19 ବର୍ଷରୁ କମ କ୍ରିକେଟ ବିଶ୍ୱକପ: ପରାଜୟ ପରେ ସମାଲୋଚିତ ପାକିସ୍ତାନ ଟିମ

Icc under 19 cricket world cup : india win against Pakistan for semifinal

0

ନୂଆଦିଲ୍ଲୀ: ଏସିଆ କପ ଫାଇନାଲ ପରାଜୟର ବଦଲା ବିଶ୍ୱକପରେ ନେଲା ଭାରତ। 58 ରନରେ ପାକିସ୍ତାନକୁ ହରାଇ ନିଜେ ସେମିଫାଇନାଲରେ ପ୍ରବେଶ କରିବା ସହ ଟୁର୍ନାମେଣ୍ଟରୁ ପାକିସ୍ତାନକୁ ବିଦା କରିଛି ଦଳ। ଏହି ମ୍ୟାଚ ପୂର୍ବରୁ ଭାରତର ନେଟ ରନରେଟ ଭଲ ଥିଲା ଏବଂ ପାକିସ୍ତାନକୁ ଆବଶ୍ୟକ ଥିଲା ବଡ଼ ବ୍ୟବଧାନରେ ବିଜୟ।ମାତ୍ର ପାକିସ୍ତାନ ଦଳ ସେମିଫାଇନାଲକୁ ଆଖି ଆଗରେ ରଖି ନଖେଳି ମ୍ୟାଚ ଜିତିବାକୁ ଯେଉଁ ମନ୍ଥର ବ୍ୟାଟିଙ୍ଗ କରିଥିଲା ତାହା ଏବେ ବେଶ ଚର୍ଚ୍ଚା। ଟିଭି କମେଣ୍ଟଟରଙ୍କ ଠାରୁ ଆରମ୍ଭ କରି କ୍ରିକେଟ ବିଶେଷଜ୍ଞ ସମସ୍ତେ ପାକିସ୍ତାନ ଦଳର ଏହି ଖେଳିବା ଶୈଳୀ ଉପରେ ଉଠାଇଛନ୍ତି ପ୍ରଶ୍ନ। ଅଧିନାୟକଙ୍କ ଠାରୁ ଆରମ୍ଭ କରି କୋଚ, ମେଣ୍ଟର ସମସ୍ତଙ୍କ ମାଇଣ୍ଡସେଟ ମଧ୍ୟ କରିଛି ଆଶ୍ଚର୍ଯ୍ୟ। ସେମିଫାନାଲ ପାଇଁ ଖେଳି ଶେଷରେ ମ୍ୟାଚ ହାରିଲା ପାକିସ୍ତାନ. ସେମିଫାଇନାଲ ସ୍ଥାନ ପରିବର୍ତ୍ତେ ଭାରତ ବିପକ୍ଷ ବିଜୟକୁ ଗୁରୁତ୍ୱ ଦେବାରୁ ନିଜେ ଫସିଲା ପାକିସ୍ତାନ। ଏମିତି କି ଖେଳାଳିଙ୍କ ମାଇଣ୍ଡସେଟ ଦେଖି ସେମାନେ ବିଜୟ ପାଇଁ ଜମା ପ୍ରୟାସ କରୁନଥିବା ହେଉଛି ଚର୍ଚ୍ଚା।

Leave A Reply

Your email address will not be published.