ନ୍ୟୁଜ୍ ରୁମ୍ ର “କଳିଙ୍ଗ ଉଦୟ ସମିଟ୍ କନକ୍ଳେଭ” ରେ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ
Sushant Kumar Mohanty honored at Newsroom's "Kalinga Uday Summit Conclave"
ନ୍ୟୁଜ୍ ରୁମ୍ ର “କଳିଙ୍ଗ ଉଦୟ ସମିଟ୍ କନକ୍ଳେଭ” ରେ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତଶ୍ରୀହରି ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ତଥା ଓଡ଼ିଆ ସିନେ ପ୍ରଯୋଜକ ସୁଶାନ୍ତ କୁମାର ମହାନ୍ତିଙ୍କୁ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ “କଳିଙ୍ଗ ଉଦୟ ସମିଟ୍” କନକ୍ଳେଭରେ ନ୍ୟୁଜ୍ ରୁମ୍ ପକ୍ଷରୁ ସମ୍ମାନିତ କରାଯାଇଛି l ଏହି ସମ୍ମାନିତ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କେଭି ସିଂହଦେଓ, ନ୍ୟୁଜ୍ ରୁମ୍ ର ସିଇଓ ମନୋରଞ୍ଜନ ମିଶ୍ର, ପ୍ରତିଷ୍ଠାତା ପ୍ରିୟଦର୍ଶୀ ବଳ ପ୍ରମୁଖ ଉପସ୍ଥିତ ଥିଲେ lଆମ ସମାଜ ପାଇଁ ଦିନରାତି ଅନ୍ଧାରର ନାୟକ ସାଜିଥିବା ‘ଲାଇନମ୍ୟାନ’ଙ୍କ ସେବାର ଅବଦାନକୁ ନେଇ ନିକଟରେ “ଲାଇନଵାଲା” ନାମରେ ଏକ ଓଡ଼ିଆ ସିନେମା ପ୍ରଯୋଜନା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ lଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି ଜଣେ ଅତି ଭଦ୍ର, ଅମାୟିକ, ସ୍ନେହ ବତ୍ସଳ ବ୍ୟକ୍ତି l ସେ ଭାରତୀୟ ବାୟୁ ସେନାର ଜଣେ ଦକ୍ଷ ଅଧିକାରୀ ଥିଲେ l ତାଙ୍କ କର୍ମମୟ ଜୀବନରେ ଯେଉଁ ସବୁ ଘାତ ପ୍ରତିଘାତ ଦେଇ ଆସିଛନ୍ତି ସେସବୁ ସୁଧାରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି l ସେ ଜଣେ ଉଦ୍ୟୋଗପତି ହୋଇଥିବାରୁ ଅନ୍ୟର ଉନ୍ନତି ପାଇଁ ସର୍ବଦା ଉନ୍ନତି କାମନା କରିଥାନ୍ତି l ତେଣୁ ତାଙ୍କର ଏହି ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି l