ନଈ ଟିଏ ହୋଇ ବହି ଯାଉ ଯାଉ” ଆରୋମୀରା ପ୍ରଡ଼କସନ୍ସର ଅନନ୍ୟ ସୃଷ୍ଟି
"Let the water flow" is a unique creation of Aromira Productions.
ନଈ ଟିଏ ହୋଇ ବହି ଯାଉ ଯାଉ” ଆରୋମୀରା ପ୍ରଡ଼କସନ୍ସର ଅନନ୍ୟ ସୃଷ୍ଟି
“ନଈ ଟିଏ ହୋଇ ବହି ଯାଉ ଯାଉ….” ଗୀତଟି ନିକଟରେ ଅରୋମିରା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ହୋଇ ମୁକ୍ତିଲାଭ କରିଛି l ଡଃ ପ୍ରତିଭା ରାୟଙ୍କ ଦ୍ୱାରା ରଚିତ ନଈ ଟିଏ ହୋଇ ଗୀତଟି ମହିଳାଙ୍କ ଅବ୍ୟକ୍ତ ଚିନ୍ତାଧାରା ଏବଂ ଭାବନା ଦ୍ୱାରା ଅନୁପ୍ରାଣିତ। ନଦୀ ପରି ଏହି ଗୀତଟି ମହିଳାଙ୍କ ଯାତ୍ରାର ସୌନ୍ଦର୍ଯ୍ୟ, ଶକ୍ତି ଏବଂ ପ୍ରବାହକୁ ପ୍ରତିଫଳିତ କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାୟିକା ସୁସ୍ମିତା ଦାସଏହି ଗୀତକୁ କଣ୍ଠଦାନ କରିଛନ୍ତି l ସୁନାମଧନ୍ୟ ଯୁବ ସଂଗୀତକାର ଅଭିଜିତ ମିଶ୍ର ଖୁବ ସୁନ୍ଦର ସ୍ୱର ସଂଯୋଜନା କରିଛନ୍ତି l ଗୀତର ଭିଡିଓଗ୍ରାଫି ନିର୍ଦ୍ଦେଶନା ସୟନ୍ଦିପ ସିକଦର ଦେଇଛନ୍ତି ଏବଂ
ଏହାର କାହାଣୀ ଦେବ ମେହେର ଏବଂ ସୟନ୍ଦିପ ସିକଦର ରଚନା କରିଛନ୍ତି l ସମ୍ପାଦନା ମଧ୍ୟ ସୟନ୍ଦିପ ସିକଦର କରିଛନ୍ତି l ଗୀତର ମିଶ୍ରଣ ଏବଂ ମାଷ୍ଟରିଂ ନିତ୍ୟ ଶ୍ରୀ ରଞ୍ଜନ, ଜେଏସକେ ଷ୍ଟୁଡିଓରେ କରିଛନ୍ତି l
ଯୁବ ପ୍ରଯୋଜନା ଦେବ ମେହେର ଏବଂ ଅବିନାଶ ମେହେର ପ୍ରଯୋଜନା କରିଥିବା ବେଳେ ଗୀତଟି ଅରୋମିରା ଏଣ୍ଟରଟେନମେଣ୍ଟୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରି ଅନେକ ପ୍ରଶଂସା ସାଉଁଟିବାରେ ଲାଗିଛି l