ଜୀ ସାର୍ଥକରେ ‘ରଜ କୁଇନ୍’ର ଗ୍ରାଣ୍ଡ୍ ଫିନାଲେ ଆସନ୍ତା ଜୁନ୍ ୨୭, ୨୮ ଏବଂ ଜୁଲାଇ ୪ ଓ ୫ ତାରିଖ : ମଞ୍ଚ ଦୁଲୁକାଇବେ ଅନୁଭବ ମହାନ୍ତି
Zee Sarthak's 'Raj Queen' grand finale to be held on June 27, 28 and July 4 and 5: Anubhav Mohanty will grace the stage
ଜୀ ସାର୍ଥକରେ ‘ରଜ କୁଇନ୍’ର ଗ୍ରାଣ୍ଡ୍ ଫିନାଲେ ଆସନ୍ତା ଜୁନ୍ ୨୭, ୨୮ ଏବଂ ଜୁଲାଇ ୪ ଓ ୫ ତାରିଖ : ମଞ୍ଚ ଦୁଲୁକାଇବେ ଅନୁଭବ ମହାନ୍ତି
ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ର ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ‘ରଜ କୁଇନ୍’ ଏବେ ତାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିଜର ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଶ୍ରେଷ୍ଠ ୧୨ ଜଣ ପ୍ରତିଯୋଗୀ ଏହି ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ୍ ଫିନାଲେରେ ପ୍ରବେଶ କରିଛନ୍ତି।
ଏହି ମହାମୁକାବିଲା ଆସନ୍ତା ଜୁନ୍ ୨୭, ୨୮ ଏବଂ ଜୁଲାଇ ୪ ଓ ୫ ତାରିଖରେ ରାତି ୯:୩୦ ରେ ଜୀ ସାର୍ଥକରେ ପ୍ରସାରିତ ହେବ। ଫିନାଲେର ପ୍ରଥମ ସପ୍ତାହ (ଜୁନ୍ ୨୭ ଓ ୨୮) ବେଶ୍ ଧମାକାଦାର ହେବ, ଯାହାର ନାମ ରଖାଯାଇଛି ‘ବାଳୁଙ୍ଗା ୱିକେଣ୍ଡ୍’। ଏହି ସ୍ୱତନ୍ତ୍ର ସପ୍ତାହରେ ମୁଖ୍ୟ ଆକର୍ଷଣ ସାଜିବେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ଏବଂ ତାଙ୍କ ଚଳଚ୍ଚିତ୍ର ‘ଛକିଶୂନ’ର ସମ୍ପୂର୍ଣ୍ଣ ଟିମ୍। ଦର୍ଶକଙ୍କ ମନୋରଞ୍ଜନ ପାଇଁ ‘ଛକିଶୂନ’ ଟିମ୍ ପକ୍ଷରୁ ଏକ ଦମଦାର୍ ସ୍ପେଶାଲ୍ ପର୍ଫର୍ମାନ୍ସ ଦେଖିବାକୁ ମିଳିବ।
ଏହି ରଙ୍ଗାରଙ୍ଗ ଉତ୍ସବରେ ସେଲିବ୍ରିଟି ଗେଷ୍ଟ ଭାବେ ନାମୀଦାମୀ ଅଭିନେତ୍ରୀ ଶୀତଲ, ଦିବ୍ୟା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ ଯୋଗ ଦେଇ ନିଜ ଦମଦାର ପ୍ରଦର୍ଶନ ସହ ପ୍ରତିଯୋଗୀଙ୍କ ଉତ୍ସାହ ବଢ଼ାଇବେ। କାର୍ଯ୍ୟକ୍ରମରେ ଗ୍ଲାମର୍ ଓ ହସର ମାହୋଲ ସୃଷ୍ଟି କରିବା ପାଇଁ ଅଭିନେତ୍ରୀ ଶିବାନୀ, ଦୀପ୍ତିରେଖା ପାଢ଼ୀ, ଶୁଭାଶିଷ (ମଣ୍ଟୁ) ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା କ୍ରିଷ୍ଣା ମଧ୍ୟ ମଞ୍ଚରେ ନିଜ କଳାର ପ୍ରଦର୍ଶନ କରିବେ ।
ନିଜ ପସନ୍ଦର ପ୍ରତିଯୋଗୀଙ୍କୁ ବିଜେତା ହେବାର ଦେଖିବା ଏବଂ ନାଚ, ଗୀତ, ହସ ଓ ମନୋରଞ୍ଜନର ଏହି ମହାକୁମ୍ଭର ମଜା ନେବା ପାଇଁ ନିର୍ଦ୍ଧାରିତ ତାରିଖଗୁଡ଼ିକରେ କେବଳ ଜୀ ସାର୍ଥକ ପରଦା ସହ ଯୋଡି ହୋଇ ରୁହନ୍ତୁ ଓ ଆପଣଙ୍କ ପ୍ରିୟ ‘ରଜ କୁଇନ୍’ ଫିନାଲେ ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ!
ଏହି ଗ୍ରାଣ୍ଡ୍ ଫିନାଲେ ପର୍ଯ୍ୟନ୍ତ ପ୍ରତିଯୋଗୀମାନଙ୍କୁ ପହଞ୍ଚାଇବା ଏବଂ ସେମାନଙ୍କୁ ମଞ୍ଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାରେ ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକର କଳାକାରମାନେ ମେଣ୍ଟର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ‘ତୁ ଖରା ମୁଁ ଛାଇ’ର ଅଭି ଓ ମାନି, ‘ସାଥି ସାତ ଜନ୍ମର’ର ଦେବ୍ ଓ ଅର୍ଚ୍ଚନା, ‘ସୁନା ଝିଅ’ର ସମ୍ଭବ ଓ ବଂଶୁ ଏବଂ ‘ମୁଁ ନୁହେଁ ମୁଁ ତୁମ ବିନା’ର ସାଇ ଓ ଶ୍ରଦ୍ଧାଙ୍କ ଭଳି ପ୍ରତିଷ୍ଠିତ ଯୋଡିମାନେ ପ୍ରତିଯୋଗୀମାନଙ୍କୁ ବିଶେଷ ନିଜର ଅଭିଜ୍ଞତା ଏବଂ ଦିଗଦର୍ଶନ ମାଧ୍ୟମରେ ଆଗକୁ ନେଇଛନ୍ତି।
ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ୍ ରାଓ ଦର୍ଶକମାନଙ୍କୁ ଉତ୍ସାହିତ କରି କହିଛନ୍ତି, “ରଜ କୁଇନ୍ର ଏହି ଗ୍ରାଣ୍ଡ୍ ଫିନାଲେ ଦର୍ଶକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନର ପ୍ୟାକେଜ୍ ହେବାକୁ ଯାଉଛି। ଏଥିରେ ନାଚ, ଗୀତ, କମେଡି ଏବଂ ପ୍ରିୟ ସେଲିବ୍ରିଟିଙ୍କ ଉପସ୍ଥିତି ସହିତ ଅନେକ ସର୍ପ୍ରାଇଜ୍ ଭରି ରହିଛି। ମୁଁ ଆମର ସମସ୍ତ ଦର୍ଶକଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ସପରିବାର ଏହି ଶୋ’ ଦେଖନ୍ତୁ ଏବଂ ଆମର ଏହି ମନୋରଞ୍ଜନଧର୍ମୀ ପ୍ରୟାସର ଭରପୂର ମଜା ନିଅନ୍ତୁ। ଆପଣଙ୍କ ପ୍ରିୟ ‘ରଜ କୁଇନ୍’ ଫିନାଲେ ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ!”