ରାଜଧାନୀ କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଆକ୍ୱାପଲ୍ସର ସିଇଓ ଶ୍ରୀ ଅଭିଷେକ ଦ୍ୱିବେଦୀଙ୍କ ପ୍ରେରଣା
Aquapulse CEO Mr. Abhishek Dwivedi Inspires at Capital College Orientation Programme
ବରମୁଣ୍ଡାସ୍ଥିତ ରାଜଧାନୀ କଲେଜର ସେଣ୍ଟର ଫର୍ ମ୍ୟାନେଜେରିଆଲ୍ ଏକ୍ସିଲେନ୍ସ ପରିସରରେ ଅନୁଷ୍ଠିତ ଏମ୍ବିଏ ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟ ଓ ଏମ୍ଏ ଇନ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ *ଆକ୍ୱାପଲ୍ସ କମ୍ପାନୀର ପ୍ରତିଷ୍ଠାତା ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ଦ୍ୱିବେଦୀ* ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ନିଜ ଅଭିଭାଷଣରେ ଶ୍ରୀ ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଜଗତର ବାସ୍ତବ ଅନୁଭୂତି ଏବଂ ଆକ୍ୱାପଲ୍ସର ଯାତ୍ରା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଦକ୍ଷତା, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ହିଁ ସଫଳତାର ମୂଳ ଆଧାର।ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ବ୍ୟବହାରିକ ଜ୍ଞାନ, ନୂତନ ଚିନ୍ତାଧାରା ଓ ଇଣ୍ଡଷ୍ଟ୍ରି ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ।ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ କ୍ୟାରିୟର ପାଇଁ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲା।