ଜିମ୍ନାଷ୍ଟିକ ଚମ୍ପିୟାନସିପରେ ଭୁବନେଶ୍ୱରର କମାଲ

Bhubaneswar gymnast performed well in state championship

0

ଭୁବନେଶ୍ୱର : ଚଳିତ ମାସ ୨୪ ଓ ୨୫ ତାରିଖରେ ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିୟାନସିପ ୨୦୨୬ ରେ କମାଲ କରିଛନ୍ତି ଭୁବନେଶ୍ୱର ଜିମ୍ନାଷ୍ଟିକ ପ୍ଲେୟାର। ଏଥିରେ ଭୁବନେଶ୍ବର ଜିମ୍ନାଷ୍ଟିକ ଆସୋସିଏସନର ୨୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୧ଟି ସ୍ଵର୍ଣ୍ଣ, ୧ଟି ରୋପ୍ୟ ଓ ୪ଟି କାଂସ୍ୟ ପଦକ ହାସଲ କରିଅଛି। ଏହି ପ୍ରତିଯୋଗିତାରେ ସିନିୟର ୱମେନ୍’ସ ରେ *ଜେଏମ ରିତିକା ଦାସ* ଭଲ୍ଟିଂ ଟେବଲରେ କାଂସ୍ୟ ପଦକ, ଜୁନିଅର ୱମେନ୍’ସ ରେ *ସରନ୍ୟା ମିଶ୍ର* ଫ୍ଲୋର ଏକ୍ସରସାଇଜ ଓ ବାଲାସିଂ ବିମରେ ୨ ଟି ରୋପ୍ୟ ପଦକ , ୧୦ ବର୍ଷରୁ କମ ବାଳିକା ବର୍ଗରେ *ଦିବ୍ୟାଞ୍ଜଳୀ ମହନ୍ତ* ଫ୍ଲୋର ଏକ୍ସରସାଇଜରେ ସ୍ଵର୍ଣ୍ଣ ଓ ବାଲାସିଂ ବିମରେ ରୋପ୍ୟ ପଦକ ହାସଲ କରିଥିବା ବେଳେ ୧୦ ବର୍ଷରୁ କମ ବାଳକ ବର୍ଗରେ *ଭାସ୍କର ଭବିକ ବେଉରା* ଭଲ୍ଟିଂ ଟେବଲରେ କାଂସ୍ୟ ପଦକ କରିଛନ୍ତି । ଭୁବନେଶ୍ବର ଜିମ୍ନାଷ୍ଟିକ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସଂପାଦକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସେଠୀ, ସହ ସମ୍ପାଦକ ଶ୍ରୀଯୁକ୍ତ ଗୁରୁପ୍ରସାଦ ପଟ୍ଟନାୟକ, ଉପସଭାପତି ଶ୍ରୀମତୀ ମୀରାରାଣୀ ଦାସ, ଶ୍ରୀଯୁକ୍ତ ରାଧାନାଥ ମହାପାତ୍ର ଓ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଶ୍ରଯୁକ୍ତ ଯଶୋବନ୍ତ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ଭର୍ଦ୍ଧାନା ଓ ଶୁଭେଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.