ଯୁବବର୍ଗ ଗଢ଼ିବେ ସମୃଦ୍ଧ ଓଡ଼ିଶା ସୁବାଷ ଚନ୍ଦ୍ର ତ୍ରିପାଠୀ
Youth will build a prosperous Odisha Subhas Chandra Tripathi
ଯୁବବର୍ଗ ଗଢ଼ିବେ ସମୃଦ୍ଧ ଓଡ଼ିଶା
ସୁବାଷ ଚନ୍ଦ୍ର ତ୍ରିପାଠୀ
ଓଡ଼ିଶା ଏକଦା ସମୃଦ୍ଧ ଥିଲା । ଏହି ଐତିହ୍ୟକୁ ଆମେ ବଜାୟ ରଖିବାକୁ ସକ୍ଷମ ହୋଇନୁ । ରାଜ୍ୟରେ ଖଣିଜ ସମ୍ପଦ ଠାରୁ ଆରମ୍ଭ ବିଭିନ୍ନ କ୍ଷେତ୍ରରେ ଅପାର ସମ୍ଭାବନା । ମାତ୍ର ଆମେ ଢ଼େର ପଛରେ ରହିଯାଇଛେ । ଯୁବବର୍ଗ କାମ ପାଇଁ ଅନ୍ୟ ରାଜ୍ୟ ମୁହାଁ । ରାଜ୍ୟରେ ଶିଳ୍ପାୟନ ଅଗ୍ରଗତି କରିନି । ଯୁବବର୍ଗଙ୍କୁ ଫେରାଇ ଆଣି, ପୁଣି ଥରେ ରାଜ୍ୟକୁ ସମୃଦ୍ଧି ପଥରେ ନେବା ତାଙ୍କ ଲକ୍ଷ୍ୟ । ଜୀବନରେ ଏଭଳି ମହାନ ଲକ୍ଷ୍ୟ ନେଇ କାମ କରୁଛନ୍ତି ସୁବାଷ ଚନ୍ଦ୍ର ତ୍ରିପାଠୀ ।
କିଛି ଲୋକ ବ୍ୟବସାୟ ଗଢ଼ନ୍ତି, ଅନ୍ୟମାନେ ଐତିହ୍ୟ ଗଢ଼ନ୍ତି । ମାତ୍ର ଶ୍ରୀ ତ୍ରିପାଠୀ ଉଭୟ ଥିରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସଚ୍ଚୋଟତା ତାଙ୍କ ଜୀବନର ଦିଗବାରେଣୀ । ହୃଦୟରେ ତାଙ୍କର ଓଡ଼ିଶା ବିକାଶର ସ୍ୱପ୍ନ । ତାଙ୍କ କମ୍ପାନି ଗତ ୨ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ହେବ ରାଜପଥ ଅପରେସନ ଏବଂ ପରିଚାଳନା (ଓଆଣ୍ଡଏମ୍) ପ୍ରକଳ୍ପ କ୍ଷେତ୍ର ସହ ଜଡିତ । ଏହି କମ୍ପାନି ରାଜ୍ୟ ତଥା ରାଜ୍ୟ ବାହାରର ୩ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି । ହେଲେ କମ୍ପାନିର ସର୍ବୋଚ୍ଚ ପ୍ରାଥମିକତା ହେଉଛନ୍ତି ଓଡ଼ିଆ ଯୁବବର୍ଗ । ଓଡ଼ିଆ ଯୁୁବବର୍ଗଙ୍କୁ ଆଗକୁ ବଢ଼ିବା ଲାଗି ମେଣ୍ଟରିଂ ସହ ସହଯୋଗିତା ଭିତ୍ତିରେ କାମ କରିବା ଶ୍ରୀ ତ୍ରିପାଠୀ ସର୍ବଦା ଉଦ୍ୟମରତ ।
