୪ର୍ଥ ଜାତୀୟ ନନଚାକୁରେ ଓଡ଼ିଶା ୪୮ ପଦକ ସହ ତୃତୀୟ ସ୍ଥାନ
Players from odisha clinched 48 medals from Nunchaku national game
ଭୁବନେଶ୍ୱର : ନନଚାକୁ ଆସୋସିଏସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଉତ୍ତର ପ୍ରଦେଶର କାନପୁର ଠାରେ ୪ର୍ଥ ଜାତୀୟ ନନଚାକୁ ପ୍ରତିଯୋଗିତା ଜାନୁଆରୀ ୩୦ ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଯାଇଛି। ଏହି ପ୍ରତିଯୋଗିତା ରେ ଓଡ଼ିଶା ରୁ ୧୮ ଜଣ ପ୍ରତିଯୋଗୀ ପ୍ରବନ୍ଧକ ସନ୍ତୋଷ କୁମାର ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅଂଶ ଗ୍ରହଣ କରି ୧୨ ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଓ ୨୪ଟି କାଂସ୍ୟ ପଦକ ପାଇଛନ୍ତି । ରେଫରି ପରୀକ୍ଷା ରେ ଦୀପକ କୁମାର ସାମନ୍ତରା ଓ ସପନ କୁମାର ମିଶ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ କୋଚ୍ ପରୀକ୍ଷା ରେ ସୁବାସ ଚନ୍ଦ୍ର ଦଳାଇ, କ୍ରିଷ୍ଣା ଶିକାରୀ, ଗୋପାଳ ଚନ୍ଦ୍ର କହଁର, ରଞ୍ଜନ କୁମାର ପୃଷ୍ଟି, ବାଇଲୋଚନ୍ ମଲ୍ଲିକ ଓ ଆୟୁଷ ପ୍ରସାଦ ରଥ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଏସୀୟ ନ ନ ଚା କୁ ପ୍ରତିଯୋଗିତା ରେ ପ୍ରଥମ ଥର ଓଡ଼ିଶାରୁ ଭାଗ ନେଇଥିବା ୫ ଜଣ ପ୍ରତିଯୋଗୀ ମୁକୁନ୍ଦ ବର୍ଦ୍ଧନ , କ୍ରିଷ୍ଣା ଶିକାରୀ, ସାନଭି ମିଶ୍ର , ଶୁଭମ୍ ଦଳାଇ ଓ ପ୍ରଜ୍ଞା ବର୍ଦ୍ଧନଙ୍କୁ ଟ୍ରାକ ସୁଟ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଓଡ଼ିଶା ନନଚାକୁ ସଂଘ ତରଫରୁ ଜାତୀୟ ନନଚାକୁ ସଂଘର ଚେୟାରମେନ, ଅଧକ୍ଷ,ସମ୍ପାଦକ, ଟେକ୍ନିକାଲ ଡାଇରେକ୍ଟର ଓ ସଂଯୋଜକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଜାତୀୟ ନନଚାକୁ ସଂଘର ସମ୍ପାଦକ ବାବୁଲ ବର୍ମା ପ୍ରତିଯୋଗୀ ମାନଙ୍କୁ ପଦକ ବିତରଣ କରିବା ସହ ଅଫିସିଆଲ୍ ମାନଙ୍କୁ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଣ୍ଣ ପଦକ ପାଇଥିବା ବିଜେତା ମାନେ ହେଲେ ମୁକୁନ୍ଦ ବର୍ଦ୍ଧନ (୨), କ୍ରିଷ୍ଣା ଶିକାରୀ (୨), ସାନଭି ମିଶ୍ର (୨), ପ୍ରଜ୍ଞା ବର୍ଦ୍ଧନ ଗୋପାଳ ଚନ୍ଦ୍ର କହଁର,ଶୁଭମ୍ ଦଳାଇ, କୁନାଲ ପଟ୍ଟନାୟକ, ଅଭ୍ୟର୍ଥନା ବରାଳ ଓ ଖିତିସ କୁମାର ଯାଦବ, ରୌପ୍ୟ ପଦକ ବିଜେତା ମାନେ ହେଲେ ଗୋପାଳ ଚନ୍ଦ୍ର କହଁର (୨), ମନୁଶ୍ରି ବରାଳ (୨), ପ୍ରଜ୍ଞା ବର୍ଦ୍ଧନ,ମୁକୁନ୍ଦ ବର୍ଦ୍ଧନ, ଆୟୁଷ ପ୍ରସାଦ ରଥ,ଶୁଭମ୍ ଦଳାଇ, କୁନାଲ ପଟ୍ଟନାୟକ, ଅଭର୍ଥାନ ବରାଳ, ଖିତିସ୍ କୁମାର ଯାଦବ ଓ ହରିହର ମହାପାତ୍ର, କାଂସ୍ୟ ପଦକ ବିଜେତା ମାନେ ହେଲେ ବାଇଲୋଚନ ମଲ୍ଲିକ(୩), ରଞ୍ଜନ କୁମାର ପୃଷ୍ଟି (୩), ଓମ୍ ସାଇ ପ୍ରସାଦ (୩), ଆରାଧନା ନାୟକ (୩), ପ୍ରିୟଂଶୁ ଶେଖର (୨), ପ୍ରଜ୍ଞା ବର୍ଦ୍ଧନ, କ୍ରିଷ୍ଣା ଶିକାରୀ, ଆୟୁଷ୍ମାନ ପୃଷ୍ଟି, ଆୟୁଷ ପ୍ରସାଦ ରଥ, ସାନଭି ମିଶ୍ର, ଶୁଭମ୍ ଦଳାଇ, ମନୁଶ୍ରୀ ବରାଳ, କୁନାଲ ପଟ୍ଟନାୟକ, ଅଭ୍ୟର୍ଥନା ବରାଳ ଓ ହରିହର ମହାପାତ୍ର। ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ କରାଟେ ସଂଘ ସମ୍ପାଦକ ଡ. ଗୌରୀ ମହାନ୍ତି, କରାଟେ ସ୍କୁଲର ବରିଷ୍ଠ ପ୍ରଶିକ୍ଷକ ମାନେ ଓ ଅଭିଭାବକ ମାନେ ଶୁଭେଛା ଜଣାଇଛନ୍ତି ।