ଉତ୍କର୍ଷ ଓଡ଼ିଶା: ଜନତାର ସ୍ବର, ଓଡ଼ିଶାର ଗୌରବ
ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ସମାଜର ଗଳ୍ପକୁ ନେଇ ଉନ୍ନତି ଓ ସତ୍ୟର ଯାତ୍ରା
ଉତ୍କର୍ଷ ଓଡ଼ିଶାର ଏକ ପୁସ୍ତକ ସମଗ୍ର ଓଡ଼ିଶାରେ ପ୍ରକାଶିତ ହୋଇସାରିଛି। ଅଗଣିତ ଓଡ଼ିଶା ବାସୀଙ୍କ ଅସୀମ ଭଲ ପାଇବା ଆମକୁ ଆଗକୁ ବଢିବାର ସୌଭାଗ୍ୟ ପ୍ରଦାନ କରିଛି। ଆଗକୁ ଉତ୍କର୍ଷ ଓଡ଼ିଶା ଯେଉଁ ଲକ୍ଷ୍ୟ ,ଭାବନାକୁ ନେଇ ଆମେ ଆଗକୁ ବଢ଼ୁଛୁ ସେଥିରୁ ଆମେ କେବେ ଓହରିବୁ ନାହିଁ। ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି,ବାଣିଜ୍ୟ ,ପରମ୍ପରା , ବିଜ୍ଞାନୀ, କାରିଗରୀ ଭଳି ଅନେକ ପ୍ରସଙ୍ଗକୁ ଆମ ପୁସ୍ତକରେ ସ୍ଥାନ ଦେବୁ। ପ୍ରତ୍ୟେକ ଓଡିଆଙ୍କ ମନରେ ନୂତନ ଆଶା ଭାରି ଦେବା ସହ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନା କୁ ଆଣିବୁ। ସେହିପରି ଓଡ଼ିଆରେ ହେଉଥିବା ବିଭିନ୍ନ ଆଲୋଚନା, ପର୍ଯ୍ୟଲୋଚନା ଏବଂ ସମାଲୋଚନା ବିଷୟରେ ମଧ୍ୟ ଆମ ପତ୍ରିକାରେ ସ୍ଥାନ ପାଇବ । ଓଡ଼ିଶାରେ ବାର୍ଷିକ, ମାସିକ , ଦୈନିକ ଓ ପାକ୍ଷିକ ଭଳି ଅନେକ ପତ୍ରିକା ପ୍ରକାଶ ପାଉଛି। ହେଲେ ଆମେ ସେମାନଙ୍କ ଠାରୁ ସ୍ୱତନ୍ତ୍ର ହେବାପାଇଁ ପ୍ରୟାସ କରିବୁ। ଆମର ଏହି ଯାତ୍ରା ଆଗକୁ ଜାରି ରହିବ । ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ସହଯୋଗ ଆମେ ଆଶା କରୁଛୁ। କେବଳ ପୁସ୍ତକରେ ଆମେ ରହିବୁ ନାହିଁ । ଲୋକଙ୍କର ସମସ୍ୟା ସମାଧାନ କିପରି ହୋଇପାରିବ , ସରକାରୀ ସୁବିଧାରୁ ବଂଚିତ ହେଉଥିବା ଲୋକଙ୍କର ଆମେ ହେବୁ ସାହାରା , ମହିଳାଙ୍କ ସମସ୍ୟାର କରିବୁ ସମାଧାନ । ଜନତାଙ୍କ ହକ ପାଇଁ ଆମର ଲଢେଇ ଜାରି ରହିବ । ସେଥିପାଇଁ ଆମର ପ୍ରୟାସରେ ଆରମ୍ଭ ହୋଇଛି ଡିଜିଟାଲ ନିୟୁଜ ସେବା । ଯାହା ଆପଣମାନେ ୟୁଟ୍ୟୁବରେ ମଧ୍ୟ ଦେଖିପାରିବେ ।