ଏହି ଶିଳ୍ପ କ୍ଷେତ୍ରରେ ଦୀର୍ଘ ଅଢ଼େଇ ଦଶନ୍ଧିର ଲମ୍ବା ଯାତ୍ରା । ୧୯୫୯ରେ ଗଞ୍ଜାମ ଜିଲା ବ୍ରହ୍ମପୁର ମୁନିସିପାଲିଟି ହରିକୃଷ୍ଣପୁରର ଏକ ଗରିବ ବ୍ରାହ୍ମଣ ପରିବାରରେ ତାଙ୍କ ଜନ୍ମ । ତାଙ୍କ କମ୍ପାନି ଅଭିପ୍ସା କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ଜାତୀୟ ରାଜପଥ ପ୍ରକଳ୍ପ କ୍ଷେତ୍ରରେ ଏକ ପରିଚିତ ନାମ ପାଲଟିଛି । ସେ କେବଳ ରାଜପଥ ନିର୍ମାଣ କରନ୍ତି ନାହିଁ ବିଶ୍ୱାସ, ଜୀବିକା, ମୂଲ୍ୟବୋଧ ଭିତ୍ତିକ ବିକାଶ ମଡେଲକୁ ଭିତ୍ତିଭୂମି ସହ ସଂଲଗ୍ନ କରି ଏକ ଦୃଢ଼ ସାମାଜିକ ପ୍ରଭାବ ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ।
ମାତ୍ର ପିଲାଟି ଦିନରୁ ପାଠପଢ଼ା ପ୍ରତି ଝୁଙ୍କ ତାଙ୍କୁ ସଫଳତା ଦେବାରେ ସହାୟକ ହୋଇଛି । ଅଭାବ ଅନାଟନରେ ପିଲାଦିନ କଟିଥିଲେ ମଧ୍ୟ ସେ ଥିଲେ ଉଚ୍ଚାଭିଳାସୀ । କମ୍ପାନି ଜରିଆରେ ସାମାଜିକ ପରିବାକୁ ଶ୍ରୀ ତ୍ରିପାଠୀଙ୍କ ଯାତ୍ରା ପ୍ରତିପାଦିତ କରିଥାଏ । ସ୍କୁଲରେ ଜଣେ ମେଧାବୀ ଛାତ୍ର ଭାବେ ସ୍କଲାରଶିପ ପାଉଥିଲେ । ଯୁକ୍ତ ୨ରେ ବିଜ୍ଞାନ ଏବଂ ଖଲିକୋଟ କଲେଜ ସହ ବାଣିଜ୍ୟରେ ସ୍ନାତକ ଶିକ୍ଷା ଗ୍ରହଣ ପରେ ସେ ସିଏ, ଆଇସିଡବ୍ଲୁ୍ୟଏ, କମ୍ପାନି ସେକ୍ରେଟାରୀ,ଏମ୍ବିଏ (ମାର୍କେଟିଂ) ଭଳି ଡିଗ୍ରୀ ହାସଲ କରନ୍ତି । ବିବାହ ପରେ ମଧ୍ୟ ୪୨ ବର୍ଷ ଯାଏ ସେ ଶିକ୍ଷା ଗ୍ରହଣ କରିଥିଲେ । ଯାହା ତାଙ୍କର ଶିକ୍ଷା ପ୍ରତି ପ୍ରଗାଢ଼ ଭଲପାଇବାକୁ ପ୍ରଦର୍ଶନ କରେ । ଭାରତୀୟ ପ୍ରଶାନିକ ସେବା ଲାଗି ସେ ଚେଷ୍ଟା କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ସଫଳତା ପାଇ ନ ଥିଲେ । ଓଡ଼ିଆ ସିନେମାରେ ମଧ୍ୟ ସେ ସେ କାମ କରିବାର ସୁଯୋଗ ପାଇଥିଲେ । ମାତ୍ର ଉଚ୍ଚ ଶିକ୍ଷା ଲାଗି ସିନେମାରେ ଆଗକୁ ବଢ଼ି ନ ଥିଲେ ।
