ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ବିଜେଡିର ଶୁଭେଚ୍ଛା

0

ଭୁବନେଶ୍ୱର : ଚାଷୀଙ୍କ ସମସ୍ୟା ନେଇ ଆସନ୍ତାକାଲି ଆନ୍ଦୋଳନକୁ ଓଲ୍ହାଇବ ନବ ନିର୍ମାଣ କୃଷକ ସଂଗଠନ। ରାଜ୍ୟରେ ଚାଷୀ ହତାଶ। ବିଭିନ୍ନ ସମୟରେ ରାଜ୍ୟରେ ବୃଦ୍ଧି ପାଉଛି ଚାଷୀ ସମସ୍ୟା। ଚାଷୀ ଆଜି ରାଜରାସ୍ତାରେ। ଡବଲ ଇଂଜିନ ସରକାର ବିଭିନ୍ନ କ୍ଷେତ୍ରରେ ପ୍ରତିଶୃତି ପାଣିର ଗାର କଲାଣି। 73 ଲକ୍ଷ ମେଟ୍ରିକ ଟନ ସଂଗ୍ରହ ଟାର୍ଗେଟ ଥିଲା। ହେଲେ 29% ଚାଷୀଙ୍କ ଠାରୁ 34% ଧାନ ସଂଗ୍ରହ ହୋଇଛି। ସାର ମିଳିଲାଣି। ଭୋଟ ପାଇଁ ନାଟକ। ଚାଷୀଙ୍କୁ ଅପମାନ କରି କୃଷି ମନ୍ତ୍ରୀ କହୁଛନ୍ତି ଚାଷୀ ନାଟକ କରୁଛନ୍ତି। ଯୋଗାଣ ଓ ସମବାୟ ମନ୍ତ୍ରୀ ସବୁବେଳେ ମତ ବଦଳାଉଛନ୍ତି ପଶ୍ଚିମ ଓଡ଼ିଶାରେ ଚାଷୀ ରାସ୍ତାକୁ ଓଲ୍ହାଇଛନ୍ତି। ଉପକୂଳରେ ମଣ୍ଡି ଖୋଲିଲାନି। ଚାଷୀଙ୍କୁ ଡାହା ମିଛ କହି ଚାଲିଛନ୍ତି ସରକାର। ମିଛ ଉପରେ ମିଛ କୁହା ଚାଲିଛି। ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଚାଷୀଙ୍କ ପାଇଁ ବିଜେଡି ଠିଆ ହେଉଛି। ଫେବୃଆରୀ 2 ରୁ ବିଜେଡି ରାଜ୍ୟବ୍ୟାପି 16 ଜିଲ୍ଲା ସମାବେଶ ଆରମ୍ଭ କରିବ। ଫେବୃଆରୀ 24 ରେ ଭୁବନେଶ୍ୱରରେ ବିରାଟ ଆନ୍ଦୋଳନ ହେବ। ନବ ନିର୍ମାଣ କୃଷକ ସଙ୍ଘ ଭଲ ପଦକ୍ଷେପ ନେଇଛି। ସବୁ ଦଳ ଏହି ପଦକ୍ଷେପ ନେବା ଆବଶ୍ୟକ। ବିଜେଡି ଚାଷୀଙ୍କ ପାଇଁ ସବୁବେଳେ ବାହାରିବ। PUCC ପାଇଁ ବି ନବ ନିର୍ମାଣ କୃଷକ ସଙ୍ଘ ବନ୍ଦ ଡାକରା ଦେଇଛି। 91 ହଜାର ଋଣ ବୋଝ ହେଲାଣି। ତହବିଲରେ ପଇସା ନାହିଁ। ଆଜି ଏହା ବିରୋଧରେ ଯୁବ ଓ ଛାତ୍ର ବିଜେଡି କୋରାପୁଟରେ ଆନ୍ଦୋଳନ କରୁଛି। ସ୍ମାର୍ଟ ମିଟର ବିରୋଧରେ ଲଢେଇ ଚାଲିଛି। ରାଜ୍ୟ ସରକାରକୁ କାଠଗଡାକୁ ନେବାକୁ ଫେବୃଆରୀ 2 ରୁ ଆନ୍ଦୋଳନ କରିବ। ବିଜେପି ନେତା ଯିଏ ଭାବୁଛନ୍ତି ଚାଷୀ ହତାଶ ହେଉଛନ୍ତି, ସେମାନେ ବି ଚାଷୀକୂଳକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଶୁଭେଚ୍ଛା ଓ ସାଧୁବାଦ। ବିଜେଡି ଚାଷୀଙ୍କ ସହ ଅଛି, PUCC ଓ ସ୍ମାର୍ଟ ମିଟର ବିରୋଧରେ ଲଢେଇ ଜାରି ହେବ…

Leave A Reply

Your email address will not be published.