ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେସନରେ ‘ଜନ ସମ୍ବାଦ’ କାର୍ଯ୍ୟକ୍ରମ 

‘Jan Sambad’ (Public Dialogue) programme by East Coast Railway at various stations

0

ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେସନରେ ‘ଜନ ସମ୍ବାଦ’ କାର୍ଯ୍ୟକ୍ରମ

​ଭୁବନେଶ୍ୱର:ସାଧାରଣ ଯାତ୍ରୀ ଏବଂ ରେଳ ପ୍ରଶାସନ ମଧ୍ୟରେ ସିଧାସଳଖ ଯୋଗାଯୋଗକୁ ସୁଦୃଢ଼ କରିବା ସହ ରେଳ ସେବାର ଉନ୍ନତି ପାଇଁ ପୂର୍ବତଟ ରେଳପଥ (ଇସିଓଆର୍) ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନରେ ‘ଜନ ସମ୍ବାଦ’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଯାତ୍ରୀ ସଚେତନତା ବୃଦ୍ଧି ଏବଂ ସେବା ସମ୍ପର୍କରେ ଲୋକଙ୍କ ମତାମତ ଗ୍ରହଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

​ଏହି ଅଭିଯାନ ଅଧୀନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ଯାତ୍ରୀମାନଙ୍କ ଠାରୁ ରେଳ ସେବା, ସୁବିଧା-ସୁଯୋଗ ଏବଂ ଅଭିଜ୍ଞତା ସମ୍ପର୍କରେ ମତାମତ ଓ ପରାମର୍ଶ ଗ୍ରହଣ କରିଥିଲେ। ଏଥିସହ ସେ ଷ୍ଟେସନ ପରିସରର ସ୍ୱଚ୍ଛତା ଏବଂ ଯାତ୍ରୀ ସୁବିଧାର ସମୀକ୍ଷା କରି ଏକ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ଷ୍ଟେସନକୁ ସର୍ବଦା ପରିଷ୍କାର-ପରିଚ୍ଛନ୍ନ ଏବଂ ଯାତ୍ରୀ-ଅନୁକୂଳ ରଖିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାଗ ନେଇଥିଲେ।

​‘ଜନ ସମ୍ବାଦ’ ଅଭିଯାନ ମାଧ୍ୟମରେ ରେଳ ଅଧିକାରୀମାନେ ଯାତ୍ରୀମାନଙ୍କ ସମସ୍ୟା, ଆବଶ୍ୟକତା ଓ ଅଭିଯୋଗ ବୁଝି ତୁରନ୍ତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଯାତ୍ରୀ ସୁରକ୍ଷା, ନିରାପଦ ଯାତ୍ରା, ସ୍ୱଚ୍ଛତା ବଜାୟ ରଖିବା ଏବଂ ରେଳ ସମ୍ପତ୍ତିର ସଠିକ୍ ବ୍ୟବହାର ଉପରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି। ଲୋକଙ୍କ ପରାମର୍ଶ ରେଳ ସେବାକୁ ଅଧିକ ଦକ୍ଷ, ସୁରକ୍ଷିତ ଏବଂ ଉନ୍ନତ କରିବାରେ ସହାୟକ ହେବ ବୋଲି ରେଳପଥ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.