ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି

Historic Free Trade Agreement between India and New Zealand

0

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ଅକ୍ଟୋବର ୨୦, ୨୦୨୬ (ବିଜୟା ଦଶମୀ) ଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ନ୍ୟୁଜିଲାଣ୍ଡର ବାଣିଜ୍ୟ ମନ୍ତ୍ରୀ ଟଡ୍ ମକ୍‌ଲେ ଏହି ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଚୁକ୍ତି ଅଧୀନରେ ଭାରତର ୧୦୦% ରପ୍ତାନି ସାମଗ୍ରୀ ନ୍ୟୁଜିଲାଣ୍ଡରେ ସମ୍ପୂର୍ଣ୍ଣ ଶୁଳ୍ପମୁକ୍ତ ପ୍ରବେଶ ଅଧିକାର ପାଇବ। ଏହା ଦ୍ୱାରା ବୟନ, ଚମଡ଼ା, ପୋଷାକ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ହସ୍ତଶିଳ୍ପ ଭଳି ଶ୍ରମ-ପ୍ରଧାନ କ୍ଷେତ୍ରଗୁଡ଼ିକ ବିଶେଷ ଭାବେ ଲାଭାନ୍ୱିତ ହେବେ। ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ଭାରତରେ ୨୦ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି, ଯାହା ଭାରତୀୟ MSME ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଦେଶର ଘରୋଇ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡାଏରୀ, ଚିନି ଏବଂ ପିଆଜ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଏହି ବାଣିଜ୍ୟ ଚୁକ୍ତିରୁ ବାହାରେ ରଖାଯାଇଛି। ଏହି ଚୁକ୍ତି ଦ୍ୱାରା ଭାରତୀୟ ଛାତ୍ର ଏବଂ କୁଶଳୀ ପେଷାଦାରମାନଙ୍କ ପାଇଁ ନୂତନ ଭିସା ଏବଂ କାର୍ଯ୍ୟ ସୁଯୋଗ ସୃଷ୍ଟି ହେବ। ଆଗାମୀ ୪ ରୁ ୫ ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଏହି ଚୁକ୍ତିର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.