ଓଡିଶାରୁ 26 ଜଣ ପାଇଲେ ସମ୍ମାନଜନକ ସାହସିକତା/ସେବା ପଦକ

26 police personnel from odisha awarded gallantry service medal

0

ନୂଆଦିଲ୍ଲୀ: 2026 ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ଏଚଜି ଏବଂ ସିଡି) ଏବଂ ସଂଶୋଧନ ସେବାର ମୋଟ 982 ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ଓଡ଼ିଶାର ମୋଟ୍‌ 4 ଜଣଙ୍କୁ ସାହସିକତା ପଦକ, ଦୁଇ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ଏବଂ 11 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ଓଡ଼ିଶା ପୁଲିସ ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ଅତିରିକ୍ତ ଏସପି ଶୁଭନାରାୟଣ ମୁଦୁଲି, ଡିଏସପି ପ୍ରଦୀପ କୁମାର ଆଇନ୍ଦ, ଡିଏସପି ପ୍ରଣୀତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ଇନ୍ସପେକ୍ଟର ଅରୁଣ କୁମାର ନାୟକ, ମହମ୍ମଦ ହଫିଜ୍‌, ହାବିଲଦାର ଲତା ନାୟକ, ଏଏସଆଇ ନିଗମାନନ୍ଦନ ମହାପାତ୍ର, ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି। ଏମାନଙ୍କ ବ୍ୟତୀତ ବିଶିଷ୍ଟ ସେବା ପାଇଁ ଏଡିଜି ପ୍ରତୀକ ମହାନ୍ତି, ଡିସିପି ପ୍ରମୁଖ କୁମାର ସିଂ ପଦକ ପାଇବାକୁ ମନୋନିତ ହୋଇଛନ୍ତି । ସାହସିକତା ପଦକ ପାଇଛନ୍ତି ଓଡ଼ିଶା ପୁଲିସ ଡିଏସପି ଅତୁଲ କୃଷ୍ଣ ଦାସ, ଏଏସଆଇ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କନଷ୍ଟେବଲ ଥବିର ମାଝୀ ଓ ଘନଶ୍ୟାମ ସାହୁ।

 

Leave A Reply

Your email address will not be published.