ଶ୍ରୀ ତ୍ରିପାଠୀ କୁହନ୍ତି, ଏକାଗ୍ରତା ସହ କାମ କଲେ ନିଶ୍ଚିତ କିଛି ବଡ ହାସଲ କରିହେବ । ଶିକ୍ଷା ପରେ ବିଭିନ୍ନ କ୍ଷେତ୍ରରେ ଫାଇନାନ୍ସ ବିଭାଗରେ ତାଙ୍କ କ୍ୟାରିୟର ଆରମ୍ଭ ହୁଏ । ବିନିର୍ମାଣ କମ୍ପାନିଠାରୁ ୫ ଷ୍ଟାର ହୋଟେଲ ଯାଏ ଏଥିରେ ସାମିଲ । ନିଜାମ ସୁଗାର ଫ୍ୟାକ୍ଟ୍ରି ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ କୁକୁଟ ବିକାଶ କର୍ପୋରେସନରେ ଆର୍ଥôକ ଏବଂ ଅଡିଟ ପୋର୍ଟଫୋଲିଓରେ ସେ କାମ କରନ୍ତି । ୧୯୯୦ରେ ସେ ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନିରେ ଯୋଗ ଦେଇଥିଲେ । ପଟେଲ ଇଞ୍ଜିନିୟରିଂ ଲିମିଟେଡରେ ସେ ଏନ୍ଏଚ୍ଏଆଇର ଗାଜିଆବାଦ. ଆସାମ ଏବଂ ଦିଲ୍ଲୀ ଭଳି ସ୍ଥାନ ଗୁଡ଼ିକରେ ରହିଥିବା ପ୍ରକଳ୍ପର ସେ ଦାୟିତ୍ୱ ସମ୍ଭାଳିଥିଲେ । ଅନ୍ୟ ପାଇଁ ଯଦି ଏତେ ଭଲ କାମ କରି ହେଉଛି ନିଜେ ନିଜେ କିଛି କାହିଁକି କରି ହେବନି ବୋଲି ସେତେବେଳେ ଏକ ପ୍ରଶ୍ନ ତାଙ୍କ ମନକୁ ଆସିଥିଲା ।
ଏହା ୨୦୦୫ରେ ଅଭିପ୍ସା କନଷ୍ଟ୍ରକସନକୁ ଜନ୍ମ ଦେଲା । ବାଣିଜ୍ୟ କ୍ଷେତ୍ରକୁ ଆସିବା ପରେ ସେ ଆଛ ପଛକୁ ଫେରି ଚାହିଁନାହାନ୍ତି । ଏହି କମ୍ପାନି ରାଜପଥ ଗୁଡ଼ିକର ଅପରେସନ ଏବଂ ମେଣ୍ଟେନାନ୍ସ ଉପରେ ଫୋକସ କଲା । ରାସ୍ତା ନିର୍ମାଣ ପରେ ଏହାର ସୁରକ୍ଷା, ଅନୁପାଳନ ଭଳି ଦିଗ ଉପରେ ଏହା ଗୁରୁତ୍ୱ ଦେଲା । ଠିକ୍ ସମୟରେ କାର୍ଯ୍ୟାନ୍ୱୟନ, ସଚ୍ଚୋଟତା ଏବଂ ଆହ୍ୱାନ ମଧ୍ୟରେ ଥାଇ ସମସ୍ୟାର ସମାଧାନ ଭଳି ଦକ୍ଷତା ଯୋଗୁ ଶ୍ରୀ ତି୍ରପାଠୀ ଖୁବ୍ କମ୍ ଦିନରେ ସଫଳତା ପାଇଲେ । ଗତ ୨ ଦଶନ୍ଧିରେ ଅଭିପ୍ସା କନଷ୍ଟ୍ରକସନ ସାରା ଦେଶରେ ୭୫ରୁ ଉଦ୍ଧ୍ୱର୍ ପ୍ରକଳ୍ପ କାମ ସାରିଛି । କମ୍ପାନିର ଉପସ୍ଥିତି ଏବେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡଖଣ୍ଡ ଏବଂ ତାମିଲନାଡୁରେ ରହିଛି ।
କାରବାର ୩ କୋଟି ଟଙ୍କାରୁ ବୃଦ୍ଧି ହୋଇ ୧୦୨.୪୫ କୋଟି ଟଙ୍କା ଛୁଇଁଛି । ଚଳିତ ବର୍ଷ କମ୍ପାନି ୧୪୦ କୋଟି ଟଙ୍କାର ପ୍ରକଳ୍ପ କାମ ହାତକୁ ନେଇଛି । ଆଗାମୀ ୩ ବର୍ଷରେ କାରବାରକୁ ୫୦୦ କୋଟିରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ଶ୍ରୀ ତ୍ରିପାଠୀ । ଗୁରୁଗ୍ରାମ, ଭୁବନେଶ୍ୱର ଏବଂ ବିଜୟୱାଡାରେ କମ୍ପାନିର ଅପରେସନ ସେଣ୍ଟର ମାନ ରହିଛି । ଶ୍ରୀ ତ୍ରୀପାଠୀଙ୍କର ସ୍ଥିରଚିତ୍ତ, ଦକ୍ଷ ନେତୃତ୍ୱ ଏନ୍ଏଚ୍ଏଆଇ ସର୍କଲରେ ତାଙ୍କୁ ସଙ୍କଟ ମୋଚନ ନାମରେ ପରିଚିତ କରିଛି ।
ବାଣିଜ୍ୟ କ୍ଷେତ୍ରରେ ସର୍ବଦ ।ନୂଆ କରିବା ତାଙ୍କ ଲକ୍ଷ୍ୟ । ଏ ନେଇ ସେ ଏକ ଦକ୍ଷ ଟିମ୍ ଏବଂ ଯୁବବର୍ଗଙ୍କ ସହ ମିଳିତ ହୋଇ କାମ କରିବା ଉପରେ ବିଶ୍ୱାସ ରଖନ୍ତି । ତାଙ୍କ କମ୍ପାନିରେ କାମ କରୁଥିବା ଟିମ୍ ବହୁତ ପୁରୁଣା । ଦକ୍ଷ ପ୍ରତିଭାଙ୍କୁ କମ୍ପାନି ସହ ବାନ୍ଧି ରଖିବାରେ ସେ କୌଶଳ ସହ କାମ କରନ୍ତି ।
ଶ୍ରୀ ତ୍ରିପାଠୀ କୁହନ୍ତି ରାଜ୍ୟକୁ ସମୃଦ୍ଧ କରିବା ଲାଗି ଶିଳ୍ପ କ୍ଷେତ୍ରକୁ ଦୃଢ଼ କରିବାକୁ ହେବ । ସରକାର ଫ୍ରିବିଜ ତୁଳନାରେ ଶିଳ୍ପ କ୍ଷେତ୍ରକୁ ଆକର୍ଷଣୀୟ ସବ୍ସିଡି ସହ ଆକର୍ଷଣୀୟ ବ୍ୟବସ୍ଥା କରିବାକୁ ହେବ । ଏହା ନ ହେଲେ ଶିଳ୍ପ କ୍ଷେତ୍ର ଉନ୍ନତ ହେବନି । ଏମ୍ଏସ୍ଏମ୍ଇ ପ୍ରତି ଯୁବବର୍ଗ ଆକୃଷ୍ଟ ହେବେନି । ଏ ନେଇ ସରକାରୀ ସହାୟତା ଅତ୍ୟନ୍ତ ଜରୁରି । ଶିଳ୍ପକୁ ବିନା ସମସ୍ୟାରେ ଜମି ଯୋଗାଣ ଉପରେ କାମ କରିବାକୁ ହେବ । ଯୁବବର୍ଗଙ୍କୁ ଶିଳ୍ପ ପ୍ରତି ଆକୃଷ୍ଟ କରିବାକୁ ହେଲେ ବ୍ୟବସ୍ଥା ସୁଧାରିବାକୁ ହେବ । ଏହା ନହେଲେ ଷ୍ଟାର୍ଟଅପ୍ କରିବାକୁ ଯୁବବର୍ଗ ଆଗଭର ହେବେନି ।
ଏବେ ଅଧିକାଂଶ ଯୁବବର୍ଗ ବାହାର ରାଜ୍ୟକୁ ପଳାଉଛନ୍ତି । ୯୦% ପିଲା ଓଡ଼ିଶା ପାଈଁ କାମ କଲେ ଏହା ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରନ୍ତା । ଯୁବବର୍ଗ ଚାହିଁଲେ ଓଡ଼ିଶାକୁ ଆଗକୁ ନେଇ ପାରିିବେ । ଯୁବବର୍ଗ ରାଜ୍ୟ ପାଇଁ କିଛି କରିବାକୁ ମିଶନ ଭାବେ ଗ୍ରହଣ କରନ୍ତୁ । କେବଳ ସାର୍ଟିଫିକେଟ ପାଇବେ ବୋଲି ନ ପଢ଼ି ପ୍ରକୃତରେ ସମାଜର ବିକାଶ ଲାଗି କିଛି କରିବା ତାଙ୍କ ଲକ୍ଷ୍ୟ ହେଉ ।
ଆମେ ଆମ କମ୍ପାନିର କାରବାରକୁ ଦେଶ ବାହାରକୁ ନେବାକୁ ଯୋଜନା ରଖିଛୁ । ପୁଅ ଦିଗରେ ପୁଅ ଅଭିଶେକ ତ୍ରିପାଠୀ ସହଯୋଗ କରିବାକୁ ଅଗ୍ରସର । ସେ ଏବେ ଅମେରିକାରେ ନିର୍ମାଣ ପରିଚାଳନା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଛି । ଝିଅ ଅଭିପ୍ସା ତ୍ରିପାଠୀ ମଧ୍ୟ ଏମ୍୍ବିଏ ପରେ କମ୍ପାନିର ପରିଚାଳନାରେ ସହାୟତା କରୁଛି । ସାନ ଝିଅ ଚଣ୍ଡିଗଡ ପିଜିଆଇରେ ଡାକ୍ତର ଭାବେ କାମ କରୁଛି ।
ଯୁବବର୍ଗ ଯଦିି କିଛି ପରାମର୍ଶ କିମ୍ବା ମାର୍ଗଦର୍ଶନ ଆବଶ୍ୟକ କରୁଛନ୍ତି ସବୁ କିଛି ସହଯୋଗ ଜାରି ରହିବ । ଆମେ ମିଳିତ ହୋଇ ରାଜ୍ୟକୁ ବିକଶିତ କରିପାରିବା । ଦେଶ ପାଇଁ କିଛି କରିପାରିଲେ ଏହା ହେବ ଆମ ପ୍ରକୃତ ସଫଳତା । ସରକାର ମଧ୍ୟ ଶିଳ୍ପବାତାବରଣ ସୁଧାରିବା ଦିଗରେ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ । ଏହା ହେଲେ ନୂଆ ଶିଳ୍ପ ଆସିବା ସହ ଯୁବବର୍ଗ ଓଡ଼ିଶା ଫେରିବେ । ରାଜ୍ୟ ପାଇଁ କିଛି କରିବାକୁ ମଧ୍ୟ ସେମାନଙ୍କ ମଧ୍ୟରେ ଉତ୍ସାହ ଆସିବ । ଯେଉଁ କ୍ଷେତ୍ରରେ ଭଲ କରିବେ ବୋଲି ଯୁବବର୍ଗ ଭାବୁଛନ୍ତି ତାହା ନିଶ୍ଚିତ କରନ୍ତୁ । ମାର୍ଗଦର୍ଶନ ଏବଂ ସହଯୋଗଜାରି ରହିବ ।
ଶ୍ରୀ ତ୍ରିପାଠୀ କୁହନ୍ତିି, ସଫଳତା ଲାଗି କୌଣସି ସର୍ଟକଟ ନାହିଁ ।ସାଧୁତା ସବୁଠୁ ବଡ ସମ୍ପତ୍ତି । କଠିନ ପରିଶ୍ରମ, ସାଧୁତା ଏବଂ ଆଗକୁ ବଢ଼ିବାର ମନୋବୃତ୍ତି ସଫଳତା ଦେଇଛି । କେଉଁଠାରୁ ଆରମ୍ଭ କରିଛନ୍ତି ତାହା ଜରୁରି ନୁହେଁ, ସ୍ପଷ୍ଟ ଲକ୍ଷ୍ୟ ଏବଂ ଏକ ନିଷ୍ଠ ହୋଇ କେଉଁଠାକୁ ଯିବାକୁ ଚାହୁିଁଛନ୍ତି ତାହା ଜରୁରି