ଦ୍ୱନ୍ଦ୍ୱ ବିରୋଧରେ ଲଢ଼ି ସଫଳତା ଅଭିଶେକ ଦ୍ୱିବେଦୀଙ୍କ ଅବିରତ ଯାତ୍ରା

Success in the fight against conflict Abhishek Dwivedi's continuing journey

0

ଦ୍ୱନ୍ଦ୍ୱ ବିରୋଧରେ ଲଢ଼ି ସଫଳତା

  • ଅଭିଶେକ ଦ୍ୱିବେଦୀଙ୍କ ଅବିରତ ଯାତ୍ରା

ପୂର୍ବ ପିଢ଼ି ତାଙ୍କ ପାଇଁ ସେଭଳି ବଡ କିଛି ଛାଡି ଯାଇ ନ ଥିଲେ କି ପରିବାର ବ୍ୟବସାୟକୁ ସମ୍ପ୍ରସାରଣ କରିବାର ଅବସର ମଧ୍ୟ ନ ଥିଲା । ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ କିମ୍ବା ନେଟୱାର୍କିଂ ମଧ୍ୟ ନ ଥିଲା । ସେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସହ ଲଢ଼ିଲେ । ଆଉ ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରରେ ଜଣେ ଉଦୀୟମାନ ତାରକା ଭାବେ ନିଜକୁ ପ୍ରତିଷ୍ଠିତ କରାଇବାକୁ ସକ୍ଷମ ହେଲେ । ବିଶ୍ୱର ଆହ୍ୱାନପୂର୍ଣ୍ଣ ସ୍ଥିତିରେ ଅବିରତ ଯାତ୍ରା ଜାରି ରଖିଛନ୍ତି ଅଭିଶେକ ଦ୍ୱିବେଦୀ ।

ଓଡ଼ିଶାରୁ ଆରମ୍ଭ ହୋଇଥିଲା ତାଙ୍କ ଯାତ୍ରା । ଔଦ୍ୟୋଗିକ ଯାତ୍ରା ଆରମ୍ଭ ବେଳେ ଅନେକ ଲୋକ ତାଙ୍କୁ କହିଥିଲେ ଷ୍ଟାର୍ଟଅପ ଆଇଡିଆ ଏଠାରେ କାମ କରିବ ନାହିଁ । ମାତ୍ର ବାସ୍ତବତା କିଛି ଭିନ୍ନ ଥିଲା । ଓଡ଼ିଶାରେ କିଛି ସ୍ୱତନ୍ତ୍ର କରିହେବ ବୋଲି ସେ ଦୃଢ଼ ନିଶ୍ଚିତ ଥିଲେ । ଏଭଳି କିଛି ଯାତ୍ରା ରହିଛି ଯାହା ପଛରେ କେବଳ ମହତ୍ୱାକାଂକ୍ଷା ରହିନାହିଁ । କିଛି ଅସ୍ୱସ୍ତି ଏବଂ ହତାଶ ଭାବେ ସହ ଆରମ୍ଭ ହୁଏ । ଅନେକ ଆହ୍ୱାନଭରା ରହେ ରାସ୍ତା । ମାତ୍ର ଦୃଢ଼ ସଂକଳ୍ପ ଆଉ ସ୍ଥିର ଚିତ୍ତ ହୋଇ ଆଗକୁ ବଢ଼ିବା ଅଭିଶେକଙ୍କ ସଫଳତାରେ ଏକ ପ୍ରମୁଖ ଉପାଦାନ ପାଲଟିଛି । ସବୁ କିଛି ଚାଲେଞ୍ଜକୁ ସାମ୍ନା କରି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଛନ୍ତି ସେ। ଆଉ ଯୁବପିଢିଙ୍କ ପାଇଁ ପାଲଟିଛନ୍ତି ଜଣେ ପ୍ରେରଣାଦାୟୀ ଲିଡର।

