ମୁମ୍ବାଇ: ଆରପାରିରେ ଭେଟେରାନ ରାଜନେତା ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ମହାରାଷ୍ଟ୍ରର ବାରମତିରେ ହୋଇଥିବା ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା। କିଛି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି ସକାଳୁ ବିମାନ ଯୋଗେ ମୁମ୍ବାଇରୁ ବାରମତି ଗ୍ରସ୍ତ କରିଥିଲେ ଏନସିପି ମୁଖ୍ୟ ଅଜିତ ପାୱାର। ବିମାନ ଅବତରଣ କରିବା ବେଳେ ପ୍ଲେନଟି କ୍ରାସ ହୋଇଯିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ଯୋଗୁଁ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପିଏସଓ, ପାଇଲଟ ଏବଂ ଦୁଇ ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଥିବା ସୂଚନା। ସକାଳ 8.45 ସମୟରେ ଏହି ଦୂର୍ଘଟଣା ଘଟିଛି। ଏହି ବାରମତି ଆସନରୁ ଦୀର୍ଘ ଦିନ ଧରି ବାରମ୍ବାର ନିର୍ବାଚିତ ହୋଇଆସୁଥିଲେ ସେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା।