ରିଲ ହେଉକି ରିୟଲ ସବୁବେଳେ ହିରୋ ଆକାଶ

Reel or real, he is always a hero

0

ଭୁବନେଶ୍ୱର : ତାରକା ସବୁବେଳେ ଆକାଶରେ ହିଁ ଶୋଭା ପାଇଥାଏ। କାରଣ ଆକାଶ ହିଁ ତାହାର ପ୍ରକୃତ ପୃଷ୍ଠପୋଷକ ଯିଏ ସ୍ଥାନ ଦେଇଥାଏ ସଭିଙ୍କୁ ନିଜର ବିଶାଳ ହୃଦୟ ଦ୍ଵାରା।ସରଳ,ସାବଲୀଳ,ସରସ, ସୁନ୍ଦରତା ହିଁ ସେବାର ମନୋଭାବକୁ ଦ୍ଵିଗୁଣିତ କରିଥାଏ।ନେତା ହୁଅନ୍ତୁ ବା ଅଭିନେତା ନିଷ୍ଠା ମନୋଭାବ ହିଁ ପ୍ରଦର୍ଶିତ କରିଥାଏ ଏକ ବଳିଷ୍ଠ ବ୍ୟକ୍ତିତ୍ବକୁ।ପିତାଙ୍କର ସ୍ବପ୍ନକୁ ଆଗେଇ ନେବାର ସାମର୍ଥ୍ୟ ଦୁନିଆରେ କ୍ଵଚିତ ଲୋକଙ୍କ ପାଖରେ ଥାଏ। ଧନ୍ୟ ହୋଇଥାଆନ୍ତି ସେହି ବ୍ୟକ୍ତି ଯିଏ ନିଜ ପିତାଙ୍କର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବାରେ ସିଦ୍ଧହସ୍ତ ହୋଇଥାଆନ୍ତି।ସେମାନଙ୍କ ମଧ୍ୟରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଏକ ଜଣେ ସ୍ୱନାମଧନ୍ୟ ବ୍ୟକ୍ତିତ୍ଵ।ସେ ଏକାଧାରରେ ଜଣେ ସମାଜସେବୀ, ରାଜନେତା, ଅଭିନେତା, ଆଇନଜୀବୀ ଏବଂ ଅସହାୟର ସହାୟ।ପିତାମାତାଙ୍କର ସୁଯୋଗ୍ୟ ସନ୍ତାନ ଭାବେ ଜଣାଶୁଣା ଶ୍ରୀଯୁକ୍ତ ଆକାଶ ଦାସ ନାୟକ ୧୯୮୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲାର ପାହାଙ୍ଗା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶ୍ରୀଯୁକ୍ତ ମାୟାଧର ନାୟକ ଏବଂ ମାତାଙ୍କ ନାମ ଶ୍ରୀମତୀ ଇନ୍ଦିରା ଦାସ।ସେ ଯାଜପୁରରୋଡ଼ ସ୍ଥିତ ବ୍ୟାସନଗର କଲେଜରୁ ଆଇନରେ ସ୍ନାତକ।୨୦୦୮ ମସିହାରେ କଳିଙ୍ଗପୁତ୍ର ଚଳଚ୍ଚିତ୍ରରେ ଅଭିନୟ ଜୀବନ ଆରମ୍ଭ କରିବା ସହ ପରେ ରାଜନୀତିରେ ଯୋଗଦେଇ ନିଜର ଅଭିନବ ଦୃଷ୍ଟିକୋଣ ସହ ନିଜର କାର୍ଯ୍ୟଦକ୍ଷତା ଦ୍ଵାରା ଅଜସ୍ର ଲୋକପ୍ରିୟତା ଅର୍ଜନ କରିଥିଲେ ।

 

ତାଙ୍କ ପିତା ଶ୍ରୀଯୁକ୍ତ ମାୟାଧର ନାୟକ ଜଣେ ସମାଜସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ଏବଂ ଜଣେ ଜଣାଶୁଣା ଶ୍ରମିକ ନେତା ଥିଲେ। ସିଏ ଏକ ଜନସେବା କାର୍ଯ୍ୟ ଆରମ୍ଭ କରିଥିଲେ ଯାହାର ନାମ ଥିଲା ” ଥିଲେ ଦିଅ , ନ ଥିଲେ ନିଅ” – ଯାହା ଗରିବ ଅସହାୟ ଲୋକମାନଙ୍କ ପାଇଁ କପଡ଼ା ସଂଗ୍ରହ ଏବଂ ବିତରଣ କରୁଛି। ସୁଯୋଗ୍ୟ ଦାୟାଦ ଶ୍ରୀଯୁକ୍ତ ଆକାଶ ତାଙ୍କର ଏହି ପ୍ରୟାସକୁ ତ୍ୱରାନ୍ୱିତ କରି ଜିଲ୍ଲା ତଥା ରାଜ୍ୟ ଏବଂ ଦେଶରେ ନିଜର ମହତ୍ କାର୍ଯ୍ୟ ଜାରି ରଖିଛନ୍ତି।

ରାଜନୀତି କେବଳ ଦଳଗତ ଏକତା ମଧ୍ୟରେ ସୀମିତ ନୁହେଁ। ଏହା ଲୋକମାନଙ୍କର ସେବା କରିବାର ନିଶ୍ଚିତ ଭାବରେ ଏକ ମାଧ୍ୟମ ଅଟେ। ଯାହାକୁ ସେ ଭଲ ଭାବେ ହୃଦୟଙ୍ଗମ କରି ଆଗେଇ ଚାଲିଥିଲେ ନିଜର ଲକ୍ଷ୍ୟପଥରେ। ସେ ୨୦୧୪ ନିର୍ବାଚନରେ କୋରେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଲୋକଙ୍କର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ସହ ତାଙ୍କ ଲାଗି ବିପଦବେଳର ବନ୍ଧୁ ସାଜିଥିଲେ। ୨୦୨୪ରେ ସେ ଭାଜପା ପକ୍ଷରୁ ପୁଣି କୋରେଇ ଆସନରୁ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିବା ସହ ସେବା ଜାରି ରଖିଛନ୍ତି।

Leave A Reply

Your email address will not be published.