ସଫଳତା କେବଳ ଭାଗ୍ୟର ଖେଳ ନୁହେଁ, ବରଂ ଏହା ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଏବଂ ସମାଜରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ନିରନ୍ତର ପ୍ରୟାସ । ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କର ଦେଖାଇଛନ୍ତି ଓଡ଼ିଶାର ଜଣେ ପ୍ରତିଭାସମ୍ପନ୍ନ ଚିକିତ୍ସକ, ବୈଜ୍ଞାନିକ, ଗବେଷକ ତଥା ସଫଳ ମହିଳା ଉଦ୍ୟୋଗୀ ଡାକ୍ତର ଲୀତା ମହାପାତ୍ର । ଆଜିର ସମୟରେ ଯେତେବେଳେ ଯୁବପିଢ଼ି ବିଦେଶରେ ଆରାମଦାୟକ ଜୀବନ ବିତାଇବାକୁ ଶ୍ରେଷ୍ଠ ମନେ କରୁଛନ୍ତି, ସେତେବେଳେ ଡାକୁର ଲିତା ବିଦେଶର ଉଚ୍ଚ ସମ୍ମାନଜନକ ଚାକିରି ଓ ସୁଯୋଗକୁ ପଛରେ ପକାଇ ନିଜ ମାଟିକୁ ଫେରିଛନ୍ତି । ଓଡ଼ିଶାରେ ରହି ବାୟୋଟେକ୍ନୋଲୋଜି, ଚର୍ମରୋଗ ବିଜ୍ଞାନ ଏବଂ ସୌନ୍ଦର୍ଯ୍ୟ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ବିପ୍ଳବ ସୃଷ୍ଟି କରିବା ପାଇଁ ସେ ଯେଉଁ ସଂଜଜ୍ୱ ନେଇଛନ୍ତି, ତାହା ଆଜି ତାଙ୍କୁ ଦେଶ ତଥା ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ତାଙ୍କର ଏହି ସଂଘର୍ଷ, ଦୂରଦୃଷ୍ଟି ଏବଂ ସଫଳତାର କାହାଣୀ ପ୍ରତିଟି ଓଡ଼ିଆ ତଥା ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା।ଡାକୁର ଲୀତା ମହାପାତ୍ରଙ୍କ ସଫଳତାର ଯାତ୍ରା ଆରମ୍ଭହୋଇଥିଲା ଓଡ଼ିଶାର ସୁପ୍ରସିଦ୍ଧ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜରୁ, ଯେଉଁଠାରୁ ସେ ନିଜର MBBS ଡିଗ୍ରୀ ହାସଲ କରିଥିଲେ । ସେ ମେଡିକାଲ ପଢ଼ିବା ସମୟରୁ ହିଁ କିଛିକରିବାର ସ୍ବପ୍ନ ଦେଖୁଥିଲେ । ନିଜର ଜ୍ଞାନକୁ ଆହୁରି ସମୃଦ୍ଧ କରିବା ପାଇଁ ସେ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସିଡନୀ ବିଶ୍ବବିଦ୍ୟାଳୟରୁ ମେଡିସିନରେ ଦୁଇ ଦୁଇଟି ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ପ୍ରତିଭା ଓ ଗବେଷଣା ମନୋଭାବ ଯୋଗୁଁ ସେ ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ସମ୍ମାନଜନକ ‘ଫୁଲବ୍ରାଇଟ୍ ସ୍କଲାରସିପ୍’ ପାଇବାର ଗୌରବ ଅର୍ଜନ କରିଥିଲେ। ବିଦେଶରେ ଏତେ ସଫଳତା ପାଇବା ପରେ ମଧ୍ୟ ତାଙ୍କ ମନ ସଦାସର୍ବଦା ନିଜ ଜନ୍ମମାଟି ଓଡ଼ିଶା ପାଇଁ କିଛି କରିବାକୁ ବ୍ୟାକୁଳ ହେଉଥିଲା । ସେ ଅନୁଭବ କଲେ ଯେ କେବଳ କ୍ଲିନିକରେ ବସି ରୋଗୀ ଦେଖିବା ଅପେକ୍ଷା ବିଜ୍ଞାନ ଓ ବାୟୋଟେକ୍ନୋଲୋଜିର ବ୍ୟବହାର କରି ଏଭଳି ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ପ୍ରସ୍ତୁତ କରିବା ଦରକାର, ଯାହା ସମଗ୍ର ବିଶ୍ବର ଲୋକଙ୍କ କାମରେ ଆସିପାରିବ । ଏହି ଚିନ୍ତାଧାରା ତାଙ୍କୁ ଜଣେ ଚିକିତ୍ସକରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିଥିଲା।ନିଜର ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ସେ ୨୦୧୮ ମସିହାରେ ‘ଲସ ଜୋଭେନେସ କ୍ଲିନିଲୋଜିକ ପ୍ରାଇଭେଟ ଲିମିଟେଡ’ (Los Jovenes Clinilogic) ନାମକ ଏକ ବାୟୋଟେକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କଲେ । ଏହି ସଂସ୍ଥା ମାଧ୍ୟମରେ ସେ ‘କ୍ଲିନୋଲଜିକ୍ ଏନ୍ଥେଟିକ୍ସ’ (Clinilogic Aesthetics) ଏବଂ ‘ଆଇ-ଷ୍ଟେମ ଡର୍ମାସ୍ୟୁଟିକାଲ୍ସ’ (iSTEM Dermaceuticals) ଭଳି ବ୍ରାଣ୍ଡ ପ୍ରତିଷ୍ଠା କଲେ । ଷ୍ଟେମ ସେଲ୍ ନାନୋଟେକ୍ନୋଲୋଜି ଏବଂ ପ୍ରାକୃତିକ ପଦାର୍ଥକୁ ନେଇ ସେ ଏଭଳି କିଛି ସ୍ଟିନଜେୟାର ସେରମ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କଲେ ଯାହା ଚର୍ମର କୌଣସି କ୍ଷତି ନକରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖେ । ସୌନ୍ଦର୍ଯ୍ୟକୁ ନେଇ ସମାଜରେ ଥିବା ପାରମ୍ପରିକ ଚିନ୍ତାଧାରାକୁ ବଦଳାଇବା ତାଙ୍କର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା। ସେ ସମାଜରେ ପ୍ରଚଳିତ ‘ଗୋରା ରଙ୍ଗ ହିଁ ସୁନ୍ଦର’ ଏହି ଭ୍ରାନ୍ତ ଧାରଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ ‘#BreakThe Blas’ ଅଭିଯାନ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ ଯେ ଚର୍ମର ରଙ୍ଗ ଯାହା ବି ହେଉ, ଏହାର ସ୍ବାସ୍ଥ୍ୟ ଓ ସୁରକ୍ଷା ହିଁ ପ୍ରକୃତ ସୌନ୍ଦର୍ଯ୍ୟ । ତାଙ୍କର ଏହି ପ୍ରୟାସ ତାଙ୍କୁ କେବଳ ଓଡ଼ିଶାରେ ନୁହେଁ, ବରଂ ଜାତୀୟ ସ୍ତରରେ ଫୋର୍ବସ ଇଣ୍ଡିଆ (Forbes India) ଭଳି ପତ୍ରିକାରେ ସ୍ଥାନ ଦେଇଥିଲା।