ସାଧୁତା, ସୁଚିନ୍ତିତ ଯୋଜନା ବ୍ୟବସାୟର ମୂଳମନ୍ତ୍ରସଫଳ ଉଦ୍ୟୋଗୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ
Honesty, well-thought-out planning are the keys to business. Successful entrepreneur Surya Kant Patnaik Honesty, well-thought-out planning are the keys to business. Successful entrepreneur Surya Kant Patnaik Honesty, well-thought-out planning are the keys to business. Successful entrepreneur Surya Kant Patnaik
ସାଧୁତା, ସୁଚିନ୍ତିତ ଯୋଜନା ବ୍ୟବସାୟର ମୂଳମନ୍ତ୍ରସଫଳ ଉଦ୍ୟୋଗୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ
ବ୍ୟବସାୟ କ୍ଷେତ୍ରରେ ସଫଳ ହେବାକୁ ହେଲେ ବେଆଇନ କାର୍ଯ୍ୟକୁ ଛାଡିବାକୁ ହେବ । କାରଣ ବେଆଇନ କାର୍ଯ୍ୟ କରି ବେଶିଦିନ ତିଷ୍ଠି ହେବନି । ଗ୍ରାହକଙ୍କ ବିଶ୍ୱାସ ଓ ଭରସା କୌଣସି କାରବାରକୁ ଦୀର୍ଘସ୍ଥାୟୀ କରିବାରେ ସହାୟକ ହୁଏ । ସାଧୁତା, ସ୍ୱଚ୍ଛତା ଏବଂ ସୁଚିନ୍ତିତ ଯୋଜନା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଢ଼େର ଆଗକୁ ଯାଇ ହେବ ବୋଲି ସଫଳ ଉଦ୍ୟୋଗୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କର ବିଶ୍ୱାସ ରହିଛି । ଏଭଳି ବିଶ୍ୱାସ ଏବଂ କାର୍ଯ୍ୟପନ୍ଥା ଯୋଗୁ ସାଇ ଭଗବତୀକୁ ଏକ ସଫଳ ରିୟଲ ଇଷ୍ଟେଟ ସଂସ୍ଥା ଭାବେ ଗଢ଼ି ତୋଳିବା ଦିଗରେ ସେ ବେଶ ସକ୍ଷମ ହୋଇଛନ୍ତି ।
ଶ୍ରୀ ପଟ୍ଟନାୟକ କୁହନ୍ତି, ଅଣପ୍ରଫେଶନାଲ କମ୍ପାନି ଗୁଡ଼ିକ ଦ୍ୱାରା ପ୍ରକଳ୍ପ ପରିଚାଳନା ହେଲେ ସମସ୍ୟା ଦେଖାଯାଇଥାଏ । ମାତ୍ର କାମ ନୈତିକତା, ସଚ୍ଚୋଟତା ଏବଂ ପ୍ରକୃତ ଯୋଜନା ସହ ଅଗ୍ରସର ହେଲେ ଆହ୍ୱାନ ଆସିଲେ ମଧ୍ୟ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା ସାଇ ଭଗବତୀକୁ ଦୃଢ଼ ଗ୍ରାହକଙ୍କ ଏକ ଗୋଷ୍ଠୀ ଲାଭ କରିବାରେ ସକ୍ଷମ କରାଇଛି । କମ୍ପାନି ଶିଳ୍ପ କ୍ଷେତ୍ରରେ ମଧ୍ୟ ବେଶ ପ୍ରଶଂସା ସାଉଣ୍ଟିଛି ।
