ଏଫଆଇଏଚ ପ୍ରୋଲିଗ ହକି 2025-26 : ମାଗଣାରେ ମ୍ୟାଚ ଦେଖିବେ ଦର୍ଶକ

FIH pro league hockey 2025-26 : tickets are free for spectators

0

ରାଉରକେଲା : ଏଫଆଇଏଚ ପ୍ରୋଲିଗ ହକି 2025-26। ହକି ଇଣ୍ଡିଆ ଲିଗ ଭଳି ରାଉରକେଲାରେ ହେବାକୁ ଥିବା ଏଫଆଇଏଚ ହକି ପ୍ରୋଲିଗ ମଧ୍ୟ ଦେଖିବାକୁ ଦର୍ଶକଙ୍କ ପାଇଁ ମାଗଣା। ହକି ଇଣ୍ଡିଆ ପକ୍ଷରୁ ଏହି ମ୍ୟାଚ ଗୁଡିକ ଟିକେଟ ଫ୍ରି ବୋଲି ଘୋଷଣା କରାଯାଇଛି। ରାଉରକେଲାର ବିର୍ଷା ମୁଣ୍ଡା ହକି ଷ୍ଟାଡିଅମରେ ଏହା ଛଅ ଦିନ ଅର୍ଥାତ ଫେବୃଆରୀ 10 ରୁ 15 ତାରିଖ ଯାଏ ଖେଳାଯିବ। ଏଥିରେ ଭାରତ, ବେଲଜିୟମ ଏବଂ ଆର୍ଜେଣ୍ଟିନା ଆଦି ଦଳ ମଧ୍ୟରେ ହେବ ମୁକାବିଲା।ଷ୍ଟାଡିଅମରେ ମ୍ୟାଚ ଦେଖିବାକୁ ଚାଁହୁଥିବା ଦର୍ଶକ ଟିକେଟଜିନି ଆପ ମାଧ୍ୟମରେ ମାଗଣା ଟିକେଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ 33 ଜଣିଆ ଏକ ଦଳ ଘୋଷଣା କରି କ୍ୟାମ୍ପ ଆୟୋଜନ କରୁଛନ୍ତି ହକି ଇଣ୍ଡିଆ କତୃପକ୍ଷ। ଏହି 33 ଜଣଙ୍କ ମଧ୍ୟରେ ରହିଛନ୍ତି ପାଞ୍ଚ ଓଡ଼ିଆ। ଗୋଟେ ପଟେ ଅଧିକରୁ ଅଧିକ ଦର୍ଶକ କିପରି ଅଧିକ ସଂଖ୍ୟାରେ କିପରି ଦର୍ଶକ ପଡିଆରେ ମ୍ୟାଚ ଦେଖିବେ ସେ ନେଇ ଏଚଆଇଏଲ ଭଳି ଏହାକୁ ମଧ୍ୟ ଟିକେଟ ମୁକ୍ତ କରିଛି ହକି ଇଣ୍ଡିଆ। ଅନେକ ସିନିଅର ଖେଳାଳି ଏଥିରେ ବିଶ୍ରାମ ନେଇଥିବା ବେଳେ ଘରୋଇ ମାଟିରେ ପ୍ରୋଲିଗରେ ଭଲ ପ୍ରଦର୍ଶନ ପାଇଁ ଗୁରୁ ଦାୟିତ୍ୱ ନେଇଛନ୍ତି ୟଙ୍ଗ ଷ୍ଟାର।

Leave A Reply

Your email address will not be published.