ପାରିବାରିକ ସହଯୋଗ ଓ ନୈତିକତାର ବିଜୟ ଶ୍ରୀ ମୋହନ କୁମାର ଅଗରୱାଲଙ୍କ ଦୃଢ଼ ନେତୃତ୍ବ ଓ ଦୂରଦୃଷ୍ଟି
ପାରିବାରିକ ସହଯୋଗ ଓ ନୈତିକତାର ବିଜୟ ଶ୍ରୀ ମୋହନ କୁମାର ଅଗରୱାଲଙ୍କ ଦୃଢ଼ ନେତୃତ୍ବ ଓ ଦୂରଦୃଷ୍ଟି
ସମସ୍ୟା ଓ ଅସୁବିଧା ହିଁ ଜୀବନରେ ନେଇଥାଏ ପ୍ରକୃତ ପରୀକ୍ଷା।ଏହାକୁ ଯିଏ ସହି ଧୈର୍ଯ୍ୟର ସହ ମୁକାବିଲା କରେ ସଫଳତା ମଧ୍ୟ ତାହାକୁ ଅନୁଧାବନ କରି ଶୀର୍ଷକୁ ନେଇଥାଏ।ସେମିତି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ନୀଳାଚଳ ଟ୍ରାନ୍ସଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀ ମୋହନ କୁମାର ଅଗରୱାଲ। ନୀଳାଚଳ ଟ୍ରାନ୍ସ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଏକ ସ୍ୱନାମଧନ୍ୟ ବ୍ୟବସାୟିକ ସଂସ୍ଥା ଯାହାର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ହଂସପାଳରେ ଥିବା ସିମ୍ଫନୀମଲର ଚତୁର୍ଥ ମହଲାରେ ରହିଛି ।ସେ ୧୯୭୮ ମସିହାରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତାଙ୍କ ନାମ ସ୍ବର୍ଗତ ଶ୍ରୀ ରାମଭଗତ ଅଗରୱାଲ ଏବଂ ମାତାଙ୍କ ନାମ ଶ୍ରୀମତୀ ଶକୁନ୍ତଳା ଅଗରୱାଲ।ଶ୍ରୀ ରାମ ଭଗତ ଅଗରୱାଲ ପ୍ରଥମେ ଚାଉଳ ଦୋକାନରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ସେଠାରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶ୍ରୀ ରାମ ଭଗତ ଅଗରୱାଲ ୧୯୮୨ ମସିହାରେ ଭୁବନେଶ୍ୱରକୁ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିଲେ।ଶ୍ରୀ ମୋହନ କୁମାର ଅଗରୱାଲ ୧୯୯୫ ମସିହାରେ ବକ୍ସି ଜଗବନ୍ଧୁ ଇଂରାଜୀ ମିଡିଅମ ସ୍କୁଲରୁ ଦଶମ ପାସ କରିଥିଲେ। ୧୯୯୭ରେ ବକ୍ସି ଜଗବନ୍ଧୁ ଜୁନିୟର କଲେଜରୁ ବାଣିଜ୍ୟରେ ଯୁକ୍ତ ଦୁଇରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସହ ୨୦୦୦ ମସିହାରେ ବକ୍ସି ଜଗବନ୍ଧୁ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ।ଏହାପରେ ସେ ୨୦୦୩ ମସିହାରେ ଦିଲ୍ଲୀରେ ଅବସ୍ଥିତ ‘ଫରଚ୍ୟୁନ ଇନଷ୍ଟିଟ୍ୟୁଟ ଅଫ ଇଣ୍ଟରନେସନାଲ ବିଜନେସ’ରୁ ଏମ. ବି.ଏ. କରିଥିଲେ।୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ଏକବର୍ଷ କାଳ ଚାକିରୀ କରିଥିଲେ ମାତ୍ର ନିୟତି ଅନ୍ୟ କିଛି ଲେଖିଥିଲା ଶ୍ରୀ ମୋହନ କୁମାର ଅଗରୱାଲଙ୍କ ପାଇଁ। ୨୦୦୫ରେ ସେ ବିବାହ କରିଥିଲେ।ଏହାପରେ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ପିତାଙ୍କୁ ଟ୍ରାନ୍ସପୋର୍ଟ ବିଜନେସରେ ସହାୟତା କରିଥିଲେ। ୨୦୦୭ ପରେ ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିଲା। ତାଙ୍କର ଧର୍ମପତ୍ନୀଙ୍କର ନାମ ଶ୍ରୀମତୀ ଅନୁଭୂତି ଅଗରୱାଲ। ଭଗବାନଙ୍କ ଆଶୀର୍ବାଦରୁ ତାଙ୍କର ଆଦ୍ୟା ଏବଂ ଆରୋହୀ ନାମରେ ଦୁଇଟି କନ୍ୟା ରତ୍ନର ସେ ଅଧିକାରୀ ଅଟନ୍ତି।୧୯୯୦ ମସିହାରେ ତାଙ୍କ ବାପା ଶ୍ରୀ ରାମ ଭଗତ ଅଗରୱାଲ ଟ୍ରାନ୍ସପୋର୍ଟ ବ୍ୟାପାରର ଶୁଭାରମ୍ଭ କରିଥିଲେ ‘ନୀଳାଚଳ ରୋଡୱେଜ ‘ ତାହା ପୁଣି ଦଶ ହଜାର ଟଙ୍କାରେ।ବାପା ଶ୍ରୀ ରାମ ଭଗତ ଅଗରୱାଲଙ୍କ ଅନ୍ତେ ୨୦୦୭ରେ ଶ୍ରୀ ମୋହନ ଅଗରୱାଲ ବ୍ୟାପାରର ପୂର୍ଣ୍ଣ ଦାୟିତ୍ଵ ନେଇଥିଲେଏବଂ ଦଶଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରିଥଲେ।୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କ ଜୀବନ ଖାସ୍ କରି ବ୍ୟାପାର କ୍ଷେତ୍ରରେ ସବୁଠାରୁ ଅଧିକ ଆହ୍ଵାନର ସମ୍ମୁଖୀନ ହୋଇଥିଲେ।ଈଶ୍ୱରଙ୍କ ଆଶୀର୍ବାଦ, ନିଜର ଧୈର୍ଯ୍ୟ ଓ ସହନଶୀଳତା, ବୁଦ୍ଧି ଏବଂ ସାହସରୁ ଏହାକୁ ପ୍ରତିହତ କରିବା ସହ ୨୦୧୩ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଏଥିପାଇଁ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅନୁଭୂତି ଅଗରୱାଲଙ୍କ ଅବଦାନ ସବୁବେଳେ ଉଦାହରଣ ସୃଷ୍ଟି କରେ ସମାଜରେ। ପ୍ରକୃତ ଅର୍ଦ୍ଧାଙ୍ଗିନୀର ପରିଭାଷା କଣ ତାହା ଶ୍ରୀମତୀ ଅନୁଭୂତି ଅଗରୱାଲଙ୍କର ଅବଦାନ ହିଁ ବ୍ୟାଖ୍ୟା କରେ।