ୟୁନିଲାଇଟ୍‌ କପ୍‌ ଭୁବନେଶ୍ବର ଅନ୍ତଃସ୍କୁଲ୍‌ କ୍ରିକେଟ୍‌: ବିଜେଇଏମ୍‌ ପୁଣି ବିଜେତା

Unilight cup cricket tournament BJEM school wins title

0

ଭୁବନେଶ୍ବର : ଭେଟେରାନ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଭିସିଏଓ) ପକ୍ଷରୁ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଦ୍ବାବିଂଶତମ ଭୁବନେଶ୍ବର ଅନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେଇଏମ୍‌ ସପ୍ତମ ଥର ପାଇଁ ବିଜେତା ହୋଇଛି। ଖେଳାଯାଇଥିବା ଫାଇନାଲରେ ବିଜେଇଏମ୍‌ ୧୦୧ ରନ୍‌ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌କୁ ପରାସ୍ତ କରିଛି। ପ୍ରାନ୍ତିକ ନାୟକ (୭୮) ଓ ସମରଜିତ୍ ସାହୁ (୬୩)ଙ୍କ ଅର୍ଦ୍ଧଶତକ ବଳରେ ବିଜେଇଏମ୍‌ ୨୦୨ ରନ୍‌ କରିଥିଲା। ଜବାବରେ ଡିଏଭି ସ୍କୁଲ୍‌ ଠିକ୍‌ ଅଧା ସ୍କୋର୍‌ ୧୦୧ ରନ୍‌ କରିଥିଲା। ସାହାବାଜ ଆଲାମ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ପ୍ରାନ୍ତିକ ନାୟକ ଶ୍ରେଷ୍ଠ ବ୍ୟାଟର୍‌, ସାଇ ନାରାୟଣ ଶ୍ରେଷ୍ଠ ବୋଲର, ପ୍ରତୀକ୍ଷିତ ପ୍ରଧାନ ଶ୍ରେଷ୍ଠ ୱିକେଟରକ୍ଷକ, ରୁଦ୍ର ପ୍ରସାଦ ସ୍ବାଇଁ ଶ୍ରେଷ୍ଠ ଫିଲ୍ଡର, ଚନ୍ଦନ କାମାଥ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ହାଇକେଟ୍‌ ଗ୍ରୁପ୍‌ ନିର୍ଦ୍ଦେଶକ ଡକ୍ଟର ରାକେଶ ପାଣିଗ୍ରାହୀ, ୟୁନିଲାଇଟ୍‌ର ବରିଷ୍ଠ ଅଧିକାରୀ ଦେବାଶିଷ ପଣ୍ଡା, ଅନନ୍ତ ଅଟୋମୋବାଇଲ୍ସ ଏମ୍‌ଡି ରାଜ ଶେଖର ସୁବୁଦ୍ଧି, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭିସିଏଓ ସଭାପତି ଅଶୋକାନନ୍ଦ ଜେନା, ସମ୍ପାଦକ ବିଶ୍ବରଂଜନ ନାୟକ, କୋଷାଧ୍ୟକ୍ଷ ଅନଙ୍ଗ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Leave A Reply

Your email address will not be published.