ଡାକୁର ଲୀତା ମହାପାତ୍ରଙ୍କ ଭବିଷ୍ୟତର ଯୋଜନା ଓ ଦୂରଦୃଷ୍ଟି ଅତ୍ୟନ୍ତ ବ୍ୟାପକ ଏବଂ ଆଶାବାଦୀ । ସେ କେବଳ ନିଜ ବ୍ୟବସାୟର ବୃଦ୍ଧି ଚାହାଁନ୍ତି ନାହିଁ, ବରଂ ଓଡ଼ିଶାକୁ ବାୟୋଟେକ୍ନୋଲୋଜି ଓ ମେଡିକାଲ ଟୁରିଜିମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢିବାକୁ ଚାହାଁନ୍ତି । ଆଗାମୀ ଦିନରେ ସେ ନିଜର ଗବେଷଣାକୁ ଆହୁରି ଆଗକୁ ନେଇ ଭାରତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶାରେ ପ୍ରସ୍ତୁତ ବିଶ୍ବସ୍ତରୀୟ ଡର୍ମାସ୍ୟୁଟିକାଲ ଉତ୍ପାଦ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି।ଏହାସହ ସେ ଷ୍ଟାନଫୋର୍ଡ ବିଜନେସ ସ୍କୁଲରୁ ମ୍ୟାନେଜମେଣ୍ଟ ତାଲିମ ନେଇଥିବାରୁ ନିଜର ବ୍ୟବସାୟିକ ମଡେଲକୁ ଏଭଳି ପ୍ରସ୍ତୁତ କରୁଛନ୍ତି ଯାହା ଦ୍ବାରା ଓଡ଼ିଶାର ଅନେକ ଯୁବକଯୁବତୀ ଓ ବୈଜ୍ଞାନିକମାନଙ୍କ ପାଇଁ ରୋଜଗାର ଏବଂ ଉଚ୍ଚକୋଟୀର ଗବେଷଣାର ସୁଯୋଗ ସୃଷ୍ଟି ହୋଇପାରିବ । ସେ ଏସିଆନ ଆଫ୍ରିକାନ ଚାମ୍ବର ଅଫ କମର୍ସ ଆଣ୍ଠୁ ଇଣ୍ଡଷ୍ଟ୍ରି (AACCI) ର ଓଡ଼ିଶା ଷ୍ଟେଟ ଡାଇରେକ୍ଟର ଭାବେ ଦାୟିତ୍ବ ତୁଲାଉଥିବାରୁ, ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ବିଶ୍ବ ବଜାର ସହ ଯୋଡିବା ପାଇଁ ମଧ୍ୟ ସେ ଅନେକ ବଡ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି।ବ୍ୟବସାୟ ସହିତ ସମାଜସେବା ପ୍ରତି ମଧ୍ୟ ତାଙ୍କର ଅତୁଟ ଭଲପାଇବା ରହିଛି । ସେ ନିଜର ସାମାଜିକ ଅନୁଷ୍ଠାନ ଆଶ୍ରବା ଫାଉଣ୍ଡେସନ୍ (Asrava Foundation) ମାଧ୍ୟମରେ ସମାଜର ପଛୁଆ ବର୍ଗ, ସ୍ବାସ୍ଥ୍ୟସେବା ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଅରୀକେତ ଫାଉଣ୍ଡେସନ୍ (Ariketh Foundation) ମାଧ୍ୟମରେ ମହିଳା ସଶକ୍ତିକରଣ ଏବଂ ନବସୃଜନ (Innovation) କ୍ଷେତ୍ରରେ ନିରନ୍ତର କାମ ଜରିଆସୁଛନ୍ତି । ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶା ତରଫରୁ ଶକ୍ତି ଆୱାର୍ଡ ଏବଂ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଦ୍ବାରା ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଛି I ଡାକୁର ଲୀତା ମହାପାତ୍ରଙ୍କ ଜୀବନୀ ଶିଖାଏ ଯେ ଯଦି ନିଜ ଭିତରେ ସ୍ବପ୍ନ ଦେଖିବାର ସାହସ ଓ ତାକୁ ପୂରଣ କରିବାର ଜିଦ୍ ଥାଏ, ତେବେ କୌଣସି ବି ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ।
ସଫଳତା କେବଳ ଭାଗ୍ୟର ଖେଳ ନୁହେଁ, ବରଂ ଏହା ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଏବଂ ସମାଜରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ନିରନ୍ତର ପ୍ରୟାସ । ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କର ଦେଖାଇଛନ୍ତି ଓଡ଼ିଶାର ଜଣେ ପ୍ରତିଭାସମ୍ପନ୍ନ ଚିକିତ୍ସକ, ବୈଜ୍ଞାନିକ, ଗବେଷକ ତଥା ସଫଳ ମହିଳା ଉଦ୍ୟୋଗୀ ଡାକ୍ତର ଲୀତା ମହାପାତ୍ର । ଆଜିର ସମୟରେ ଯେତେବେଳେ ଯୁବପିଢ଼ି ବିଦେଶରେ ଆରାମଦାୟକ ଜୀବନ ବିତାଇବାକୁ ଶ୍ରେଷ୍ଠ ମନେ କରୁଛନ୍ତି, ସେତେବେଳେ ଡାକୁର ଲିତା ବିଦେଶର ଉଚ୍ଚ ସମ୍ମାନଜନକ ଚାକିରି ଓ ସୁଯୋଗକୁ ପଛରେ ପକାଇ ନିଜ ମାଟିକୁ ଫେରିଛନ୍ତି । ଓଡ଼ିଶାରେ ରହି ବାୟୋଟେକ୍ନୋଲୋଜି, ଚର୍ମରୋଗ ବିଜ୍ଞାନ ଏବଂ ସୌନ୍ଦର୍ଯ୍ୟ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ବିପ୍ଳବ ସୃଷ୍ଟି କରିବା ପାଇଁ ସେ ଯେଉଁ ସଂଜଜ୍ୱ ନେଇଛନ୍ତି, ତାହା ଆଜି ତାଙ୍କୁ ଦେଶ ତଥା ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ତାଙ୍କର ଏହି ସଂଘର୍ଷ, ଦୂରଦୃଷ୍ଟି ଏବଂ ସଫଳତାର କାହାଣୀ ପ୍ରତିଟି ଓଡ଼ିଆ ତଥା ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା।ଡାକୁର ଲୀତା ମହାପାତ୍ରଙ୍କ ସଫଳତାର ଯାତ୍ରା ଆରମ୍ଭହୋଇଥିଲା ଓଡ଼ିଶାର ସୁପ୍ରସିଦ୍ଧ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜରୁ, ଯେଉଁଠାରୁ ସେ ନିଜର MBBS ଡିଗ୍ରୀ ହାସଲ କରିଥିଲେ । ସେ ମେଡିକାଲ ପଢ଼ିବା ସମୟରୁ ହିଁ କିଛିକରିବାର ସ୍ବପ୍ନ ଦେଖୁଥିଲେ । ନିଜର ଜ୍ଞାନକୁ ଆହୁରି ସମୃଦ୍ଧ କରିବା ପାଇଁ ସେ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସିଡନୀ ବିଶ୍ବବିଦ୍ୟାଳୟରୁ ମେଡିସିନରେ ଦୁଇ ଦୁଇଟି ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ପ୍ରତିଭା ଓ ଗବେଷଣା ମନୋଭାବ ଯୋଗୁଁ ସେ ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ସମ୍ମାନଜନକ ‘ଫୁଲବ୍ରାଇଟ୍ ସ୍କଲାରସିପ୍’ ପାଇବାର ଗୌରବ ଅର୍ଜନ କରିଥିଲେ। ବିଦେଶରେ ଏତେ ସଫଳତା ପାଇବା ପରେ ମଧ୍ୟ ତାଙ୍କ ମନ ସଦାସର୍ବଦା ନିଜ ଜନ୍ମମାଟି ଓଡ଼ିଶା ପାଇଁ କିଛି କରିବାକୁ ବ୍ୟାକୁଳ ହେଉଥିଲା । ସେ ଅନୁଭବ କଲେ ଯେ କେବଳ କ୍ଲିନିକରେ ବସି ରୋଗୀ ଦେଖିବା ଅପେକ୍ଷା ବିଜ୍ଞାନ ଓ ବାୟୋଟେକ୍ନୋଲୋଜିର ବ୍ୟବହାର କରି ଏଭଳି ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ପ୍ରସ୍ତୁତ କରିବା ଦରକାର, ଯାହା ସମଗ୍ର ବିଶ୍ବର ଲୋକଙ୍କ କାମରେ ଆସିପାରିବ । ଏହି ଚିନ୍ତାଧାରା ତାଙ୍କୁ ଜଣେ ଚିକିତ୍ସକରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିଥିଲା।ନିଜର ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ସେ ୨୦୨୦ ମସିହାରେ ‘ଲସ ଜୋଭେନେସ କ୍ଲିନିଲୋଜିକ ପ୍ରାଇଭେଟ ଲିମିଟେଡ’ (Los Jovenes Clinilogic) ନାମକ ଏକ ବାୟୋଟେକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କଲେ । ଏହି ସଂସ୍ଥା ମାଧ୍ୟମରେ ସେ ‘କ୍ଲିନୋଲଜିକ୍ ଏନ୍ଥେଟିକ୍ସ’ (Clinilogic Aesthetics) ଏବଂ ‘ଆଇ-ଷ୍ଟେମ ଡର୍ମାସ୍ୟୁଟିକାଲ୍ସ’ (iSTEM Dermaceuticals) ଭଳି ବ୍ରାଣ୍ଡ ପ୍ରତିଷ୍ଠା କଲେ । ଷ୍ଟେମ ସେଲ୍ ନାନୋଟେକ୍ନୋଲୋଜି ଏବଂ ପ୍ରାକୃତିକ ପଦାର୍ଥକୁ ନେଇ ସେ ଏଭଳି କିଛି ସ୍ଟିନଜେୟାର ସେରମ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କଲେ ଯାହା ଚର୍ମର କୌଣସି କ୍ଷତି ନକରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖେ । ସୌନ୍ଦର୍ଯ୍ୟକୁ ନେଇ ସମାଜରେ ଥିବା ପାରମ୍ପରିକ ଚିନ୍ତାଧାରାକୁ ବଦଳାଇବା ତାଙ୍କର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା। ସେ ସମାଜରେ ପ୍ରଚଳିତ ‘ଗୋରା ରଙ୍ଗ ହିଁ ସୁନ୍ଦର’ ଏହି ଭ୍ରାନ୍ତ ଧାରଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ ‘#BreakThe Blas’ ଅଭିଯାନ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ ଯେ ଚର୍ମର ରଙ୍ଗ ଯାହା ବି ହେଉ, ଏହାର ସ୍ବାସ୍ଥ୍ୟ ଓ ସୁରକ୍ଷା ହିଁ ପ୍ରକୃତ ସୌନ୍ଦର୍ଯ୍ୟ । ତାଙ୍କର ଏହି ପ୍ରୟାସ ତାଙ୍କୁ କେବଳ ଓଡ଼ିଶାରେ ନୁହେଁ, ବରଂ ଜାତୀୟ ସ୍ତରରେ ଫୋର୍ବସ ଇଣ୍ଡିଆ (Forbes India) ଭଳି ପତ୍ରିକାରେ ସ୍ଥାନ ଦେଇଥିଲା।