ସ୍ବର୍ଡ ଓ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକଙ୍କ ମିଳିତ ଉଦ୍ୟମରେ ୩ ମାସିଆ ନର୍ସିଙ୍ଗ କର୍ମଶାଳାର ଶୁଭାରମ୍ଭ

SWARD and Rotary Club Bhubaneswar Unique Launch Three-Month Nursing Training Workshop

0

ସ୍ବର୍ଡ ଓ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକଙ୍କ ମିଳିତ ଉଦ୍ୟମରେ ୩ ମାସିଆ ନର୍ସିଙ୍ଗ କର୍ମଶାଳାର ଶୁଭାରମ୍ସାମାଜିକ ସେବା ଓ ଗ୍ରାମୀଣ ଉନ୍ନତିକୁ ମୂଳମନ୍ତ୍ର କରି କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସ୍ବର୍ଡ, ସରକାରଙ୍କ ଅନୁବନ୍ଧିତ ସଂସ୍ଥା ଏବଂ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକଙ୍କ ମିଳିତ ଆନୁକୂଳ୍ୟରେ ଏକ ତିନି ମାସିଆ ନର୍ସିଙ୍ଗ କର୍ମଶାଳା ସ୍ଥାନୀୟ କଳିଙ୍ଗ ହସ୍ପିଟାଲ ପରିସରରେ ଶୁଭାରମ୍ଭ ହୋଇଛି।ସ୍ବର୍ଡର ନିର୍ଦ୍ଦେଶକ ରୋଟାରିଆନ୍ ସୌଭାଗ୍ୟ ରଞ୍ଜନ ଭୂୟାଁଙ୍କ ପୌରାହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ୩୦ ଜଣ ପ୍ରଶିକ୍ଷୁ ସେବିକା ଅଂଶଗ୍ରହଣ କରିଛନ୍ତି। ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ୩,୫୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କ ସେବା ପାଇଁ ପ୍ରଶିକ୍ଷିତ ସେବିକା ପ୍ରସ୍ତୁତ କରାଯାଇଥିବା ସୂଚନା ଦିଆଯାଇଛି।ଏହି ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ପ୍ରାକ୍ତନ ସଭାପତି ଦିବ୍ୟ ରଞ୍ଜନ ଦାଶ, ଆର୍ଯ୍ୟ କୁମାରୀ ପାଣିଗ୍ରାହୀ, ଡଃ ଶୁଭେନ୍ଦୁ ଦାସ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ରୋଟାରିଆନ୍ ସୁଧୀର କୁମାର ବେହେରା ଓ ରିତା ବେହେରା ପ୍ରମୁଖ ଉପସ୍ଥିତ ରହି ନର୍ସିଙ୍ଗ ସେବାକୁ ମାନବ ସମାଜ ପାଇଁ ସର୍ବୋତ୍କୃଷ୍ଟ ସେବା ବୋଲି ମତବ୍ୟକ୍ତ କରିଥିଲେ।ସ୍ବର୍ଡର ସଭାପତି ସନ୍ତୋଷ ସ୍ୱାଇଁ, ପରିଚାଳକ ସୋନାଲି ବିଶି ଏବଂ ଟ୍ରେନର ନର୍ମଦା ମହାପାତ୍ର କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ଶେଷରେ ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକ ପକ୍ଷରୁ ସମସ୍ତ ପ୍ରଶିକ୍ଷୁ ସେବିକାଙ୍କୁ ପଠନ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.