ଇଣ୍ଡିଆ କେମ୍ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ :ଓଡିଶାରେ ନିବେଶ ଲାଗି ଆହ୍ଵାନ 

Chief Minister Mohan Charan Majhi’s remarks at India Chem 2026: A call for investment in Odisha

0

ଇଣ୍ଡିଆ କେମ୍ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ :ଓଡିଶାରେ ନିବେଶ ଲାଗି ଆହ୍ଵାନ ମୁମ୍ବାଇ: ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମୁମ୍ବାଇ ଠାରେ ଅନୁଷ୍ଟିତ ଇଣ୍ଡିଆ କେମ 2026 କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଛନ୍ତି।ସେ ନିବେଶକ ଙ୍କୁ ଓଡିଶାରେ ନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି l ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ଏକ ଟ୍ରିଲିୟନ୍ ଡଲାର ରସାୟନ ଶିଳ୍ପ ଲକ୍ଷ୍ୟ ରେ ଓଡିଶା ପ୍ରମୁଖ ଭୂମିକା ନେବ। ନୀତି ଆୟୋଗ ୨୦୪୦ ସୁଦ୍ଧା ଭାରତର ରସାୟନ ଶିଳ୍ପକୁ ଏକ ଟ୍ରିଲିୟନ୍ ଡଲାରର ଶିଳ୍ପରେ ପରିଣତ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏହି ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ବ୍ୟାପକ ଅବଦାନ ରଖିବାକୁ ପ୍ରସ୍ତୁତ। ରସାୟନ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଶକ୍ତିଶାଳୀ କେମିକାଲ୍ କ୍ଲଷ୍ଟର, ନିର୍ଭରଯୋଗ୍ୟ କଞ୍ଚାମାଲ ଯୋଗାଣ, ଉନ୍ନତ ଲଜିଷ୍ଟିକ୍ସ, ଘରୋଇ ପ୍ରଯୁକ୍ତିବିଦ୍ୟା ଓ ସମନ୍ୱିତ ଶିଳ୍ପ ପରିବେଶ ଆବଶ୍ୟକl ଇସ୍ପାତ ଓ ଆଲୁମିନିୟମ୍ ଉତ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମl ଏହି ଶିଳ୍ପଗୁଡ଼ିକ ପାଇଁ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍, ଏସିଡ୍ ଓ ଜଳ ବିଶୋଧନ ରସାୟନ ଭଳି ବିଭିନ୍ନ ଉପାଦାନ ଆବଶ୍ୟକ। ଏହା ଓଡ଼ିଶାରେ ରସାୟନ ଶିଳ୍ପର ବିକାଶ ପାଇଁ ବଡ଼ ବଜାର ସୃଷ୍ଟି କରୁଛି।ମୁଖ୍ୟମନ୍ତ୍ରୀ ପୁଣି କହିଲେ, ଓଡ଼ିଶାକୁ ଏକ ଖଣିଜଭିତ୍ତିକ ଅର୍ଥନୀତିରୁ ରସାୟନଭିତ୍ତିକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ରାଜ୍ୟର ଲକ୍ଷ୍ୟ। ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଓ ରଣନୈତିକ ଅବସ୍ଥିତି ଏହି ପରିବର୍ତ୍ତନର ମୂଳ ଆଧାର l ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦର ମାଧ୍ୟମରେ ଶିଳ୍ପଗୁଡ଼ିକୁ କଞ୍ଚାମାଲ, ଶିଳ୍ପ ଜମି, ଉପଯୋଗୀ ଭିତ୍ତିଭୂମି, ଘରୋଇ ବଜାର ଓ ଅନ୍ତର୍ଜାତୀୟ ବାଣିଜ୍ୟ ପଥର ସୁବିଧା ମିଳୁଛି। ପାରାଦୀପ PCPIRରେ ଇଣ୍ଡିଆନ୍ ଅଏଲ୍‌ର ବାର୍ଷିକ ୧୫ ନିୟୁତ ଟନ୍ ବିଶୋଧନାଗାର ଏବଂ ପ୍ରାୟ ₹୬୧,୦୦୦ କୋଟିର ଏକ ବୃହତ୍ ପେଟ୍ରୋଲିୟମ୍ କେମିକାଲ୍ କମ୍ପ୍ଲେକ୍ସ ରହିଛି। ପଲିମର, ପ୍ୟାକେଜିଂ, ଟେକ୍ନିକାଲ୍ ଟେକ୍ସଟାଇଲ୍ ଓ ଅନ୍ୟାନ୍ୟ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ଏହା ବଡ଼ ସୁଯୋଗ ସୃଷ୍ଟି କରୁଛି। ପାରାଦୀପରେ ବିକଶିତ ହେଉଥିବା ପ୍ଲାଷ୍ଟିକ୍ ପାର୍କ ମଧ୍ୟ ସହଯୋଗୀ ଶିଳ୍ପ ପାଇଁ ନୂଆ ସମ୍ଭାବନା ଖୋଲୁଛି l ଗୋପାଳପୁରରେ ରେଫ୍ରିଜରାଣ୍ଟ, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ପ୍ରକଳ୍ପ ବିକଶିତ ହେଉଛିl ତାଲଚେରରେ କୋଲ୍ ଗ୍ୟାସିଫିକେସନ୍ ମାଧ୍ୟମରେ ୟୁରିଆ ଉତ୍ପାଦନ ପ୍ରକଳ୍ପ ଆଗକୁ ବଢ଼ୁଛି। ଲଖନପୁରରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପକ୍ଷରୁ ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପ ସ୍ଥାପନ କରାଯାଉଛିl – ଓଡ଼ିଶାରେ ଏକ ବୃହତ୍ ରସାୟନ ଶିଳ୍ପ କେନ୍ଦ୍ର ଗଢ଼ିତୋଳିବା ପାଇଁ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ।

କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ପୁଣି କହିଲେ, ନୀତି ଆୟୋଗର ୨୦୨୬ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛିl ୨୦୨୬ ଫିସ୍କାଲ୍ ହେଲ୍ଥ ଇଣ୍ଡେକ୍ସରେ ରାଜ୍ୟ ପ୍ରଥମ ସ୍ଥାନରେ ରହିଥିବା କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶିଳ୍ପନୀତି ଅନୁଯାୟୀ ପୁଞ୍ଜିନିବେଶ, ବିଦ୍ୟୁତ୍, ନିଯୁକ୍ତି ଓ ରାଜ୍ୟ ଜିଏସ୍‌ଟି ସମ୍ପର୍କିତ ସହାୟତା ପ୍ରଦାନ କରାଯାଉଛି। ନିବେଶ ପ୍ରସ୍ତାବରୁ ପ୍ରକଳ୍ପ କାର୍ଯ୍ୟକାରିତା ପର୍ଯ୍ୟନ୍ତ ନିବେଶକଙ୍କୁ ନିରନ୍ତର ସହଯୋଗ ଦେବାକୁ ଟିମ୍ ଓଡ଼ିଶା ପ୍ରସ୍ତୁତ l ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ୟୁନିଟ୍‌କୁ ପ୍ରାୟ ₹୩.୫୨ ଲକ୍ଷ କୋଟିର ନିବେଶ ସହ ପ୍ରତିଷ୍ଠା କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ₹୨୨.୫୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ପାଇଛି। ₹୧୨.୫୦ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (HLCA) ଅନୁମୋଦନ ଦେଇଛି।ସେପ୍ଟେମ୍ବର ୨୦୨୬ରେ UAE ନିବେଶକ ସମ୍ମିଳନୀକୁ ଟିମ୍ ଓଡ଼ିଶାକୁ ନେଇଯାଇଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ପ୍ରାୟ ₹୨.୫୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ମିଳିଥିଲା। ଏଥିରୁ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC) ପ୍ରାୟ ₹୨.୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ରସାୟନ, ପେଟ୍ରୋକେମିକାଲ୍ସ ଓ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରର ନିବେଶ ହେବl ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ICT) ଏବଂ CIPET ଭଳି ଅନୁଷ୍ଠାନ ଗବେଷଣା, ପରୀକ୍ଷଣ ଓ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରୁଛନ୍ତି। ଶିଳ୍ପ ନିବେଶ ସହ ଗବେଷଣା, ନୂତନ ପ୍ରଯୁକ୍ତି ଓ ଦକ୍ଷ ମାନବ ସମ୍ବଳକୁ ଯୋଡ଼ି ଏକ ପ୍ରତିଯୋଗିତାମୂଳକ ଶିଳ୍ପ ପରିବେଶ ଗଢ଼ିବା ଉପରେ ରାଜ୍ୟର ଗୁରୁତ୍ୱ ରହିଛିl ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପରେ ନୂଆ ନିବେଶ ହେଲେ ଡାଉନଷ୍ଟ୍ରିମ୍ ଉତ୍ପାଦନ, ସହଯୋଗୀ ଶିଳ୍ପ ଓ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରର ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଏହା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ଓ ଦକ୍ଷତା ବିକାଶର ସୁଯୋଗ ସୃଷ୍ଟି କରିପାରିବ।ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ଛୋଟ ହେଉ କି ବଡ଼, ସବୁ ପ୍ରକାର ପ୍ରକଳ୍ପ ପାଇଁ ଓଡ଼ିଶା ପ୍ରସ୍ତୁତ ଏବଂ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ପାଇଁ ସରକାର ପ୍ରତ୍ୟେକ ପଦକ୍ଷେପରେ ସହଯୋଗ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ, “ଆପଣଙ୍କ ସଫଳତା ହିଁ ଆମର ସଫଳତା।“ଆସନ୍ତୁ, ଓଡ଼ିଶାରେ ନିବେଶ କରନ୍ତୁ ଏବଂ ସମୃଦ୍ଧ ଓଡ଼ିଶା ଗଠନର ଅଂଶୀଦାର ହୁଅନ୍ତୁl

Leave A Reply

Your email address will not be published.