ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଜାମନଗର ଗସ୍ତ: ଶକ୍ତି ଏବଂ ଡିଜିଟାଲ୍ ଭିତ୍ତିଭୂମି ଉପରେ ବ୍ୟାପକ ଆଲୋଚନାଜାମନଗର:
US Secretary of State Marco Rubio's visit to Jamnagar: Extensive discussions on energy and digital infrastructure. Jamnagar:
ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଜାମନଗର ଗସ୍ତ: ଶକ୍ତି ଏବଂ ଡିଜିଟାଲ୍ ଭିତ୍ତିଭୂମି ଉପରେ ବ୍ୟାପକ ଆଲୋଚନାଜାମନଗର: ବିଶ୍ୱର ସବୁଠାରୁ ବଡ଼ ତୈଳ ଗୁଜରାଟର ଜାମନଗରଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଭାରତରେ ଆମେରିକାର ଆମ୍ବାସାଡର ସର୍ଜିଓ ଗୋର୍ଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ସ ଲିମିଟେଡ୍ର ଚେୟାରମ୍ୟାନ୍ ଏବଂ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଓ ଏକ୍ସିକ୍ୟୁଟିଭ୍ ଡାଇରେକ୍ଟର ଅନନ୍ତ ଅମ୍ବାନୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଗସ୍ତ କାଳରେ ସମ୍ମାନନୀୟ ଅତିଥିମାନଙ୍କୁ ବିଶ୍ୱସ୍ତରୀୟ ରିଫାଇନରୀ କମ୍ପ୍ଲେକ୍ସ ପରିଦର୍ଶନ କରାଯାଇ ଏହାର ବିଶାଳତା, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସଂଯୋଜିତ ପରିଚାଳନା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରାଯାଇଥିଲା। ଏହାସହ ବର୍ତ୍ତମାନ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଥିବା ରିଲାଏନ୍ସର ‘ନ୍ୟୁ ଏନର୍ଜି ଗିଗା-ଫ୍ୟାକ୍ଟ୍ରି’ ଏବଂ ନିର୍ମାଣାଧୀନ ‘ଡାଟା ସେଣ୍ଟର’ଗୁଡ଼ିକ ସମ୍ପର୍କରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ ଏବଂ ଆମ୍ବାସାଡର ଶ୍ରୀ ଗୋର୍ଙ୍କୁ ଅବଗତ କରାଯାଇଥିଲା। ଏହି ପରିଦର୍ଶନ ମାଧ୍ୟମରେ କମ୍ପାନୀର ଶକ୍ତି (Energy) ଏବଂ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ କରାଯାଇଥିବା ବ୍ୟାପକ ନିବେଶ, ଅତ୍ୟାଧୁନିକ ମାନୁଫାକ୍ଚରିଂ ଏବଂ ଡିପ୍-ଟେକ୍ କ୍ଷମତାର ଏକ ସମ୍ପୂର୍ଣ୍ଣ ସମୀକ୍ଷା ଉପସ୍ଥାପନ କରାଯାଇଥିଲା।ମୁକେଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀ ଜାମନଗର କମ୍ପ୍ଲେକ୍ସକୁ ଡିପ୍-ଟେକ୍, ନୂତନ ଉଦ୍ଭାବନ ଏବଂ ଅତ୍ୟାଧୁନିକ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାର ଦୀର୍ଘକାଳୀନ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଶ୍ୱ ଶକ୍ତି କ୍ଷେତ୍ରର ସ୍ଥିତି ଏବଂ ପାରମ୍ପରିକ ଓ ନୂତନ ଶକ୍ତି କ୍ଷେତ୍ରରେ ବାଣିଜ୍ୟିକ ସହଭାଗିତାର ସୁଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ନିର୍ଭରଯୋଗ୍ୟ ଓ ସୁଲଭ ଶକ୍ତି ଯୋଗାଣ, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ସୁଦୃଢ଼ ଯୋଗାଣ ଶୃଙ୍ଖଳା ଏବଂ ବୃଦ୍ଧି ପାଉଥିବା ଚାହିଦା ପୂରଣ ପାଇଁ ଆବଶ୍ୟକ ନିବେଶ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା।ଡାଟା ସେଣ୍ଟରଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଡିଜିଟାଲ୍ ଅର୍ଥନୀତିର ସମ୍ପ୍ରସାରଣରେ ନିର୍ଭରଯୋଗ୍ୟ ଶକ୍ତିର ଭୂମିକା ସମେତ ଶକ୍ତି ଓ ଡିଜିଟାଲ୍ ଭିତ୍ତିଭୂମିର ଆନ୍ତଃ-ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଅତ୍ୟାଧୁନିକ ଉତ୍ପାଦନ କ୍ଷେତ୍ରରେ ପରସ୍ପରର ଦକ୍ଷତାକୁ ଆଧାର କରି ଆମେରିକୀୟ କମ୍ପାନୀଗୁଡ଼ିକ ସହ ଭବିଷ୍ୟତର ସହଯୋଗୀ ସୁଯୋଗ ସମ୍ପର୍କରେ ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ନିଜର ଦୃଷ୍ଟିକୋଣ ପ୍ରକାଶ କରିଥିଲେ। ଏହି ସାକ୍ଷାତକାର ଶିଳ୍ପଗତ ଦୃଷ୍ଟିକୋଣର ଆଦାନପ୍ରଦାନ ଏବଂ ପାରସ୍ପରିକ ବାଣିଜ୍ୟିକ ସ୍ୱାର୍ଥ ରହିଥିବା କ୍ଷେତ୍ରଗୁଡ଼ିକର ଅନୁସନ୍ଧାନ ପାଇଁ ଏକ ସଫଳ ଓ ଗଠନମୂଳକ ସୁଯୋଗ ପ୍ରଦାନ କରିଥିଲା। ରିଲାଏନ୍ସ ପକ୍ଷରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ଆମ୍ବାସାଡରଙ୍କ ଏହି ସମ୍ମାନଜନକ ଗସ୍ତ ପାଇଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଛି।