ମୋକିମଙ୍କ ଦଳରେ ଯୋଗଦେବେ ସବୁ ଦଳର ନେତା

Some other party leaders connected with my party

0

ଭୁବନେଶ୍ୱର: ଖୁବ ଶୀଘ୍ର ଆସିବାକୁ ଯାଉଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନୂଆ ଦଳ। ପୂର୍ବରୁ ଦଳର ନାମ ସେ ଘୋଷଣା କରିଥିବା ବେଳେ ଗଠନ ପୂର୍ବରୁ ଦେଇଛନ୍ତି ବଡ଼ ବୟାନ। ତାଙ୍କ ଯୋଗାଯୋଗରେ ବିଜେଡି କଂଗ୍ରେସ ଓ ବିଜେପିର କିଛି ନେତା ରହିଥିବା ନିଜେ କହିଛନ୍ତି ମୋକିମ। ଠିକ ସମୟରେ ସେମାନେ ଦଳରେ ସାମିଲ ହେବା ସହ ଆଗକୁ ହେବାକୁ ଥିବା ନିର୍ବାଚନରେ ଦଳ ପାର୍ଥୀ ଦେବ ବୋଲି କହିଛନ୍ତି। ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଚାଷୀ ସମାବେଶ ଡାକିବେ ମୋକିମ ଏବଂ ନୂଆ ଦଳରେ କିପରି ଅଧିକରୁ ଅଧିକ ଚାଷୀ ସାମିଲ ହେବେ ସେ ନେଇ ପ୍ରସ୍ତୁତ ହେବ ରୋଡ଼ ମ୍ୟାପ। ସେପଟେ ଦଳର ନା ନେଇ ନିର୍ବାଚନ କମିଶନ କୁ ସମସ୍ତ ତଥ୍ୟ ପଠା ଯାଇଥିବା ବେଳେ ସେଠାରୁ ଅନୁମୋଦନ ପରେ ମାର୍ଚ୍ଚ ଶେଷ ସପ୍ତାହ ରେ ପୂର୍ଣାଙ୍ଗ ଦଳ ଗଠନ ହେବ ବୋଲି କହିଛନ୍ତି ମୋକିମ।

Leave A Reply

Your email address will not be published.