ପଡିଆକୁ ଓଲ୍ହାଇବେ ମାଷ୍ଟର୍ସ: ଆରମ୍ଭ ହେବ ବିହାରୀଲାଲ ଟୁର୍ନାମେଣ୍ଟ
Senior players will play cricket in Biharilal cricket tournament
ଭୁବନେଶ୍ୱର : ଚଳିତ ବର୍ଷ ଫେବୃଆରୀ 19 ରୁ 22 ତାରିଖ ଯାଏ ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ବିହାରୀଲାଲ ଷ୍ଟାଡିଅମରେ ଅନୁଷ୍ଠିତ ହେବ 27 ତମ ବିହାରୀଲାଲ ଜେନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ. ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ 16 ଟି ଦଳ ଅଂଶଗ୍ରହଣ କରୁଛନ୍ତି. ଏହା 10 ଓଭର ଫର୍ମାଟରେ ଲେଦର ବଲରେ ଖେଳାଯିବ. ସିନିଅର ଏବଂ ସୁପର ସିନିଅର ଦଳ ଏଥିରେ ଖେଳୁଥିବାର ନଜର ଆସିବେ. ରାଜ୍ୟର ଅନେକ ଜଣାଶୁଣା କ୍ରିକେଟର ବିଭିନ୍ନ କ୍ଲବ ପକ୍ଷରୁ ଏହି ଟୁର୍ନାମେଣ୍ଟ ଖେଳୁଥିବା ବେଳେ ସୁପର ସିନିଅର ଟିମରେ ଦେଖିବାକୁ ଏକାଧିକ ପୂର୍ବତନ ରଣଜୀ କ୍ରିକେଟରଙ୍କୁ. ଏହି ଟୁର୍ନାମେଣ୍ଟରେ ପ୍ରବେଶ ପାଇଁ କୌଣସି ଏଣ୍ଟ୍ରି ଫି ରଖା ଯାଇନାହିଁ. ବିଜେତା ଦଳକୁ 50000 ଅର୍ଥରାଶି ଏବଂ ଟ୍ରଫି ଏବଂ ଉପବିଜେତା ଦଳକୁ 30000 ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ. ଏହା ବ୍ୟତୀତ ପ୍ରତ୍ୟକ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାଚ ଅଫ ଦି ସିରିଜ ପୁରସ୍କାର ରାଶି ରହିଛି. ଫାଇନାଲ ମ୍ୟାଚଟି 10 ଓଭର ପରିବର୍ତ୍ତେ 101 ବଲ ଖେଳାଯିବ. ସେଥିରୁ ଛଅଟି ବଲ ଫ୍ରିହିଟ ରହିବ. ଆଜି ଭୁବନେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ବିହାରୀଲାଲ ସ୍ପୋର୍ଟ୍ସ ଟ୍ରଷ୍ଟ ଟିମର ଜର୍ସି ଉନ୍ମୋଚନ ହୋଇଯାଇଛି. ଏଥିରେ ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ସୌର୍ଯ୍ୟ ରଞ୍ଜନ ପରିଜା, ବିହାରୀଲାଲ ସ୍ପୋର୍ଟ୍ସ ଟ୍ରଷ୍ଟର ସଭାପତି ଅକ୍ଷୟ କୁମାର ଜେନା, ଭୁବନେଶ୍ୱର 62 ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ହୃଦୟ ବଲ୍ଳଭ ସାମନ୍ତରାୟ, ବିହାରୀ ଲାଲ ସ୍ପୋର୍ଟ୍ସ ଟ୍ରଷ୍ଟର ସଦସ୍ୟ ମନୋଜ ପାତ୍ର, ତାପସ ଦଳେଇ, ତୋଫାନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ.