ଓଡିଆର ସଂକୃତି ପରମ୍ପରା ଏକ ସ୍ଵତନ୍ତ୍ର ପରିଚୟ ,ସାରା ବିଶ୍ଵରେ ଅଛି । ଓଡ଼ିଶାରେ ଝିଅ ମାନେ ବିବାହ ର ବିଦାୟ ବେଳେ ,ବାପା ,ମା ବନ୍ଧୁ ବାନ୍ଧବ କୁ ଧରି କାନ୍ଦି ଉଠନ୍ତି । ଏ ପରମ୍ପରା ଧୀରେ ଧୀରେ ନବେ ଦର୍ଶକଠୁ ଏକ ପ୍ରକାର ଲୋପ ପାଇ ବସିଲାଣି । ଏବେ ପ୍ରାୟତଃ ଆଉ ଦେଖିବାକୁ ମିଳେ ନାହିଁ । ଏପରି ଏକ କହାଣୀ କୁ ନେଇ କାନ୍ଦ “ମାଷ୍ଟ୍ରେ” ଚଳଚିତ୍ର ଚିତ୍ରଣ କରାଯାଇଛି । ଓଡ଼ିଶାର ଆଗ ଧାଡ଼ିର ନାଟ୍ୟକାର ,ସାହିତିକ ଜାକିର ଖାନ ଙ୍କ ସଫଳ ନାଟକ କୁ ନେଇ ଚଳଚିତ୍ର କରା ଯାଇଅଛି । ଏହାର ପ୍ରଯୋଜନା ବିଶ୍ଵଜିତ ଇତିଶ୍ରୀ ସିନେମା (ବି ଆଇ ସି ) କରିଥିବା ବେଳେ ପ୍ରଯୋଜକ ବିଶ୍ବଜିତ ପଣ୍ଡା କରିଛନ୍ତି , କହାଣୀ ଓ ସଂଳାପ ଜାକିର ଖାନ କରିଥିବାବେଳେ ଚିତ୍ରନାଟ୍ୟ ରେ ଜାକିର ଖାନ ଓ ବିଶ୍ବଜିତ ପଣ୍ଡା ଅଛନ୍ତି । ନିର୍ଦ୍ଦେଶନା ଭାର ବିଶ୍ଵଜତ ପଣ୍ଡା ତୁଲାଇଛନ୍ତି ମୁଖ୍ୟ କଳାକାର ମଧ୍ୟରେ ଲିପ୍ସା ମିଶ୍ର ,ବିଭୁ ପ୍ରସାଦ , ପୃଥିବୀ ରାଜ ନାୟକ ,ଧରିତ୍ରୀ ଖଣ୍ଡୁଆଳ ,ଶ୍ଵେତାଶ୍ରୀ ପାଢି ଅଛନ୍ତି ,ଚିତ୍ରଉତଲନ ସ୍ଵର୍ଣ ପ୍ରସାଦ କରିଥିବାବେଳେ, ସମ୍ପାଦନା କରିଛନ୍ତି କୃତାର୍ଥ ଚିତରଞ୍ଜନ ନାଟେକର ଓ ମନଟୁ ,ସାଊଣ୍ଡୁ ରେ ଅଜେଶ ମିଶ୍ର ,ସଙ୍ଗୀତ ରେ ବିକାଶ ଦାସ ଓ ଶାନ୍ତନୁ ନାୟକ ଥିବା ବେଳେ ଗୀତ ବାପୁ ଗୋସ୍ୱାମୀ ଏବଂ ସନ୍ତୋଷ ନାୟକ ଲେଖିଛନ୍ତି କ୍ରିଏଟିଭ ପ୍ରଡୁସର ଇତିଶ୍ରୀ ପାଣିଗ୍ରାହୀ ଅଛନ୍ତି । ଚଳଚିତ୍ର ଟି ଫେବୁଆରି ମାସରେ ପ୍ରେକ୍ଷାଲୟକୁ ଆସିବ ।
Prev Post