ସେ ଶ୍ରୀ ମୋହନ କୁମାର ଅଗରୱାଲଙ୍କ ସହ ହାତକୁ ହାତ ମିଶାଇ ପରିବାରର ସବୁ ଦାୟିତ୍ଵ ସମ୍ପାଦନ କରିବା ସହିତ ବ୍ୟାପାର କ୍ଷେତ୍ରରେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ବ୍ୟାପାର କ୍ଷେତ୍ରରେ ସେ ଶ୍ରୀ ମୋହନ ଅଗରୱାଲଙ୍କୁ ସୁବ୍ୟବସ୍ଥିତ ଅର୍ଥପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ ଏବଂ ଆଜି ମଧ୍ୟ କରୁଛନ୍ତି।ସବୁଦିନ ମଣିଷର ସମାନ ଭାବରେ ଯାଏନା। ପରିଶ୍ରମ ଏବଂ ସତ ଉଦ୍ଦେଶ୍ୟ କେବେ ହେଲେ ବୃଥା ଯାଏନାହିଁ। ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଶ୍ରୀ ମୋହନ ଅଗରୱାଲ ୨୦୧୩ ମସିହାରେ ସଫଳତାର ସ୍ଵାଦ ଚାଖିବା ସହ ନିଜର ବ୍ୟାପାରର ଏକ ଦୃଢ଼ ମୂଳଦୁଆ ପକାଇ ସାରିଥିଲେ।ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଶ୍ରୀ ମୋହନ କୁମାର ଅଗରୱାଲଙ୍କ ସହ ସେ ଏକ ଦୃଢ଼ ପ୍ରାଚୀର ଭାବରେ ଠିଆହୋଇ ଥିଲେ ଯାହା ପତିପତ୍ନୀଙ୍କର ସମ୍ପର୍କର ପବିତ୍ରତାକୁ ଉଲ୍ଲେଖ କରିବା ସହ ତାଙ୍କର ଦକ୍ଷତାକୁ ନ୍ୟାୟ ଦିଏ।ସେହି ମସିହାରେ ପାର୍ଲେଆଗ୍ରୋ,ପାର୍ଲେ ବିସ୍କୁଟ, ଇଣ୍ଡୋ-ନିଶିନ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ଼ ସହ ନିଜର ବ୍ୟବସାୟିକ ସମ୍ପର୍କ ଦୃଢୀଭୂତ କରି ବ୍ୟାପାର କ୍ଷେତ୍ରରେ ଏକ ଭିନ୍ନ ଅଧ୍ୟାୟ ସୃଷ୍ଟି କରିଥିଲେ।ଏହାପରେ ବରୁଣ ବେଭରେଜେସ , ଏଲ୍ ଆଣ୍ଡ ଟି, ପେପ୍ସି , କର୍ଲଅନ, ସ୍ଲିପୱେଲ ପରି ନାମୀଦାମୀ ବ୍ୟବସାୟିକ ସଂସ୍ଥା ସହ ନିଜର ବ୍ୟବସାୟ ସମ୍ପର୍କ ସ୍ଥାପନ କରିଥିଲେ।୨୦୦୭ ରୁ ୨୦୧୬ ଯାଏଁ ତାଙ୍କର ବଡ଼ଭାଇ ଶ୍ରୀ ସନ୍ଦୀପ ଅଗରୱାଲଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରି ବ୍ୟାପାରକୁ ଏକ ନୂଆ ଦିଗ ଦେଇଥିଲେ। ୨୦୧୬ ମସିହାରେ ନୀଳାଚଳ ଟ୍ରାନ୍ସ ଲଜିଷ୍ଟିକ୍ସ ନିଜର ବ୍ୟବସାୟକୁ ସମ୍ପ୍ରସାରଣ କ୍ଷେତ୍ରରେ ସଫଳତାର ସ୍ଵାଦ ଚାଖିଥିଲେ ଯାହା ଶ୍ରୀ ମୋହନ କୁମାର ଅଗରୱାଲ ଏବଂ ପରିବାର ପାଇଁ ଏକ ସୁବର୍ଣ୍ଣ ସମୟର ଅୟମାରମ୍ଭ ଥିଲା। ସୂଚନାଯୋଗ୍ୟ ଯେ କର୍ଲନ ଲିମିଟେଡ଼ ପ୍ରଥମ ସଂସ୍ଥା ଥିଲା ଯାହା ସହ ଟ୍ରାନ୍ସପୋର୍ଟ ବ୍ୟାପାର ପ୍ରାରମ୍ଭ ହୋଇଥିଲା।