ଅଭିଶେକ କୁହନ୍ତି, ଲୋକ ସବୁ ବେଳେ ପଶ୍ନ କରନ୍ତି ଆମେ କାହିଁକି ଭିନ୍ନ । ଆମେ ବଜାର ସୁବିଧା ସହ କାମ ଆରମ୍ଭ କରି ନ ଥିଲୁ । କୃଷକ ବନ୍ଧୁ ମାନଙ୍କର ସମସ୍ୟା ସମାଧାନ ପ୍ରାଥମିକତା ରହିଥିଲା । କୃଷକଙ୍କ ପାଇଁ କାରବାର ଆଗକୁ ବଢ଼ାଇବା ସହଜ ହେଲା । ଆକ୍ୱାପଲ୍‌ସ ପ୍ଲାଟଫର୍ମ ମାଛ ପୋଖରି ଗୁଡ଼ିକର ମନିଟରିଂ, ଅମଳ ଯୋଜନା ଏବଂ ଅମଳ ପରବର୍ତ୍ତି ଲଜିଷ୍ଟିକ୍ସକୁ ସମନ୍ୱିତ କରିବା ଦିଗରେ ଅଭିନବ କାର୍ଯ୍ୟକ୍ରମ ଗ୍ରହଣ କଲା । ଏଆଇ ଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ଜଳର ଗୁଣବତ୍ତା, ରୋଗ ରିସ୍କକୁ କମାଇବା ଏବଂ ଖାଦ୍ୟ ଯୋଗାଣକୁ ଉନ୍ନତ ଓ ବ୍ୟବସ୍ଥିତ କରିବା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଗଲା । ମତ୍ସ୍ୟଚାଷୀଙ୍କୁ ବାସ୍ତବ ମୂଲ୍ୟ ପ୍ରଦାନରେ ମଧ୍ୟ ବ୍ୟବସ୍ଥା ରହିଲା ।

ଭୁବନେଶ୍ୱର ଭିତ୍ତିକ ଏହି କମ୍ପାନି ନାବାର୍ଡର ସହାୟକ ସଂସ୍ଥା ନାବଭେଞ୍ଚର୍ସଠାରୁ ୨୫ କୋଟି ଟଙ୍କାର ସିରିଜ ଏ ପାଣ୍ଠି ଉଠାଣ କରିିଛି । କମ୍ପାନିର ଦୃଢ଼ ଉପସ୍ଥିତି ଓ ପରିଚାଳନା ଦକ୍ଷତାକୁ ନଜରରେ ରଖି ଏଭଳି ପାଣ୍ଠି ଯୋଗାଇ ଦେଇଛନ୍ତି ନିବେଶକ । ଏହା ଜରିଆରେ କମ୍ପାନି ଏହାର ମତ୍ସ୍ୟଚାଷୀ ନେଟୱର୍କକୁ ୬ ହଜାରରୁ ୧୫ ହଜାରକୁ ବଢ଼ାଇବା ଲକ୍ଷ୍ୟ ରଖିଛି । ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ନିଜ ଉପସ୍ଥିତି ବଢ଼ାଇବା ସହ

ପ୍ରୋସେସିଂ ଫାସିଲିଟି ବସାଇ ଗୁଣବତ୍ତା ରକ୍ଷା ଏବଂ ଲାଭକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟ ରଖିଛି । ଦିନେ ଓଡିଶାକୁ ଟିୟର 4 ସହର କହି ନିବେଶକ, ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ନୂଆ ଉଦ୍ୟୋଗୀଙ୍କୁ ପାଣ୍ଠି ଦେଉନଥିଲେ ସେଭଳି ସ୍ଥିତିରେ ଅଭିଷେକଙ୍କ ସଫଳତା ଅନ୍ୟପାଇଁ ଉଦାହରଣ ନିଶ୍ଚିତ।

ଓଡ଼ିଶାରେ ବଢ଼ିବା ଏବଂ କାମ ଆରମ୍ଭ କରିଥିଲେ ମଧ୍ୟ ସେ ପ୍ରଥମେ ଏକ ଷ୍ଟାର୍ଟଅପ ଚିନ୍ତାଧାରା ଖୋଜି ନ ଥିଲେ । ସଫଳତା କିମ୍ବା ସ୍ୱୀକୃତି ପଛରେ ଗୋଡାଇ ନ ଥିଲେ । ନିଜ ଚାରି ପାଖରେ ଥିବା ଲୋକ, ଜୀବନ ଧାରା, ପ୍ରୟାସ ଗୁଡ଼ିକୁ ସହ ତୀକ୍ଷଣ ଭାବେ ପର୍ଯ୍ୟବେକ୍ଷଣ କରିଥିଲେ । ଯାହା କିଛି ବି ଦେଖିଥିଲେ ସେଥିରୁ ପ୍ରତ୍ୟକ୍ଷ ଶିକ୍ଷା ଲାଭ କରିଥିଲେ । ଯାହା ବାସ୍ତବ ଜୀବନରେ ସଫଳତା ପାଇଁ ପ୍ରେରିତ କଲା ।

ଏ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଲୋକଙ୍କ ସହ କାମ କଲା ବେଳେ ସେ ଦେଖିଥିଲେ, ଲୋକମାନେ ବହୁତ ପରିଶ୍ରମ କରନ୍ତି, ହେଲେ ସେମାନଙ୍କ ଅଭିବୃଦ୍ଧି ସେଭଳି ହେଉନ ଥିଲା । ସମ୍ଭାବନା ଗୁଡ଼ିକ ପ୍ରଗତି ପରିପନ୍ଥୀ ନ ଥିଲା । ସେ ଏଭଳି ଏକ ସିଷ୍ଟମ ଦେଖିଥିଲେ ଯେଉଁଠାରେ ଚେଷ୍ଠାର ଅର୍ଥ ଅଭିବୃଦ୍ଧି ନୁହେଁ । ପ୍ରୟାସ କିମ୍ବା ଦକ୍ଷତା ଅଭାବ ଲୋକଙ୍କ ବିଫଳତାର କାରଣ ନ ଥିଲା । ମାତ୍ର ତାଙ୍କ ଚାରି ପାଖରେ ଥିବା ବ୍ୟବସ୍ଥା ତାଙ୍କ ପାଇଁ ଠିକ୍ ଭାବେ ପ୍ରସ୍ତୁତ ହୋଇ ନ ଥିଲା । ଜ୍ଞାନ, ବଜାର, ପୁଞ୍ଜି ଏବଂ ଆନୁଷ୍ଠାନିକ ସ୍ତରରେ ସହାୟତା ମିଳିବାରେ ସମସ୍ୟା ରହୁଥିଲା । ଏସବୁ ଦେଖିବା ପରେ ଚିରାଚରିତ ହୋଇ ରହି ଯିବାକୁ ସେ ଗ୍ରହଣ କରି ନ ଥିଲେ । ଜୀବନ ମୋଡରେ ଏମିତି ସମୟ ଆସେ, ଯେଉଁଠାରେ ଆପଣ ଏହା ପ୍ରଶ୍ନ କରିବା ବନ୍ଦ କରନ୍ତି ଯେ, ଜିନିଷ ଗୁଡିକ ଏପରି କାହିଁକି ରହିଛି । ଆଉ ସ୍ଥିତିକୁ ଏଭଳି ଦେଖନ୍ତି ଯେ, କାହିଁକି କିଛି ଭିନ୍ନ କରାଯାଇ ପାରିବ ନାହିଁ ।

ଅଭିଶେକଙ୍କ ଏଭଳି ଚିନ୍ତାଧାରା ସବୁ କିଛି ଚୁପଚାପ ବଦଳାଇ ଦେଲା । ତଥାପି ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରକୁ ଚୟନ କରିବା କେବେ ବୀରତ୍ୱପୂର୍ଣ୍ଣ ନ ଥିଲା । ଏହା ଜୀବନର ଏକ ବଡ ନିଷ୍ପତ୍ତି ଥିଲା । କାରଣ ବହୁତ କମ୍ ଲୋକ ବିଶ୍ୱାସ କରୁଥିଲେ, କିଛି ନୂଆ ଆଇଡିଆ ସଫଳ ହେବ । ଏହାର ବଡ କାରଣ ହେଉଛି ଓଡ଼ିଶାରେ ଷ୍ଟାର୍ଟଅପ ସଂସ୍କୃତି ଆରମ୍ଭ ହୋଇ ନ ଥିଲା । ନିବେଶକମାନେ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଅଣଦେଖା କରୁଥିଲେ । ଏଠାରେ କିଛି ସ୍ୱତନ୍ତ୍ର କରିହେବ ବୋଲି ସେମାନଙ୍କର ଭରସା ପାଉ ନ ଥିଲା ।

ଏଭଳି ସ୍ଥିତିରେ ଅଭିଶେକ ସବୁ ଘାତ ପ୍ରତିଘାତ, ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି କିଛି ନୂଆ କରିବା ପାଇଁ ଅଣ୍ଟା ଭିଡିଲେ । ମତ୍ସ୍ୟ ସମ୍ପଦ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାଗତ ମୂଳ ଭିତ୍ତି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ତାଙ୍କୁ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳାରେ କ୍ୟାରିୟର ପାଇଁ ପ୍ରେରିତ କଲା । ସରକାରୀ କ୍ଷେତ୍ର ଏବଂ ବଡ ସହରରେ କର୍ପୋରେଟରେ କାର୍ଯ୍ୟ ଅଭିଜ୍ଞତା ମଧ୍ୟ ଏ କ୍ଷେତ୍ରରେ ସହାୟକ ହୋଇଥିଲା । ମାତ୍ର ଅଭିଶେକ ସମସ୍ୟା ସମାଧାନ ଦିଗରେ ମନୋନିବେଶ କରିଥିଲେ । ଆଉ ଭୌଗୋଳିକ ଏରିଆକୁ ନେଇ ଲୋକେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ଥିଲା । ଲୋକେ କେବଳ ବାଣିଜ୍ୟ ଆଇଡିଆ ଉପରେ ନୁହେଁ, ସମ୍ଭାବନା ଉପରେ ମଧ୍ୟ ସନ୍ଦେହ କରିଥିଲେ ।

ଏଠାରେ କାହିଁକି?

ଏହାକୁ କିଏ ବିଶ୍ୱାସ କରିବ?

ଏହା କାମ କରିବ ନାହିଁ?

କେହି ଦୂରରେ ଥିବା ଲୋକ ଏମିତି କହି ସମାଲୋଚନା କରୁ ନ ଥିଲେ । ନିକଟରେ ଥିବା ଏବଂ ପରିଚିତ ଲୋକଙ୍କ ଠାରୁ ଏଭଳି ସମାଲୋଚନା ଶୁଣିବାକୁ ପଡୁଥିଲା । ଆଉ ବାରମ୍ବାର ଏସବୁ ହେଉଥିଲା । ଏମିତିକି ଶୁଭେଚ୍ଛୁ ମାନେ ମଧ୍ୟ ଯାତ୍ରାକୁ ପୁନର୍ବିଚାର କରିବାକୁ କହିଥିଲେ । ତେବେ ସ୍ଥିତି ସବୁ ବେଳେ ସମାନ ନ ଥାଏ । ଏହା ନିଶ୍ଚିତ ପକ୍ଷେ ବଦଳେ । ସମାଲୋଚନା କରିଥିବା ଲୋକମାନେ, ଦିନେ ବୁଝି ନ ପାରିଥିବା ଲୋକମାନେ ବି ଧୀରେ ଧୀରେ ବୁଝି ପାରନ୍ତି । ଏମିତି ମଧ୍ୟ ସମୟ ଆସିିଛି, ସନ୍ଦେହ ଅନ୍ୟ କେହି ନୁହେଁ ନିଜ ଭିତରୁ ଆସିଛି । ଅନ୍ୟମାନେ ହୁଏତ ଠିକ କହୁଥାଇ ପାରନ୍ତି ବୋଲି ଆପଣ ଭାବନ୍ତି । ଏଭଳି ସ୍ଥିତିରେ ନିଜ ଭିତରର ସନ୍ଦେହ ଅପେକ୍ଷା ଆଉ କିଛି ଅଧିକ ଶକ୍ତିଶାଳୀ ଥିଲା ।

