ଚଣ୍ଡିଗଡରେ ଚମକିଲେ ଅନ୍ୱେଷ

Anwesh wins medal in Chandigarh

0

ଭୁବନେଶ୍ୱର : ବିଶ୍ଵବିଦ୍ୟାଳୟ କ୍ରୀଡାରେ ଓଡ଼ିଆ ପୁଅର କମାଲ. ଡିଏଭି ୟୁନିଭରସିଟି ତରଫରୁ ପଞ୍ଜାବର ଜଲନ୍ଧରରେ ଖେଳାଯାଉଥିବା ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଟାଇକୋଣ୍ଡୋ ଚମ୍ପିୟାନସିପ  2025-26 ରେ ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅନ୍ବେଷ ହୋତା. ଟୁର୍ନାମେଣ୍ଟର ପୁମସେ ବ୍ୟକ୍ତିଗତ ବର୍ଗରେ ପ୍ରତିନିଧିତ୍ବ କରିବା ସହ ମେଡାଲ ହାତେଇଛନ୍ତି ଅନ୍ବେଷ. ରାଜ୍ୟରୁ ଏହି ପ୍ରତିଯୋଗିତାରେ 12 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଏକମାତ୍ର ଖେଳାଳି ଭାବେ ମେଡାଲ ଜିତିଛନ୍ତି ସେ. ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ କିଟ, ବିର୍ଲା ଗ୍ଲୋବାଲ, ବିଜୁ ପଟନାୟକ ବିଶ୍ଵବିଦ୍ୟାଳୟ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ. ସାରା ଦେଶରୁ 170 ଟି ବିଶ୍ଵବିଦ୍ୟାଳୟରୁ ପାଖାପାଖି 1800 କ୍ରୀଡ଼ାବିତ ଏଥିରେ କରିଥିଲେ ଅଂଶଗ୍ରହଣ. ଅନ୍ତର୍ଜାତୀୟ କ୍ରୀଡ଼ାବିତ ତଥା ଟାଇକୋଣ୍ଡୋ କୋଚ ଏହେସାସ ହୋତାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ କରି ସିଲଭର ମେଡାଲ ହାସଲ କରିଥିବା ଅନ୍ୱେଷ ଆଗକୁ ପରିଶ୍ରମ କରି ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡାଲ ବିଜୟ ପାଇଁ ଲକ୍ଷ୍ୟ ରଖିଛନ୍ତି. ଅନ୍ୱେଷଙ୍କ ସଫଳତା ପରେ କୋଚ ଏହେସାସଙ୍କ ସହ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଭିସି ପ୍ରଫେସର ବିଦୁ ଭୂଷଣ ମିଶ୍ର, ସ୍ପୋର୍ଟ୍ସ ସେକ୍ରେଟାରୀ ଡକ୍ଟର ଡିକେ ମହାଳିକ, ସ୍ପୋର୍ଟ୍ସ ଅଫିସର ଅବିନାଶ କର, ଟିମ ମ୍ୟାନେଜର ରାମ କୁମାର ସାହୁ, ପ୍ରଫେସର ପ୍ରଦୀପ କୁମାର ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି.

Leave A Reply

Your email address will not be published.