ପ୍ରକଳ୍ପରେ ପରିବେଶ ଉପଯୋଗୀ ଦିଗକୁ ଦେଖିବା ଶ୍ରୀ ପଟ୍ଟନାୟକଙ୍କ ପ୍ରତିବଦ୍ଧତା । ଅଧିକାଂଶ ବିଲ୍ଡର ରିୟଲ ଇଷ୍ଟେଟ ପ୍ରକଳ୍ପ ଲାଗି ଗଛ କାଟି ଦେଇଥାନ୍ତି । ମାତ୍ର ସାଇ ଭଗବତୀ ଏହାର ପ୍ରକଳ୍ପ ଡିଜାଇନରେ ପ୍ରକୃତିକୁ ପ୍ରାଥମିକତା ଦେଇଥାଏ । ଶ୍ରୀ ପଟ୍ଟନାୟକ କୁହନ୍ତି, ୭ ଏକରର ନନ୍ଦନକାନନ ପ୍ରକଳ୍ପରେ ବଡ ବଡ ଗଛ ଏବଂ ପୋଖରି ରହିଥିଲା । ମାତ୍ର ପୁରୁଣା ଗଛକୁ ନ କାଟି ସେହି ଅନୁସାରେ ପ୍ରକଳ୍ପର ଡିଜାଇନ କରାଯାଇଥିଲା । କେବଳ ଏହି ପ୍ରକଳ୍ପରେ ସବୁଜ ପଦକ୍ଷେପ ସମୀତ ହୋଇ ରହିନାହିଁ । ସମ୍ ହସ୍ପିଟାଲ ସହ ମିଳିତ ହୋଇ ସାଇ ଭଗବତୀ ୧୦ ଲକ୍ଷ ଚାରାରୋପଣ ଲାଗି ଯୋଜନା ସହ ଅଗ୍ରସର ହେଉଛି । ଏହା ପରିବେଶ ସଂରକ୍ଷଣ ଦିଗରେ ସାଇ ଭଗବତୀର ପ୍ରତିବଦ୍ଧତାକୁ ଦୋହରାଉଛି ।
ସାଇ ଭଗବତୀର କାର୍ଯ୍ୟ କେବଳ ରିୟଲ ଇଷ୍ଟେଟ କ୍ଷେତ୍ରରେ ସୀମିତ ହୋଇ ରହିନାହିଁ । କମ୍ପାନି ଫାର୍ମାସିଟିକାଲ କ୍ଷେତ୍ରରେ ମଧ୍ୟ ପ୍ରବେଶ ନେଇ ଯୋଜନା ରଖିିଛି । ଏକ ସାଲାଇନ ଡ୍ରିପ ମାନୁଫାକଚରିଂ ୟୁନିଟ ନେଇ ସେ ଲକ୍ଷ୍ୟ ରଖିଛନ୍ତି । ଏ କ୍ଷେତ୍ରରେ ମଧ୍ୟ ନୈତିକତା ଏବଂ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସେ କୁହନ୍ତି, ରିୟଲ ଇଷ୍ଟେଟ ହେଉକି ଫାର୍ମା, ପ୍ରତି ଶିଳ୍ପ କ୍ଷେତ୍ରରେ ଦାୟିତ୍ୱବାନ ଲିଡରଙ୍କର ଆବଶ୍ୟକତା ରହିଛି । କାମକୁ ସଚ୍ଚୋଟତା ଏବଂ ମନଯୋଗୀ ହୋଇ କରନ୍ତୁ ଏହା ନିଶ୍ଚିତ ପକ୍ଷେ ଦୀର୍ଘମିଆଦୀ ଫଳ ଦେବ ।
ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରତିଯୋଗିତକାକୁ ନେଇ ସେ କୁହନ୍ତି, ବର୍ତ୍ତମାନ ସମୟରେ ବଜାରରେ ପ୍ରତିଯୋଗିତାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ପ୍ରପର୍ଟି କିଣିବାର ସୁଯୋଗ ମିଳିବ । ଶ୍ରୀ ପଟ୍ଟନାୟକଙ୍କ ଯାତ୍ରା ଗ୍ରାହକ, ଗୋଷ୍ଠୀ ଏବଂ ପରିବେଶ ପ୍ରତି ପ୍ରତିବଦ୍ଧତାର ଏକ ଜ୍ୱଳନ୍ତ ଉଦାହରଣ । ବିଶ୍ୱାସ, ସ୍ୱଚ୍ଛତା ଏବଂ ସମାଜ ପ୍ରତି ଭଲ ପାଇବା ତାଙ୍କୁ କେବଳ ସଫଳ କରାଇନି ଏ କ୍ଷେତ୍ରରେ ଜଣେ ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱର ପରିଚୟ ଦେଇଚଛି ।
