ଓଡ଼ିଶାର ସବୁଠାରୁ ବଡ ଆଉ ଗ୍ରାଣ୍ଡ ରିଆଲିଟି ଶୋ: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ‘ରଜ କୁଇନ୍ ୨୦୨୬’ ସିଜନ୍-୧୪
Odisha's biggest and grand reality show: 'Raj Queen 2026' Season-14 is about to start on Zee Sarthak
ଓଡ଼ିଶାର ସବୁଠାରୁ ବଡ ଆଉ ଗ୍ରାଣ୍ଡ ରିଆଲିଟି ଶୋ: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ‘ରଜ କୁଇନ୍ ୨୦୨୬’ ସିଜନ୍-୧୪
ଓଡ଼ିଶାର ପ୍ରତିଟି ଘରର ପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ-ସାର୍ଥକ’ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଆଧାର କରି ନୂଆ ନୂଆ କାହାଣୀ ଓ ରିଆଲିଟି ଶୋ’ ଭେଟି ଦେଇଆସିଛି। ଓଡ଼ିଆ ଜାତିର ଅସ୍ମିତା, କଳା, ସଂସ୍କୃତି ଏବଂ ପରମ୍ପରାକୁ ଛୋଟ ପରଦାରେ ଅତି ନିଖୁଣ ଭାବେ ପ୍ରଦର୍ଶନ କରିବାରେ ଏହି ଚ୍ୟାନେଲ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି କ୍ରମରେ ଦର୍ଶକଙ୍କ ବହୁ ପ୍ରତିକ୍ଷିତ ଏବଂ ଲୋକପ୍ରିୟ ରିଆଲିଟି ଶୋ’ ‘ରଜ କୁଇନ୍’ ଏହାର ଚତୁର୍ଦ୍ଦଶ (୧୪ଶ) ସଂସ୍କରଣ ସହିତ ପୁଣି ଥରେ ପରଦାକୁ ଫେରୁଛି। ବିଗତ ୧୩ ବର୍ଷ ଧରି ଏହି ରିଆଲିଟି ଶୋ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆଗକୁ ବଢିବା ସହ ଓଡ଼ିଶାର ନମ୍ବର ୧ ମନୋରଞ୍ଜନଭିତ୍ତିକ ରିଆଲିଟି ପୋଗ୍ରାମ ଭାବେ ଆଦୃତ ହୋଇପାରିଛି । ଆସନ୍ତା ଏପ୍ରିଲ ୪ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ମିନିଟ୍ରେ ଏହି ଶୋ’ ଆରମ୍ଭ ହେବ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଦେବ।
ଗତ ୧୩ ବର୍ଷ ଧରି ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରତିଭାମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇ ଦେଇଆସିଛି ‘ରଜ କୁଇନ୍’। ଚଳିତ ବର୍ଷ ମଧ୍ୟ ସାରା ଓଡ଼ିଶାରୁ ଅନେକ ଆଶାୟୀ ପ୍ରତିଯୋଗୀଙ୍କୁ ନେଇ ଅଡିସନ୍ ପ୍ରକ୍ରିୟା ବଡ଼ ଧୁମଧାମରେ ସମାପ୍ତ ହୋଇଛି। ଏଥର “ରଜ କୁଇନ୍ ୨୦୨୬” ଶୋ ମାଧ୍ୟମରେ ଏକ ପ୍ରେରଣାଦାୟୀ ବାର୍ତା ମାଧ୍ୟମରେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଚୁ ଯେ ପ୍ରତିଟି ସଫଳ ଝିଅ ପଛରେ… ଥାଏ ତା’ ପରିବାରର ଅକୁହା ତ୍ୟାଗ । ସେ ଦେଖିଥବା ସ୍ୱପ୍ନକୁ ଡେଣା ଦେବା ପାଇଁ ତାର ପିତା ମାତା ସର୍ବଦା ସାଥି ହୋଇ ଛାଇ ପରି ରହିଥାନ୍ତି । ଏବେ ସମୟ ଆସିଛି “ଯିଏ ତୁମକୁ ଦେଇଛନ୍ତି ଉଡିବାର ଡେଣା, ଏବେ ପାଳି ତାଙ୍କୁ ଏକ ନୂଆ ଉଡ଼ାଣ ଦେବାର” ରଜ କୁଇନ୍ ସୋ ମାଧ୍ୟମରେ ।
ଯେଉଁ ଝିଅମାନେ ନିଜର ପ୍ରତିଭା ଓ ପାରଦର୍ଶିତା ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ନିଜର ସ୍ୱପ୍ନ ସାକାର କରିବା ସହ ନିଜ ପିତାମାତାଙ୍କ ସ୍ବପ୍ନ ପୁରଣ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଅତୀତରେ ଏହି ଶୋ’ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଅନେକ ନାମୀଦାମୀ ଅଭିନେତ୍ରୀ ଉପହାର ଦେଇସାରିଛି।
ଚଳିତ ସିଜନ୍ର ମୁଖ୍ୟ ଆକର୍ଷଣ ସାଜିବେ ଏହାର ବିଚାରକ ଓ ମେଣ୍ଟର ମଣ୍ଡଳୀ। ଓଲିଉଡର ନମ୍ବର ୧ ଅତିପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଅଭିନେତା ପୁପିନ୍ଦର ସିଂ ବିଚାରକ ଆସନ ଅଳଙ୍କୃତ କରି ପ୍ରତିଭାମାନଙ୍କୁ ପରଖିବେ। ଏହା ସହିତ ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକର ପ୍ରତିଷ୍ଠିତ ଯୋଡିମାନେ ମେଣ୍ଟର ଭାବେ ଯୋଗ ଦେଉଛନ୍ତି। ସେମାନେ ହେଲେ:‘ତୁ ଖରା ମୁଁ ଛାଇ’ର ଅଭି ଓ ମାନି, ‘ସାଥି ସାତ ଜନ୍ମର’ର ଦେବ୍ ଓ ଅର୍ଚ୍ଚନା, ‘ସୁନା ଝିଅ’ର ସମ୍ଭବ ଓ ବଂଶୁ ଏବଂ ‘ମୁଁ ନୁହେଁ ମୁଁ ତୁମ ବିନା’ର ସାଇ ଓ ଶ୍ରଦ୍ଧା ।
ଶୋ’ର ସଫଳ ସଞ୍ଚାଳନ ଦାୟିତ୍ୱରେ ରହିବେ ଜଣାଶୁଣା ଆଙ୍କର ସୁଜିତ ଏବଂ ଚାନ୍ଦିନୀ। ଉଭୟଙ୍କ ଚମତ୍କାର ଉପସ୍ଥାପନା ଶୋ’କୁ ଏକ ଭିନ୍ନ ମୋଡ଼ ଦେବ ସହ କମେଡିର ତଡକା ଲଗେଇବେ ଭକ୍ତି । ଚଳିତ ବର୍ଷ ନୂଆ ରୂପରେ ଓ ନୂଆ ନୂଆ ପ୍ରତିଯୋଗିତା ଦର୍ଶକଙ୍କୁ ଦେବ ନୂଆ ଅନୁଭୂତି ।
ଓଡ଼ିଆ ସଂସ୍କୃତିର ମହକ ଏବଂ ଆଧୁନିକ କଳାର ସମନ୍ୱୟରେ ଗଢ଼ା ଏହି ଶୋ’ ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହେବ, ଏଥିରେ ସନ୍ଦେହ ନାହିଁ। ତେବେ ଏହି ସିଜନ୍ରେ କିଏ ହେଉଛନ୍ତି ଓଡ଼ିଶାର ନୂଆ ‘ରଜ କୁଇନ୍ ୨୦୨୬, ଦେଖିବାକୁ ବାକି ରହିଲା ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି ।