ଭୁବନେଶ୍ବର : ଓଡିଶା ଉଷୁ ଆେସାସିଏସନ ସହଭାଗିତାରେ ଖୋର୍ଦ୍ଧା ଉଷୁ ଆସୋସିଏସନ ପକ୍ଷରୁ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ଉଷୁ ପ୍ରତିେଯାଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯାଗିତାରେ ରାଜ୍ୟର ୨୧ଟି ଜିଲାରୁ ୩୫୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଓ ୫୦ଜଣ କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି। ସାଣ୍ଡା ଓ ତାଉଲାର ୧୧୫ଟି ବର୍ଗରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବର୍ଗରେ ଖୋର୍ଦ୍ଧା ଦଳଗତ ଚମ୍ପିଆନ ହୋଇଥିଲା ବେଳେ ସୁନ୍ଦରଗଡ ରନର୍ସଅପ ଓ କେନ୍ଦୁଝର ଦ୍ବିତୀୟ ରନର୍ସ ଅପ ହୋଇଥିଲା। ସେହିପରି କନିଷ୍ଠ ବର୍ଗରେ ସୁନ୍ଦରଗଡ ଚମ୍ପିଆନ, ଖୋର୍ଦ୍ଧା ରନର୍ସଅପ ଓ ସମ୍ବଲପୁର ଦ୍ବିତୀୟ ରନର୍ସଅପ ହୋଇଥିଲା। ଉପକନିଷ୍ଠ ବର୍ଗରେ କେନ୍ଦୁଝର ଚମ୍ପିଆନ ହୋଇଥିଲା ବେଳେ ଖୋର୍ଦ୍ଧା ରନର୍ସଅପ ଓ ସୁନ୍ଦରଗଡ ଦ୍ବିତୀୟ ରନର୍ସଅପ ହୋଇଥିଲା। ଉଦଯାପନୀ ଉତ୍ସବରେ ରୋଟାରୀ ଜିଲା ଗଭର୍ଣ୍ଣର ୩୨୬୨ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କ୍ରୀଡା ଓ ଯୁବ ସେବା ବିଭାଗ ସ୍ବତନ୍ତ୍ର ଅଧିକାରୀ ଧୀରଜ ପଟ୍ଟନାୟକ, କ୍ଷଣପ୍ରଭା ଷଡଙ୍ଗୀ, ଆେୟାଜକ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ଉଷୁ ଆସୋସିଏସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ. ସୁଧାଂଶୁ ଶେଖର ହରିଚନ୍ଦନ, ସଭାପତି ଇଂ. ବିଷ୍ଣୁମୋହନ ମହାନ୍ତି, ଉପସଭାପତି ବିକାଶ ପଟ୍ଟନାୟକ, ମନୋଜ ଶୁକ୍ଳା, ଇନରହୁଇଲ ଜିଲା ସମ୍ପାଦିକା ପୂଷ୍ପା ହରିଚନ୍ଦନ, ସାଧାରଣ ସମ୍ପାଦକ ଯୁବରାଜ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। କୃତୀ ପ୍ରତିେଯାଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
Prev Post