ସେ ଦେଖିଥିବା ମୁହଁ, ସେ ବୁଝିଥିବା ଜୀବନ ଆଉ ଅନୁଭବ କରିଥିବା ବାସ୍ତବତା । ଏଥିରୁ ଦୂରେଇ ଯିବା ହୁଏତ ସହଜ ହୋଇଥାନ୍ତା । କିନ୍ତୁ ଏହାକୁ ଅଣଦେଖା କରିବା ଅସମ୍ଭବ ହୋଇଥାନ୍ତା । “ଯେତେବେଳେ ନିଜ ଉପରକୁ କଥା ଆସେ, ତାକୁ ଛାଡି ଦେବା ଆଉ ବିକଳ୍ପ ହୋଇ ରହେନି ।” ପ୍ରାରମ୍ଭିକ ଦିନ ଗୁଡ଼ିକ ସଫଳତା ଦ୍ୱାରା ପରିଭାଷିତ ହୋଇ ନ ଥାଏ । ସେ ଦିନ ଗୁଡ଼ିକ ଦୃଢ଼ତା ସହ ଆଗକୁ ବଢ଼ିବାର କୌଶଳ ସହ ଆସିଥିଲା । ଅଭିଶେକଙ୍କ ଯାତ୍ରାରେ ରୋଡମ୍ୟାପ କେବେ ସ୍ପଷ୍ଟ ନ ଥିଲା । ଏମିତିକି ଶୀଘ୍ର କିଛି ଆଖିଦୃଶିଆ ବା ଆକର୍ଷଣୀୟ ହୋଇ ନ ଥିଲା । ସେ କେବଳ ନ ଅଟକି ନିରନ୍ତର ଭାବେ ଧିରେ ଧିରେ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । ଯାହା ବାହ୍ୟ ଜଗତ ପାଇଁ ସମ୍ପୂର୍ଣ୍ଣ ଅଦୃଶ୍ୟ ଥିଲା ।କିଛି ଦିନ ପ୍ରଗତି ଆଣିଥିଲା । କିଛି ଦିନ ନିରବତା ସହ ବିତିଥିଲା । ଆଉ କିଛି ସମୟ ପ୍ରତ୍ୟାଖ୍ୟାନ ଭଳି ସ୍ଥିତି ମଧ୍ୟ ସାମ୍ନା କରିବାକୁ ପଡିଥିଲା । ତଥାପି ପ୍ରତ୍ୟେକ ସକାଳ ସମାନ ନିଷ୍ପତ୍ତି ଦାବି କରୁଥିଲା, କାମ ଜାରି ରଖ କିମ୍ବା ବନ୍ଦ କର । ଆଉ ରାସ୍ତାରେ ନ ଅଟକି ଯାଇ ଜାରି ରଖିବା ଦିଗକୁ ସେ ବାଛିନେଇଥିଲେ । ସେ ସଫଳତା ବିଷୟରେ ନିଶ୍ଚିତ ଥିଲେ ତାହା ନୁହେଁ, ସମସ୍ୟା ସମ୍ପର୍କରେ ସେ ଦୃଢ଼ ଭାବେ ଅବଗତ ଥିଲେ । ସେ ଏମିତି କିଛି ଅନୁଭବ କରିଥିଲେ ଯାହା ତାଙ୍କ ଯାତ୍ରାର ମୂଳଦୂଆ ପାଲଟିଥିଲା । ଏଠାରେ ପ୍ରଶ୍ନ କେବଳ ସମ୍ବଳର ଅଭାବ ନ ଥିଲା । ସଚେତନତା, ଉଚିତ ମାର୍ଗଦର୍ଶନ ଏବଂ ସୁବିଧାର ଅଭାବ ରହିଥିଲା । ଅଭିଶେକ କୁହନ୍ତି, “ମୁଁ ଯେଉଁ ପ୍ରକୃତ ଦାରିଦ୍ର‌୍ୟ ଦେଖିଥିଲି, ତାହା ଆର୍ଥିକ ନ ଥିଲା- ଏହା ସୂଚନା ମୂଳକ ଥିଲା ।” ଯଦି ଏହା ପରିବର୍ତ୍ତନ ହୋଇପାରେ, ତେବେ ଅନ୍ୟ ସବୁ କିଛି ମଧ୍ୟ ହୋଇପାରେ ବୋଲି ସେ ଦୃଢ଼ ନିଶ୍ଚିତ ହେଲେ ।ଧିରେ ଧିରେ ଜିନିଷ ଗୁଡ଼ିକ ପରିବର୍ତ୍ତନ ହେବାକୁ ଆରମ୍ଭ କଲା । ଯାହା ଦିନେ ପ୍ରତିରୋଧ ଭଳି ଲାଗୁଥିଲା ତାହା କୌତୁହଳରେ ପରିଣତ ହେବା ଆରମ୍ଭ କଲା । କିଛି ଦିନ ଆଗରୁ ଅସମ୍ଭବ ମନେ ହେଉଥିବା ଜିନିଷ ବାସ୍ତବ ରୁପ ନେବା ଆରମ୍ଭ କଲା । ତେବେ ଏହା କେବେ ରାତାରାତି ହୋଇ ନ ଥିଲା । କାରଣ ଏଭଳି କେବେ ହୁଏନାହିଁ । ଏହା ଧିରେ ଧିରେ ଦୃଢ଼ତାର ଏକ ପ୍ରକାର ଅଭିବୃଦ୍ଧି ହୁଏ ।

ଯେଉଁ ପଥଟି ଆରମ୍ଭରେ ଏକାକୀ ଅନୁଭବ ହେଉଥିଲା…ସେହିପଥ ଅନ୍ୟମାନେ ମଧ୍ୟ ଦେଖିପାରିବେ ବୋଲି ବିଶ୍ୱାସ ଜନ୍ମ ନେଲା । ତା’ପରେ ଯାହା କିଛି ଘଟିଲା ତାହା ଅବିଶ୍ୱସନୀୟ ନ ଥିଲା । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ଅଭିଶେକ । ତାଙ୍କୁ ମିଳିଛି ପୁରସ୍କାର, ପ୍ରଶଂସା ଏବଂ ସମ୍ମାନ । ଏହି ସଫଳତା ହଠାତ ନ ଥିଲା ବଂର ବର୍ଷ ବର୍ଷର ଅଦୃଶ୍ୟ ପ୍ରତିଫଳନ ଭାବେ ଏହା ଆସିଲା । ତେବେ ଯାତ୍ରା ଏବେ ମଧ୍ୟ ସମ୍ପୂର୍ଣ୍ଣ ଭଳି ଅନୁଭବ ହେଉ ନ ଥିଲା । କାରଣ ଅଭିଶେକଙ୍କ ପାଇଁ ଏହି ଯାତ୍ରା ଉପାଧି କିମ୍ବା ପୁରସ୍କାର ସହ ଜଡିତ ନ ଥିଲା । ଏହା ପ୍ରଭାବ ଏବଂ ପରିବର୍ତ୍ତନ ସହ ଜଡିତ ଥିଲା । ଜଣେ ବ୍ୟକ୍ତି କେଉଁଠାରୁ ଆସିଛନ୍ତି ତାହା ବେଶି ଗୁରୁତ୍ୱ ରଖେନି, କଣ ନିର୍ମାଣ କରିପାରିବେ ଏବଂ କେଉଁ ସ୍ଥାନକୁ ଯାଉ ପାରିବେ ତାହା ବେଶ ଗୁରୁତ୍ୱ ବହନ କରୁଥିଲା ।ଆଜି ଯେତେବେଳେ ଲୋକମାନେ ଅଭିଶେକଙ୍କୁ ଦେଖନ୍ତି କେବଳ ଜଣେ ଉଦ୍ୟୋଗୀ ନୁହେଁ, ଜଣେ ଲିଡରକୁ ଦେଖିବାକୁ ପାଆନ୍ତି । ଏକ ସଂଘର୍ଷ ଆଉ ସଫଳତା କାହାଣି ଦେଖିବାକୁ ପାଆନ୍ତି । କିନ୍ତୁ ସେମାନେ ଯାହା ଦେଖନ୍ତି ନାହିଁ ତାହା ହେଉଛି ସଫଳତା ପଛର ନୀରବ ସଂଘର୍ଷ । ନିଜ ଉପରେ ସନ୍ଦେହ ମୁହୁର୍ତ୍ତ, ଏକାକୀ ଆରମ୍ଭ କରିବାର ଭାର । ଯେତେବେଳେ ଅନ୍ୟ କେହି କରେ ନାହିଁ, ସେତେବେଳେ ନିଜେ କରିବାର ବିଶ୍ୱାସ ଓ ସାହସ ଆବଶ୍ୟକ । ହୁଏତ ଏହାହିଁ ଅଭିଶେକଙ୍କ ଯାତ୍ରାକୁ ଶକ୍ତିଶାଳୀ, ପ୍ରଭାଶଶାଳୀ ଏବଂ ପ୍ରେରଣାୟୀ କରିପାରିଛି । ସଫଳତା ନୁହେଁ ଏହା ପଛରେ ଥିବା ସଂଘର୍ଷମୟ ଦୁର୍ବାର ପ୍ରୟାସ, ସ୍ୱୀକୃତି ନୁହେଁ ବଂର ଆରମ୍ଭ ପଛର କାରଣ । ଅଭିଶେକଙ୍କ କାହାଣୀ କିିଛି ଅସାଧାରଣ ନିର୍ମାଣ କରିବା ସମ୍ପର୍କରେ ନୁହେଁ । କିଛି ଆରମ୍ଭ କରିବାକୁ ହେଲେ ଏକ ଭଲ ସ୍ଥାନର ଆବଶ୍ୟକତା ନାହିଁ । ଏମିତି ଏକ ଦୃଢ଼ କାରଣ ଆବଶ୍ୟକ, ଯେଉଁଥି ପାଇଁ ଆପଣ କେବେ ଅଟକିବେ ନାହିଁ, ଏବଂ ସେ କେବେ ଅଟକି ନାହାନ୍ତି ।ଅଭିଶେକଙ୍କୁ ଏଣ୍ଟରପ୍ରିନିୟର ଅଫ୍ ଦି ଇୟର, ଭାରତ ଏଣ୍ଟରପ୍ରିନିୟର ଆୱାର୍ଡ, ୟୁଥ୍ ଆଇକନ ଇନ୍ ଆକ୍ୱାକଲଚର, ସିଫୁଡ ପ୍ରଫେସନାଲ ଅଫ୍ ଦି ଇୟର ଭଳି ସମ୍ମାନ ମିଳିଛି । ସେ ଏବେ ଏ କ୍ଷେତ୍ରରେ ଜଣେ ଲିଡର ଭାବେ ପ୍ରଭାବଶାଳୀ ଛାପ ସୃଷ୍ଟି କରିଛନ୍ତି । ଶୀଘ୍ର ଏବଂ କିଛି ଆଖିଦୃଶିଆ କରିବା ଉପରେ ବିଶ୍ୱ ବିଶ୍ୱାସ କରୁଥିବା ବେଳେ ଅଭିଶେକଙ୍କ ଯାତ୍ରା ଧିର ଭାବେ ପ୍ରଭାବୀ ଯୋଗଦାନ, ଦ୍ୱନ୍ଦ୍ୱ ଠାରୁ ଉପରକୁ ଉଠି ଧର୍ଯ୍ୟ, ନିରନ୍ତରତା ସହ ସଫଳ ହେବାକୁ ପ୍ରେରଣା ଦିଏ ।

Leave A Reply

Your email address will not be published.