ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

Chief Secretary emphasizes increasing the income of rural households

0

ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ପରିବାରଗୁଡ଼ିକର ଆୟ ବୃଦ୍ଧି ସହ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ଶ୍ରୀମତୀ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ୍‌)ର ପଞ୍ଚମ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

 

ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ, ନୂତନ ପଦକ୍ଷେପ ଗ୍ରହଣ ଏବଂ ନିୟମିତ ସମୀକ୍ଷା ମାଧ୍ୟମରେ ଏହାର ଦକ୍ଷତା ବୃଦ୍ଧି କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ସହ ସଫଳ ଗୋଷ୍ଠୀଗୁଡ଼ିକର ଉଦାହରଣ ଅନ୍ୟମାନଙ୍କୁ ପ୍ରେରଣା ଦେବା ଉପରେ ସେ ଜୋର୍‌ ଦେଇଥିଲେ।

 

ଗ୍ରାମୋଦୟ ଓ ପିଏମ୍‌-ଜନମନ କାର୍ଯ୍ୟକ୍ରମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଜୀବିକା କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ସହ ଏହାର ନିୟମିତ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

 

ବୈଠକରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

 

ଭୁବନେଶ୍ୱର, ୨୧ ଅକ୍ଟୋବର: ରାଜ୍ୟର ଗ୍ରାମୀଣ ପରିବାରଗୁଡ଼ିକର ଆୟ ବୃଦ୍ଧି ସହ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ତାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ୍‌)ର ପଞ୍ଚମ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

 

ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ, ନୂତନ ପଦକ୍ଷେପ ଗ୍ରହଣ ଏବଂ ନିୟମିତ ସମୀକ୍ଷା ମାଧ୍ୟମରେ ଏହାର ଦକ୍ଷତା ବୃଦ୍ଧି କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ସହ ସଫଳ ଗୋଷ୍ଠୀଗୁଡ଼ିକର ଉଦାହରଣ ଅନ୍ୟମାନଙ୍କୁ ପ୍ରେରଣା ଦେବା ଉପରେ ସେ ଜୋର୍‌ ଦେଇଥିଲେ।

 

ଗ୍ରାମୋଦୟ ଓ ପିଏମ୍‌-ଜନମନ କାର୍ଯ୍ୟକ୍ରମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଜୀବିକା କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ସହ ଏହାର ନିୟମିତ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

 

ବୈଠକରେ ମିଶନ ଅଧୀନରେ ଏସ୍‌ଏଚ୍‌ଜି ପରିବାରଙ୍କ ସାମିଲ, ଗୋଷ୍ଠୀସ୍ତରୀୟ ଓ ପଞ୍ଚାୟତସ୍ତରୀୟ ସଂଗଠନ ଗଠନ, ଘୂର୍ଣ୍ଣାୟମାନ ପାଣ୍ଠି ଏବଂ ବ୍ୟାଙ୍କ ଋଣ ସହାୟତାର ସମୀକ୍ଷା କରାଯାଇଥିଲା।

 

ସମୀକ୍ଷା ଅନୁଯାୟୀ, ୫.୯୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସଂଯୋଗ ମାଧ୍ୟମରେ ମୋଟ ୭୫,୧୧୬ କୋଟି ଟଙ୍କାର ଋଣ ସହାୟତା ମିଳିଛି। ଗୋଷ୍ଠୀଗୁଡ଼ିକର ହାରାହାରି ଋଣ ପରିମାଣ ୨୦୨୪ରେ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ରେ ଏହା ୫.୯୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୧.୭୦ ଲକ୍ଷ ଉଦ୍ୟୋଗୀଙ୍କୁ ୭,୯୯୭ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

 

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଅଧୀନରେ ଏସ୍‌ଏଚ୍‌ଜି ପରିବାରଙ୍କ ସାମିଲ, ଗୋଷ୍ଠୀସ୍ତରୀୟ ଓ ପଞ୍ଚାୟତସ୍ତରୀୟ ସଂଗଠନ ଗଠନ, ପରିବର୍ତ୍ତନଶିଳ ପାଣ୍ଠି ଏବଂ ବ୍ୟାଙ୍କ ଋଣ ସହାୟତାର ସମୀକ୍ଷା କରାଯାଇଥିଲା।

 

ସମୀକ୍ଷା ଅନୁଯାୟୀ, ୫.୯୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସଂଯୋଗ ମାଧ୍ୟମରେ ମୋଟ ୭୫,୧୧୬ କୋଟି ଟଙ୍କାର ଋଣ ସହାୟତା ମିଳିଛି। ଗୋଷ୍ଠୀଗୁଡ଼ିକର ହାରାହାରି ଋଣ ପରିମାଣ ୨୦୨୪ରେ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ରେ ଏହା ୫.୯୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୧.୭୦ ଲକ୍ଷ ଉଦ୍ୟୋଗୀଙ୍କୁ ୭,୯୯୭ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

 

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.