୨୦୧୮ ମସିହା ସୁଦ୍ଧା କୋଲକାତା, ଆସାନଶୋଲ ,ରାଞ୍ଚି ଏବଂ ସିଲିଗୁଡ଼ିଠାରେ ନିଜର ବ୍ୟବସାୟିକ ଶାଖା ଗଢ଼ି ସାରିଥିଲେ।ଶ୍ରୀ ମୋହନ ଅଗରୱାଲ ନୀଳାଚଳ ରୋଡୱେଜ, ଶିବ ରୋଡୱେଜ ଆଦି ନୀଳାଚଳ ଟ୍ରାନ୍ସ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ଼ ସହ ସଂଶ୍ଳିଷ୍ଟ ହୋଇ ବ୍ୟବସାୟ ଭିତ୍ତିକ କାର୍ଯ୍ୟଧାରାକୁ ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହୋଇଛନ୍ତି।ଆଜିର ପ୍ରତିଯୋଗିତା ମୂଳକ ବ୍ୟାପାର କ୍ଷେତ୍ରରେ ବି ନୈତିକତା ବଜାୟ ରଖିବା ସହ ଗ୍ରାହକଙ୍କ ସନ୍ତୋଷକୁ ସେ ପ୍ରାଧାନ୍ୟ ଦିଅନ୍ତି।ବ୍ୟକ୍ତି ବିଶେଷ ଓ ବ୍ୟବସାୟର ସମୃଦ୍ଧି ସହ ସେବା ପ୍ରଦାନ କରିବା, ଦକ୍ଷତାର ବିକାଶ , ନିରାପତ୍ତା ଏବଂ ବିଶ୍ୱସନୀୟତା ସହ ନୂତନ ସୁଯୋଗ ସୃଷ୍ଟି ତାଙ୍କର ଏବଂ ତାଙ୍କ ସଂସ୍ଥାର ମୂଳଲକ୍ଷ୍ୟ ଅଟେ ।ଦରଦୀ ମଣିଷ ଭାବେ ଜଣାଶୁଣା ଶ୍ରୀ ମୋହନ କୁମାର ଅଗରୱାଲ ଜଣେ ଆଦର୍ଶ ସମାଜସେବୀ।ସେ ମାରୱାଡ଼ି ଯୁବାମଞ୍ଚ ଏବଂ ମାରୱାଡ଼ି ସମାଜ ସହ ଜଡ଼ିତ ରହି ସମାଜସେବା କ୍ଷେତ୍ରରେ ନିଜର ଅବଦାନ ଦେଇଛନ୍ତି। ମଣିଷପଣିଆକୁ ସେ ଜୀବନର ବ୍ରତ ଭାବେ ମାନନ୍ତି।୧୯୯୯ ମସିହାରେ ମହାପ୍ରଳୟଙ୍କରୀ ବାତ୍ୟା ସମୟରେ ସେ ଲୋକଙ୍କର ସେବା କରିବା ସହ ଅସହାୟଙ୍କର ସାହାଯ୍ୟ କରିବାକୁ ଆଗଭର ହୋଇଥିଲେ ଏବଂ ସାହାଯ୍ୟ ମଧ୍ୟ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହିତ ସରକାରଙ୍କୁ ସହଯୋଗ କରିଥିଲେ ନିଜର ପରିବହନ ସେବା ଦ୍ଵାରା।ଦେଶରେ ଯେବେ କୋଭିଡ -୧୯ ସମସ୍ୟା ଜର୍ଜରିତ କରିଥିଲା ସେତେବେଳ ଶ୍ରୀ ମୋହନ ଅଗରୱାଲ ଖାଦ୍ୟସାମଗ୍ରୀ ଓ ପୋଷାକ ସହ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ଯ ଯୋଗାଇ ଦେଇଥିଲେ। ନିଜର ବ୍ୟବସାୟ ଦ୍ଵାରା ସେ ରାଜ୍ୟ ତଥା ଦେଶର ଅର୍ଥନୈତିକ କ୍ଷେତ୍ରରେ ଅବଦାନ ଦେବା ସହିତ ବିଭିନ୍ନ ପ୍ରକାରର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ଯାହାଦ୍ଵାରା ବେକାରୀ ସମସ୍ୟାକୁ ପ୍ରତିହତ କରିବା ଦିଗରେ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ଏତଦ୍ ବ୍ୟତୀତ ସେ ‘ଜୁନିୟର ଚାମ୍ୱର ଅଫ ଇଣ୍ଟରନେସନାଲ’ (ଜେ.ସି.ଆଇ), ‘ଭୁବନେଶ୍ୱର ଗୁଡ୍ସ ଟ୍ରାନ୍ସପୋର୍ଟ ଆସୋସିଏସନର ଜଣେ ସମ୍ମାନନୀୟ ସଦସ୍ୟ ହେବା ସହ ‘ ଓଡ଼ିଶା ଆସେମ୍ୱଲି ଅଫ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟର ପ୍ରାଇଜେସ (ଓ.ଏ.ଏସ.ଏମ.ଇ.)ର ଆଜୀବନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହା ସହ ସେ ‘ଓଡ଼ିଶା ୟଙ୍ଗ ଅଣ୍ଟ୍ରେପ୍ରେନେଅର ଆସୋସିଏସନ, ଖୋର୍ଦ୍ଧା ଚାପ୍ଟର ‘ର ଜିଲ୍ଲା ସମ୍ପାଦକ ଅଟନ୍ତି। ଶ୍ରୀ ମୋହନ କୁମାର ଅଗ୍ରୱାଲ ନିଜର ପିତା ଶ୍ରୀ ରାମ ଭଗତ ଅଗରୱାଲଙ୍କୁ ନିଜର ଆଦର୍ଶ ମାନନ୍ତି। ଯୁବ ସମାଜ ପାଇଁ ପ୍ରେରଣା ସାଜିଥିବା ଶ୍ରୀ ମୋହନ କୁମାର ଅଗରୱାଲ ଆଜିର ଯୁବପିଢ଼ିଙ୍କୁ ପରିଶ୍ରମ, ଧୈର୍ଯ୍ୟ, ଶୃଙ୍ଖଳା, ସମର୍ପିତ ମନୋଭାବ, ଦୃଢ଼ ମନଯୋଗ, ସାଧୁତା, ନୈତିକତା , ମଣିଷପଣିଆ ସହ ନିଜର ଲକ୍ଷ୍ୟ ସାଧନ କରିବାକୁ ପରାମର୍ଶ ଦେବା ସହ ଖରାପ ଅଭ୍ୟାସଠାରୁ ଦୂରେଇ ରହି ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ଦେଶ, ସମାଜ ଏବଂ ପରିବାର ପ୍ରତି ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ଉପଦେଶ ଦେଇଛନ୍ତି।ତାଙ୍କର ଦୁଇଜଣ ଅମୂଲ୍ୟ କନ୍ୟାରତ୍ନ ଶ୍ରୀ ମୋହନ କୁମାର ଅଗରୱାଲଙ୍କୁ ପ୍ରେରଣା ରୂପେ ନେଇ ଆଗକୁ ସଫଳ ମହିଳା ଉଦ୍ୟୋଗୀ ହେବା ସହ ଦେଶ ଓ ସମାଜକୁ ନିଜର ଅବଦାନ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।ଆଗକୁ ନିଜର ବ୍ୟବସାୟିକ ଶାଖା ସାରା ଭାରତ ବର୍ଷରେ ଖୋଲି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ତ୍ଵରକ ସାଜିବାକୁ ସେ ଅହରହ ପ୍ରୟାସ କରୁଛନ୍ତି।