ୱାସିଙ୍କ ସ୍ଥାନରେ କିଏ?

Who replaces Wasington sundar?

0

ନୂଆଦିଲ୍ଲୀ : କିଏ ନେବ ୱାସିଙ୍ଗଟନ ସୁନ୍ଦରଙ୍କ ସ୍ଥାନ। ଘରୋଇ ମାଟିରେ ଖେଳାଯିବାକୁ ଥିବା ଟି-20 ବିଶ୍ୱକପରୁ ବାଦ ପଡିପାରନ୍ତି ଏହି ଅଲରାଉଣ୍ଡର। ଆହତ ସମସ୍ୟାରୁ ତାଙ୍କର ବାଦ ପଡିବା ସମ୍ଭାବନା ଥିବା ବେଳେ ତାଙ୍କ ସ୍ଥାନରେ କିଏ ସାମିଲ ହେବ ତାହାକୁ ନେଇ ଚର୍ଚ୍ଚା। ବର୍ତମାନ ନ୍ୟୁଜଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ଥିବା ରବି ବିସ୍ନୋଇ ଦଳରେ ସାମିଲ ହେବାର ସମ୍ଭାବନା ରହିଥିବା ବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଛି ରିୟାନ ପରାଗଙ୍କ ନାମ। ଏକଦିବସୀୟ ସିରିଜରେ ଆହତ ଅକ୍ସର ପଟେଲଙ୍କ ସ୍ଥାନରେ ଆୟୁଷ ବଦୋନି ହୋଇଥିଲେ. ଆୟୁଷଙ୍କୁ ସୁଯୋଗ ମିଳିନଥିଲେ ମଧ୍ୟ ଡୋମେଷ୍ଟିକରେ ପ୍ରଦର୍ଶନ ଦୃଷ୍ଟିରୁ ତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ନିଆଯାଇପାରେ। ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ହୋଇନଥିଲେ ମଧ୍ୟ ଅନେକ ନାମକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଅନ୍ୟ ପଟେ ଘରୋଇ କଣ୍ଡିସନ ସ୍ପିନରଙ୍କୁ ସୁହାଉଥିବା ବେଳେ ଅଲରାଉଣ୍ଡର ପରିବର୍ତ୍ତେ ଏକ୍ସଟ୍ରା ସ୍ପିନର ମଧ୍ୟ ସାମିଲ କରିପାରେ ଦଳ।

 

Leave A Reply

Your email address will not be published.