ଆନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ କ୍ରୀଡାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

International players felicitated by sports minister of Odisha

0

ଭୁବନେଶ୍ୱର : ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ରାଜ୍ୟର ଚାରିଜଣ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଆଜି ସମ୍ମାନିତ କରାଯାଇଛି। ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ପକ୍ଷରୁ ନଗଦ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ପୁରସ୍କୃତ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୨୦୨୫ ଟୋକିଓ ଡେଫ୍‌ଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ଲୋମା ସ୍ୱାଇଁଙ୍କୁ ୫,୦୦,୦୦୦ ଟଙ୍କା ଏବଂ ତୃତୀୟ ଏସୀୟ ଯୁବ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିବା ସାର୍ଥକ ଆର୍ଯ୍ୟଙ୍କୁ ୨,୦୯,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଚେସ୍ କ୍ରୀଡ଼ାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୫ FIDE ବିଶ୍ୱ ମହିଳା ଟିମ୍ ଚେସ୍ ଚାମ୍ପିୟନଶିପ୍‌ରେ କାଂସ୍ୟ ପଦକ ଜିତିଥିବା ପଦ୍ମିନୀ ରାଉତଙ୍କୁ ୨,୦୦,୦୦୦ ଟଙ୍କା ଏବଂ କମନୱେଲଥ୍ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ବିଦୁସ୍ମିତା ଭୋଇଙ୍କୁ ୧,୩୩,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଭା.ପ୍ର.ସେ; କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଭା.ପ୍ର.ସେ; ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।

 

 

Leave A Reply

Your email address will not be published.