲା ବାଙ୍ଗଲାଦେଶ। ଭାରତ ପରିବର୍ତ୍ତେ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବାକୁ ବାଙ୍ଗଲାଦେଶ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ତାହାକୁ ପ୍ରତ୍ୟାଖାନ କରିଥିଲା ଆଇସିସି। ଏହା ପରେ ଆଇସିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବାଦ ପଡିଛି ବାଙ୍ଗଲାଦେଶ। ବାଙ୍ଗଲାଦେଶକୁ କିଛି ସମୟ ଏଥିପାଇଁ ଦିଆଯାଇଥିବା ବେଳେ ବୋର୍ଡର କୌଣସି ପତିକ୍ରିୟା ନମିଳିବା ଯୋଗୁଁ ବାଦ ପଡିଛି ଦଳ। ବାଙ୍ଗଲାଦେଶ ପରିବର୍ତ୍ତେ ସ୍କଟଲ୍ୟାଣ୍ଡ ହୋଇଛି ସାମିଲ। ସୁରକ୍ଷା ଦୃଷ୍ଟିରୁ ଭାରତ ନଆସିବାକୁ ବାଙ୍ଗଲାଦେଶ ଅପିଲ କରୁଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛି ଆଇସିସି। ପାକିସ୍ତାନ ମଧ୍ୟ ବାଙ୍ଗଲାଦେଶ ପରି ବିଶ୍ୱକପରୁ ଓହରିଯିବାକୁ ଧମକ ଦେଉଥିବା ବେଳେ ଏନେଇ ଆସିନାହିଁ କୌଣସି ଅଫିସିଆଲ ଅପଡେଟ। ତେବେ ଯଦି ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ ନକରେ ପାକିସ୍ତାନ ସ୍ଥାନରେ ବିଶ୍ୱକପ ଖେଳିବ ଉଗାଣ୍ଡା। ଏ ନେଇ ପିସିବି ପକ୍ଷରୁ ଫମ୍ପା ଆୱାଜ ଶୁଣିବାକୁ ମିଳୁଥିବା ବେଳେ ଆସିନାହିଁ ବଡ଼ ଅପଡେଟ।

Leave A Reply

Your email address will not be published.