ସାଇ ଭଗବତୀ ମଲ୍ଟି ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଲୋକଙ୍କୁ ସର୍ବଦା ପ୍ରାଥମିକତା ସହ ପ୍ରଥମ ସ୍ଥାନରେ ରଖିଛି ।
ଯାତ୍ରା ଆରମ୍ଭ ବେଳେ ମାତ୍ର ୨ ଜଣଙ୍କ ସହ ଆରମ୍ଭ ହୋଇଥିଲା । ଏବେ ଏହି ତାଲିକାରେ ୩୫୦ ସଦସ୍ୟ ଯୋଡି ହୋଇଛନ୍ତି । କର୍ମଚାରୀଙ୍କୁ ଧରି ରଖିବାର ହାର ୮୦% । କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛି ଭେଣ୍ଡରଙ୍କ ସହ ଉତ୍ତମ ସମ୍ପର୍କ ଏହା ସଫଳତା ଲାଗି ପ୍ରମୁଖ ଉପାଦାନ ଭାବେ ପରିଗଣିତ ହୋଇଛି । ୨୦୩୦ ବେଳକୁ ୧ ହଜାର ସୁଲଭ ବାସଗୃହ ଗ୍ରାହକଙ୍କୁ ହସ୍ତାନ୍ତର କରିବା ଦିଗରେ ଶ୍ରୀ ପଟ୍ଟନାୟକ ଅଗ୍ରସର । ଏହି ସମୟରେ କମ୍ପାନିର ନେଟୱର୍ଥକୁ ୧ ହଜାର କୋଟିରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ।
ଶ୍ରୀ ପଟ୍ଟନାୟକ କୁହନ୍ତି, ଆମେ କେବଳ ଢ଼ାଞ୍ଚା ନିର୍ମାଣ କରି ନ ଥାଉ ଆମେ ଏକ ଦୀର୍ଘସ୍ଥାୟୀ ସମ୍ପର୍କ ଗଢ଼ୁ । ଆମ କ୍ଲାଏଣ୍ଟ ଆମ ପରିବାର । ଯାହା କିଛି ବି ପ୍ରତିଶ୍ରୁତି ଦେଉ ତାହା ଅକ୍ଷରେ ଅକ୍ଷରେ ପାଳନ କରୁ । ଯାହା ସେମାନଙ୍କୁ ପ୍ରତିଶ୍ରୁତି ଦେଉ ତାହା ପାଳନ କରିବାକୁ ନିଜେ ପ୍ରତିଶ୍ରୁତିବଦ୍ଧ ହୋଇଥାଉ ।
ଶ୍ରୀ ପଟ୍ଟନାୟକଙ୍କ ଯାତ୍ରା ଏକାଗ୍ରତା, ନୈତିକ ନେତୃତ୍ୱ ଏବଂ ଅଭିନବ ଚିନ୍ତାଧାରା ଉପରେ ପର୍ଯ୍ୟବସିତ । ଇଣ୍ଟେରିୟର ଡିଜାଇନରରୁ କ୍ୟାରିୟର ଆରମ୍ଭ କରି ସେ ସାଇଭଗବତୀକୁ ଏକ ଭରସାଯୋଗ୍ୟ ରିୟଲ ଇଷ୍ଟେଟ ବ୍ରାଣ୍ଡ୍ ଭାବେ ରୁପାନ୍ତରିତ କରିବାକୁ ସକ୍ଷମ ହୋଇଛନ୍ତି । ସାଧୁୁତା ଏବଂ ନବସୃଜନ ଯୋଗୁ କମ୍ପାନି ଶିଖର ଛୁଇଁଛି । କମ୍ପାନିର ଅଭିବୃଦ୍ଧି ଯାତ୍ରା ଜାରି ରହିଛି । ନୂଆ କ୍ଷେତ୍ରକୁ ଏହା ପ୍ରବେଶ କରୁଛି । ସେ ସ୍ୱଚ୍ଛତା, ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।