ସୁପର ସନଡେରେ ସୁପର ଫାଇଟ : ଆମ୍ନା ସାମ୍ନା ହେବେ ଦୁଇ ଚିର ପ୍ରତିନ୍ଦ୍ବନ୍ଦୀ

ICC u-19 worldcup : India fight against Pakistan for semifinal spot

0

‍ନୂଆଦିଲ୍ଲୀ:  ଏସିଆ କପର ପରାଜୟ ପରେ ଏବେ ବିଶ୍ୱକପ ପାଳି। ବିଶ୍ୱକପରେ ନିଜ ପରାଜୟର ବଦଲା ନେବାକୁ ପ୍ରୟାସ କରିବ 19 ବର୍ଷରୁ କମ ଭାରତୀୟ ଟିମ। ଲିଗର ସମସ୍ତ ମ୍ୟାଚ ଜିତିଥିବା ଭାରତ ଏବେ ଖେଳୁଛି ସୁପର ସିକ୍ସ ମୁକାବିଲା। ସୁପର ସିକ୍ସ ପର୍ଯ୍ୟାୟରେ ମଧ୍ୟ ଗୋଟିଏ ମ୍ୟାଚ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ଆଗକୁ ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହ ମୁକାବିଲା। ସେମିଫାଇନାଲ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ ହୋଇଥିବାରୁ ଦେଖିବାକୁ ମିଳିପାରେ କଡା ଟକ୍କର। ପାକିସ୍ତାନ ପାଇଁ ଏହି ମ୍ୟାଚ ବଡ଼ ବ୍ୟବଧାନରେ ସହ ବିଜୟ ଆବଶ୍ୟକ ଥିବାରୁ ମ୍ୟାଚ ଜିତି ସେମିଫାଇନାଲରେ ପହଂଚିବାକୁ ପ୍ରୟାସ କରିବ ପାକିସ୍ତାନ ଦଳ। ଅନ୍ୟ ପଟେ ଭାରତ ପାଇଁ ପୂର୍ବ ପରାଜୟର ବଦଲା ନେବା ସମୟ। ଏହି ମ୍ୟାଚ ଜିତି ପାକିସ୍ତାନକୁ ଟୁର୍ନାମେଣ୍ଟରୁହ ଆଉଟ କରିବା ସହ 19 ବର୍ଷରୁ କମ ଏସିଆ କପ ପରାଜୟର ବଦଲା ନେବା ପକ୍ଷରେ ଆୟୁଷ ମାଥ୍ରେ ଆଣ୍ଡ କୋ। ବଡ଼ ବ୍ୟବଧାନରେ ଏସିଆ କପ ହାରିଥିବା ଭାରତ ସାମ୍ନାରେ ଏହା ଟପ ଚ୍ୟାଲେଞ୍ଜ। ଦଳକୁ ଭଲ ପ୍ରଦର୍ଶନ ସହ ବିଜୟ ଆବଶ୍ୟକ ଥିବାରୁ ଅଧିନାୟକ ଆୟୁଷ ମାତ୍ରେ, ଓପନର ବୈଭବ ସୂର୍ଯ୍ୟ ବଂଶୀ, ଅଲରାଉଣ୍ଡର ଭିଆନ ମଲହୋତ୍ରା ଆଦି ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିବ ନଜର। ଏହି ହାଇଭୋଲଟେଜ ମୁକାବିଲାରେ ଟସ ଗୁରୁତ୍ୱପୂର୍ଣ ହୋଇଥିବାରୁ ଟସ ଜିତିବା ଦଳ କରିପାରେ ବ୍ୟାଟିଙ୍ଗ ନିଷ୍ପତ୍ତି। ଭାରତୀୟ ଦଳ ପୂର୍ବ ପରାଜୟରୁ ବେଶ କିଛି ଶିଖିଛି ଏବଂ ଆଗକୁ ମଧ୍ୟ ଏଦିଗରେ ବେଶ ପ୍ରସ୍ତୁତି ସହ ପଡିଆକୁ ଓଲ୍ହାଇବ ବୋଲି ଆଶା।

Leave A Reply

Your email address will not be published.