AI-ଚାଳିତ ଶାସନ କ୍ଷେତ୍ରରେ ଓଡ଼ିଶାର ଅଭିନବ ପଦକ୍ଷେପ

AI takes vital roles in each and every sector

0

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ-ଉପଯୋଗୀ ଏବଂ ନାଗରିକ-କୈନ୍ଦ୍ରିକ ସହର ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ପ୍ରଶାସନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ଅଧିକ ସୁଦୃଢ଼ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି ଯେ, “ଓଡ଼ିଶା ନିଜର ସହରଗୁଡ଼ିକୁ କେବଳ ସ୍ମାର୍ଟ ନୁହେଁ, ବରଂ ଅଧିକ ସମ୍ବେଦନଶୀଳ ଏବଂ ସମାବେଶୀ କରିବାକୁ ପ୍ରତିବଦ୍ଧ। ଏହି ସହଭାଗିତା AI ସହାୟତାରେ ସହରାଞ୍ଚଳ ସେବା ପ୍ରଦାନକୁ ଉନ୍ନତ କରିବ ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ।”AIRAWAT ରିସର୍ଚ୍ଚ ଫାଉଣ୍ଡେସନର ସିଇଓ (CEO) ଶ୍ରୀ ଅମର ନାଥ କହିଛନ୍ତି ଯେ, ସରକାର ଏବଂ ପ୍ରତିଷ୍ଠିତ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏଭଳି ସହଯୋଗ ଦ୍ୱାରା AI ସମାଧାନଗୁଡ଼ିକୁ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ବିକଶିତ କରାଯାଇପାରିବ। ARF ଓଡ଼ିଶାରେ ଏକ ଦୃଢ଼ ଏବଂ ଦାୟିତ୍ୱପୂର୍ଣ୍ଣ AI ବ୍ୟବସ୍ଥା ଗଠନ ପାଇଁ ପୂର୍ଣ୍ଣ ସହଯୋଗ କରିବ। ଏହି ସହଭାଗିତା ମାଧ୍ୟମରେ ARF ବିଭାଗର AI ଇନୋଭେସନ ପାର୍ଟନର ଭାବରେ କାର୍ଯ୍ୟ କରିବ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ।

 

Leave A Reply

Your email address will not be published.