ଡାକୁର ଲୀତା ମହାପାତ୍ରଙ୍କ ଭବିଷ୍ୟତର ଯୋଜନା ଓ ଦୂରଦୃଷ୍ଟି ଅତ୍ୟନ୍ତ ବ୍ୟାପକ ଏବଂ ଆଶାବାଦୀ । ସେ କେବଳ ନିଜ ବ୍ୟବସାୟର ବୃଦ୍ଧି ଚାହାଁନ୍ତି ନାହିଁ, ବରଂ ଓଡ଼ିଶାକୁ ବାୟୋଟେକ୍ନୋଲୋଜି ଓ ମେଡିକାଲ ଟୁରିଜିମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢିବାକୁ ଚାହାଁନ୍ତି । ଆଗାମୀ ଦିନରେ ସେ ନିଜର ଗବେଷଣାକୁ ଆହୁରି ଆଗକୁ ନେଇ ଭାରତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶାରେ ପ୍ରସ୍ତୁତ ବିଶ୍ବସ୍ତରୀୟ ଡର୍ମାସ୍ୟୁଟିକାଲ ଉତ୍ପାଦ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି।ଏହାସହ ସେ ଷ୍ଟାନଫୋର୍ଡ ବିଜନେସ ସ୍କୁଲରୁ ମ୍ୟାନେଜମେଣ୍ଟ ତାଲିମ ନେଇଥିବାରୁ ନିଜର ବ୍ୟବସାୟିକ ମଡେଲକୁ ଏଭଳି ପ୍ରସ୍ତୁତ କରୁଛନ୍ତି ଯାହା ଦ୍ବାରା ଓଡ଼ିଶାର ଅନେକ ଯୁବକଯୁବତୀ ଓ ବୈଜ୍ଞାନିକମାନଙ୍କ ପାଇଁ ରୋଜଗାର ଏବଂ ଉଚ୍ଚକୋଟୀର ଗବେଷଣାର ସୁଯୋଗ ସୃଷ୍ଟି ହୋଇପାରିବ । ସେ ଏସିଆନ ଆଫ୍ରିକାନ ଚାମ୍ବର ଅଫ କମର୍ସ ଆଣ୍ଠୁ ଇଣ୍ଡଷ୍ଟ୍ରି (AACCI) ର ଓଡ଼ିଶା ଷ୍ଟେଟ ଡାଇରେକ୍ଟର ଭାବେ ଦାୟିତ୍ବ ତୁଲାଉଥିବାରୁ, ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ବିଶ୍ବ ବଜାର ସହ ଯୋଡିବା ପାଇଁ ମଧ୍ୟ ସେ ଅନେକ ବଡ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି।ବ୍ୟବସାୟ ସହିତ ସମାଜସେବା ପ୍ରତି ମଧ୍ୟ ତାଙ୍କର ଅତୁଟ ଭଲପାଇବା ରହିଛି । ସେ ନିଜର ସାମାଜିକ ଅନୁଷ୍ଠାନ ଆଶ୍ରବା ଫାଉଣ୍ଡେସନ୍ (Asrava Foundation) ମାଧ୍ୟମରେ ସମାଜର ପଛୁଆ ବର୍ଗ, ସ୍ବାସ୍ଥ୍ୟସେବା ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଅରୀକେତ ଫାଉଣ୍ଡେସନ୍ (Ariketh Foundation) ମାଧ୍ୟମରେ ମହିଳା ସଶକ୍ତିକରଣ ଏବଂ ନବସୃଜନ (Innovation) କ୍ଷେତ୍ରରେ ନିରନ୍ତର କାମ ଜରିଆସୁଛନ୍ତି । ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶା ତରଫରୁ ଶକ୍ତି ଆୱାର୍ଡ ଏବଂ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଦ୍ବାରା ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଛି I ଡାକୁର ଲୀତା ମହାପାତ୍ରଙ୍କ ଜୀବନୀ ଶିଖାଏ ଯେ ଯଦି ନିଜ ଭିତରେ ସ୍ବପ୍ନ ଦେଖିବାର ସାହସ ଓ ତାକୁ ପୂରଣ କରିବାର ଜିଦ୍ ଥାଏ, ତେବେ କୌଣସି ବି ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ।