‘Mantramugdha’ reached the theatres in 25 days, the superstars celebrated with the audience in various theatres, successfully reached the fourth week in theatres without any festival, and it was a housefull in 30 theatres

0

୨୫ ଦିନରେ ପହଞ୍ଚିଲା ମନ୍ତ୍ରମୁଗ୍ଧ’, ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକଙ୍କ ସହିତ କଳାକାରଙ୍କ ସେଲିବ୍ରେସନ୍ବିନା ସୁପରଷ୍ଟାର, ବିନା ପର୍ବରେ ସଫଳତାର ସହ ପ୍ରେକ୍ଷାଳୟରେ ୪ର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ ୩୦ ଟି ପ୍ରେକ୍ଷାଳୟରେ ହାଉସଫୁଲ

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ୨୫ ଦିନରେ ପହଞ୍ଚିଛି । ସେହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକମାନଙ୍କ ସହିତ କଳାକାରମାନେ ସେଲିବ୍ରେସନ୍ କରିଛନ୍ତି l ମନ୍ତ୍ରମୁଗ୍ଧ କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଦର୍ଶକଙ୍କ ଭଲପାଇବା ଜିତିବାରେ ସଫଳ ହୋଇଛି । ମେ ୧ରେ ରିଲିଜ୍ ହୋଇଥିବା ଏହି ସିନେମା ୨୫ ଦିନ ମଧ୍ୟରେ ବେଶ ଭଲ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

ମନ୍ତ୍ରମୁଗ୍ଧ ଫିଲ୍ମ ଏବେ ଚତୁର୍ଥ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି ।

ଫିଲ୍ମର ସଫଳତାକୁ ନେଇ ଅଭିନେତା ସନୋଜ, ସାର୍ଥକ, ମନ୍ମୟ, ଦୀପନ୍ୱିତ, ନିଶାନ୍ତ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକଙ୍କ ସମେତ ପୁରା ଟିମ୍ ଉତ୍ସବ ମନାଇଛନ୍ତି । ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ “ସୁପର ଡୁପର ହିଟ୍” ବୋଲି କହିଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନ ଯୋଗାଉଥିବା ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି । ଆଶୀଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ଅନୁରାଗ ପଣ୍ଡା, ସଙ୍ଗୀତ ପଟ୍ଟନାୟକ ଏବଂ ରୋମୀୟାଜ ପ୍ରଧାନଙ୍କ ଭଳି ପାଞ୍ଚ ୫ ଜଣ ମ୍ୟୁଜିକ ଡାଇରେକ୍ଟରରହିଥିବା ବେଳେ ଦୀପକ କୁମାରଙ୍କ ଚିତ୍ରତ୍ତୋଳନ ଏବଂ ଆଧୁନିକ ଜ୍ଞାନ କୌଶଳର ଭିଏଫଏକ୍ସ କାମ ଦର୍ଶକଙ୍କୁ ଅଧିକ ଆମୋଦ ଯୋଗାଉଛି l

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଏହି ଭିନ୍ନ ପରିକଳ୍ପନାର ଚଳଚ୍ଚିତ୍ର ପ୍ରତ୍ୟେକ ଦର୍ଶକଙ୍କ ହୃଦୟ ଜିଣି ପାରିଛି l ପ୍ରଯୋଜିକା ବର୍ଷା ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ସହଯୋଗୀ ଖଗେଶ୍ୱର ଜୟପୁରିଆ ଙ୍କ ଦିନରାତି ପରିଶ୍ରମ ଯୋଗୁଁ ଆଜି ମନ୍ତ୍ରମୁଗ୍ଧ ମାଧ୍ୟମରେ ଦର୍ଶକଙ୍କର ମନ ଗୁଗ୍ଧ ହୋଇଛି l

ତେବେ ଦର୍ଶକ ମାନଙ୍କ ମନରେ ଯେଉଁ ଆଗ୍ରହ ଦେଖାଯାଉଛି ଏହି ଫିଲ୍ମ ରଜରେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ l

Leave A Reply

Your email address will not be published.